fbpx
BSKY SKY
BSKY SKY

ଡିସେମ୍ବର ୨୮ ଏବଂ ୨୯ ରେ ଦିଲ୍ଲୀରେ ମୁଖ୍ୟ ଶାସନ ସଚିବଙ୍କ ତୃତୀୟ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

BSKY

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୮ ଏବଂ ୨୯,୨୦୨୩ ରେ ଦିଲ୍ଲୀରେ ମୁଖ୍ୟ ଶାସନ ସଚିବମାନଙ୍କର ତୃତୀୟ ଜାତୀୟସମ୍ମିଳନୀରେ ଅଧ୍ୟକ୍ଷତା କରିବେ । ଏହା ହେଉଛି ତୃତୀୟ ସମ୍ମିଳନୀ, ପ୍ରଥମଟି ୨୦୨୨ ଜୁନ୍ ରେ ଧର୍ମଶାଳାରେ ଏବଂ ଦ୍ୱିତୀୟ ସମ୍ମିଳନୀଜାନୁଆରୀ ୨୦୨୩ରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା ।

ସମବାୟ ସଂଘୀୟତାର ନୀତିକୁ କାର୍ଯ୍ୟକାରୀ କରିବା ପାଇଁପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣରୁ ପ୍ରେରିତ ହୋଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କମଧ୍ୟରେ ଅଂଶୀଦାର ଶାସନ ଏବଂ ଭାଗିଦାରୀକୁ ପ୍ରୋତ୍ସାହିତ କରିବା ପାଇଁମୁଖ୍ୟ ଶାସନ ସଚିବଙ୍କ ଜାତୀୟ ସମ୍ମିଳନୀ ଆୟୋଜନ କରାଯାଏ ।ଚଳିତ ବର୍ଷ ଡିସେମ୍ବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ମୁଖ୍ୟ ଶାସନସଚିବଙ୍କ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ।

ଏହି ତିନି ଦିନିଆ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି, ମୁଖ୍ୟଶାସନ ସଚିବ ଏବଂ ସମସ୍ତ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ଅନ୍ୟ ବରିଷ୍ଠଅଧିକାରୀଙ୍କୁ ମିଶାଇ ୨୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିବେ। ଏହାସରକାରୀ ହସ୍ତକ୍ଷେପ ଗୁଡିକର ବିତରଣ ବ୍ୟବସ୍ଥାକୁ ସୁଦୃଢ଼ କରି ଉଭୟଗ୍ରାମୀଣ ଏବଂ ସହରାଞ୍ଚଳ ଜନସାଧାରଣଙ୍କ ଉନ୍ନତ ମାନର ଜୀବନଧାରଣ ପାଇଁ ସହଯୋଗୀ କାର୍ଯ୍ୟ ପାଇଁ ଭିତ୍ତିଭୂମି ସ୍ଥାପନ କରିବ ।

ଚଳିତ ବର୍ଷ ମୁଖ୍ୟ ଶାସନ ସଚିବଙ୍କ ନ୍ୟାସନାଲ କନଫରେନ୍ସର ମୁଖ୍ୟଫୋକସ୍ ହେବ ‘ଇଜ୍ ଅଫ୍ ଲିଭିଂ’। ଏହି ସମ୍ମିଳନୀ ଏକ ସାଧାରଣବିକାଶ ଏଜେଣ୍ଡାର ବିକାଶ ଏବଂ କାର୍ଯ୍ୟକାରିତା ଏବଂ ରାଜ୍ୟମାନଙ୍କ ସହଭାଗିଦାରୀରେ ସମନ୍ୱିତ କାର୍ଯ୍ୟ ପାଇଁ ବ୍ଲୁପ୍ରିଣ୍ଟ ଉପରେ ଗୁରୁତ୍ୱାରୋପକରିବ ।

କଲ୍ୟାଣମୂଳକ ଯୋଜନାଗୁଡ଼ିକର ସହଜ ଉପଲବ୍ଧତା ଏବଂ ସେବାଯୋଗାଣରେ ଗୁଣବତ୍ତା ଉପରେ ବିଶେଷ ଗୁରୁତ୍ୱାରୋପ କରିସମ୍ମିଳନୀରେ ୫ଟି ଉପ-ବିଷୟ ବସ୍ତୁ ଉପରେ ଆଲୋଚନା କରାଯିବଯାହା ହେଉଛି ଭୂମି ଓ ସମ୍ପତ୍ତି; ବିଜୁଳି; ପିଇବା ପାଣି; ସ୍ଵାସ୍ଥ୍ୟ ଏବଂବିଦ୍ୟାଳୟ ଶିକ୍ଷା। ଏହାବ୍ୟତୀତ ସାଇବର ସିକ୍ୟୁରିଟି: ନୂତନ ଚ୍ୟାଲେଞ୍ଜଉପରେ ମଧ୍ୟ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ଏଆଇ, ଭୂମିରୁକାହାଣୀ ଉପରେ ଦୃଷ୍ଟିକୋଣ: ଆକାଂକ୍ଷୀ ବ୍ଲକ ଏବଂ ଜିଲ୍ଲା କାର୍ଯ୍ୟକ୍ରମ; ରାଜ୍ୟଗୁଡ଼ିକର ଭୂମିକା: ଯୋଜନା ଏବଂ ସ୍ୱୟଂଶାସିତ ସଂସ୍ଥାଗୁଡ଼ିକରପ୍ରଯୁଜ୍ୟତା ଏବଂ ପୁଞ୍ଜି ବ୍ୟୟ ବୃଦ୍ଧି; ଶାସନରେ ଏଆଇ: ଆହ୍ୱାନ ଏବଂସୁଯୋଗ।

ଏହାବ୍ୟତୀତ ନିଶା ମୁକ୍ତି ଓ ଥଇଥାନ ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ।ଅମୃତ ସରୋବର; ପର୍ଯ୍ୟଟନ ପ୍ରୋତ୍ସାହନ, ବ୍ରାଣ୍ଡିଂ ଏବଂ ରାଜ୍ୟଗୁଡ଼ିକରଭୂମିକା; ଏବଂ ପିଏମ ବିଶ୍ୱକର୍ମା ଯୋଜନା ଏବଂ ପିଏମ ସ୍ୱନିଧି । ଏହିସମ୍ମିଳନୀରେ ପ୍ରତ୍ୟେକ ବିଷୟବସ୍ତୁ ଅଧୀନରେ ରାଜ୍ୟ / କେନ୍ଦ୍ରଶାସିତଅଞ୍ଚଳର ଶ୍ରେଷ୍ଠ ଅଭ୍ୟାସ ଉପସ୍ଥାପନ କରାଯିବ ଯାହା ଦ୍ୱାରା ରାଜ୍ୟମାନେନିଜ ନିଜ ଆବଶ୍ୟକତା ଅନୁଯାୟୀ ଗୋଟିଏ ରାଜ୍ୟ କିମ୍ବା କୌଶଳରେହାସଲ କରିଥିବା ସଫଳତାକୁ ଅନୁସରଣ କରିପାରିବେ ।

Get real time updates directly on you device, subscribe now.