fbpx

BSNLର ଏହି ପ୍ଲାନର ବଢୁଛି ଚାହିଦା, ଯାହାକୁ ଦେଖି ଚିନ୍ତାରେ ଘରୋଇ କମ୍ପାନୀ

ନୂଆଦିଲ୍ଲୀ: ଘରୋଇ କମ୍ପାନିଗୁଡିକର ପ୍ଲାନ ମହଙ୍ଗା ହେବାପରେ ସରକାର ପରିଚାଳିତ ଟେଲିକମ୍ କମ୍ପାନି ବିଏସଏନଏଲର ଚାହିଦା ବଢ଼ିବାକୁ ଲାଗିଛି। ସମ୍ପ୍ରତି ଦେଖିବାକୁ ଗଲେ ଅନେକ ବେସରକାରୀ କମ୍ପାନି ଅପେକ୍ଷା ବିଏସଏନଏଲ ପ୍ଲାନଗୁଡ଼ିକ ଶସ୍ତା ରହିଛି।|

ତେବେ ବିଏସଏନଏଲ ସହିତ ଗୋଟିଏ ସମସ୍ୟା ହେଉଛି ନେଟୱାର୍କ ରହୁନାହିଁ କି ୪ଜି ନାହିଁ। କିଛିଦିନ ତଳେ କମ୍ପାନି ଚଳିତ ମାସ ଶେଷ ସୁଦ୍ଧା ୪ଜି ଲଞ୍ଚ କରିବାକୁ ଘୋଷଣା କରିଛି।

ବିଏସଏନଏଲ ପାଖରେ ଆଜି ମଧ୍ୟ ଏପରି ଏକ ପ୍ଲାନ ଅଛି ଯାହା ଘରୋଇ କମ୍ପାନିଗୁଡ଼ିକୁ ଚିନ୍ତାରେ ପକାଇ ଦେଇଛି। ଏହି ପ୍ଲାନର ମୂଲ୍ୟ ମାତ୍ର ୧୦୭ ଟଙ୍କା ରହିଛି।

ବିଏସଏନଏଲର ୧୦୭ ଟଙ୍କା ପ୍ଲାନରେ ୩୫ ଦିନର ବୈଧତା ରହୁଛି। ଯାହା ଅନ୍ୟ କୌଣସି କମ୍ପାନି ପ୍ରଦାନ କରୁନାହିଁ । ସାଧାରଣତଃ ବେସରକାରୀ କମ୍ପାନୀଗୁଡିକର ପ୍ଲାନ ୨୮ ଦିନର ବୈଧତା ସହିତ ଆସିଥାଏ । ବିଏସଏନଏଲର ଏହି ଯୋଜନାରେ ସମସ୍ତ ନେଟୱାର୍କରେ ୨୦୦ ମିନିଟ୍ କଲିଂ ଉପଲବ୍ଧ ରହିଛି। ଏହି ଯୋଜନାରେ ସମୁଦାୟ ୨ ଜିବି ଡାଟା ମଧ୍ୟ ଉପଲବ୍ଧ ।

ନିକଟରେ ବିଏସଏନଏଲ ମୌସୁମୀ ଡବଲ୍ ବୋନାଜା ଅଫର୍ ଆଣିଛି। ଯାହା ଭରତ ଫାଇବର ବ୍ରଡବ୍ୟାଣ୍ଡ ବ୍ୟବହାରକାରୀଙ୍କ ପାଇଁ ରହିଛି। ବିଏସଏନଏଲର ଫାଇବର ଯୋଜନା ପୂର୍ବରୁ ମାସକୁ ୪୯୯ ଟଙ୍କା ଥିଲା, ବର୍ତ୍ତମାନ କମ୍ପାନି ଏହାର ମୂଲ୍ୟକୁ ହ୍ରାସ କରି ୩୯୯ ଟଙ୍କା କରି ‌ଦେଇଛି।

ଅର୍ଥାତ ଏହି ଅଫର ପ୍ରାରମ୍ଭରେ ତିନିମାସ ଅର୍ଥାତ୍ ପ୍ରଥମ ତିନିମାସ ପାଇଁ ଆପଣ ୩୯୯ଟଙ୍କାରେ ବିଏସଏନଏଲର ଫାଇବର ଯୋଜନା ପାଇପାରିବେ । ଏହାପରେ ଏହାର ମୂଲ୍ୟ ୪୯୯ ଟଙ୍କା ହୋଇଯିବ। ଏହି ଯୋଜନାରେ ସମୁଦାୟ ୩୩୦୦ ଜିବି ଡାଟା ଉପଲବ୍ଧ ଯାହାକି ହାଇସ୍ପିଡ୍ ଅର୍ଥାତ ୬୦ଏମବିପିଏସରେ ଉପଲବ୍ଧ । ଏହି ଡାଟା ସରିଯିବା ପରେ ଇଣ୍ଟରନେଟ୍ ସ୍ପିଡ୍ ୪ଏମବିପିଏସ ହୋଇଯିବ ।

ଏହି ଅଫର ବିଏସଏନଏଲର ନୂତନ ଗ୍ରାହକଙ୍କ ପାଇଁ ଅଟେ । ନୂତନ ଗ୍ରାହକମାନଙ୍କୁ ଏକମାସ ପର୍ଯ୍ୟନ୍ତ ମାଗଣା ସେବା ମିଳିବ। ଯଦି ଆପଣ ବିଏସଏନଏଲର ଭାରତ ଫାଇବର ବ୍ରଡବ୍ୟାଣ୍ଡ ସଂସ୍ଥାପନ କରିବାକୁ ଚାହୁଁଛନ୍ତି, ତେବେ ଆପଣ ୧୮୦୦୪୪୪୪ ନମ୍ବରରେ ହ୍ବ‌ାଟସ ଆପ୍ କରି ପାରିବେ।

Get real time updates directly on you device, subscribe now.