fbpx

ବିଦା ହେବେ ରାଗିଂ କରିଥିବା ପିଲା: ବୈଠକ ପରେ ନିଷ୍ପତ୍ତି

ବ୍ରହ୍ମପୁର:ଦେଶ ତଥା ରାଜ୍ୟରେ ରାଗିଂର ମାମଲା ବଢିବାର ଲାଗିଛି । ଫଳରେ ଅନେକ ଛାତ୍ର, ଛାତ୍ରୀ ଏହି ରାଗିଂର ଶିକାର ହେଉଛନ୍ତି । ତେବେ ନିକଟରେ ଏହି ରାଗିଂ କାରଣରୁ ବିଜେପି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା କରିଥିବା ବେଳେ ବ୍ରହ୍ମପୁର ଏକ ମହାବିଦ୍ୟାଳରେ ମଧ୍ୟ ସେହିପରି ଏକ ଘଟଣା ଦେଖିବାକୁ ମିଳିଥିଲା । ଯାହା ଉପରେ କଲେଜ କର୍ତ୍ତୃପକ୍ଷ କଡା ପଦକ୍ଷେପ ଗ୍ରହଣ କରିଛନ୍ତି । । ତେବେ ବ୍ରହ୍ମପୁରର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ଏହି ଘଟଣା ହୋଇଥିବା ଜଣା ପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ବ୍ରହ୍ମପୁରର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ପଢୁଥିବା ଜଣେ +୨ ଛାତ୍ରୀଙ୍କୁ କିଛି ପିଲା ରାଗିଂ କରିଥିଲେ । ଯାହାକୁ ନେଇ ଛାତ୍ରୀ ଜଣକ କଲେଜ କର୍ତ୍ତୃପକ୍ଷକଙ୍କୁ ଅଭିଯୋଗ କରିଥିଲେ । ଫଳରେ ଏହି ମାମଲାରେ ଆଜି କଲେଜ କତ୍ତୃପକ୍ଷ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତେବେ ରାଗିଂରେ ସମ୍ପୃକ୍ତ ଛାତ୍ରଙ୍କୁ କଲେଜରୁ ବିଦା କରାଯିବ ବୋଲି କଲେଜ ଅଧ୍ୟକ୍ଷା ସୂଚନା ଦେଇଛନ୍ତି । ଏହାକୁ ନେଇ ଆଜି ସକାଳେ ଡିସିପ୍ଲିନ୍ କମିଟି ଓ ଆଣ୍ଟି ରାଗିଂ କମିଟିର ଏକ ବୈଠକ ବସିଥିଲା । ଯେଉଁଥିରେ ଏହି ନିଷ୍ପତି ନିଆଯାଇଛି ।

ତେବେ ବ୍ରହ୍ମପୁରର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ପଢୁଥିବା ଜଣେ +୨ ଛାତ୍ରୀଙ୍କୁ କିଛି ଛାତ୍ର ରାଗିଂ କରିଥିଲେ । ଏହାପରେ ସେମାନେ ସେହି ରାଗିଂର ଭିଡିଓ କରିବା ସହ ତାକୁ ଭାଇରାଲ ମଧ୍ୟ କରିଥିଲେ । ତେବେ ଭିଡିଓ ଭାଇରାଲ ହେବା ପରେ ଏହି ମାମଲାକୁ ନେଇ ୩ ଜଣ ଛାତ୍ରଙ୍କୁ ଅଟକ ରଖା ଯାଇଥିଲା । ଏଥିସହିତ ୨ ଜଣ ଛାତ୍ରଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଅନ୍ୟପକ୍ଷେ ଯିଏ ଦୋଷି ତାଙ୍କୁ ଦଣ୍ଡ ମିଳିବା ନିହାତି ଜରୁରୀ ବୋଲି କଲେଜ ଅଧ୍ୟକ୍ଷା କହିଛନ୍ତି । ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଘଟଣାରେ ଯିଏ ବି ସଂଶ୍ଳୀଷ୍ଟ ଅଛନ୍ତି ସେମାନଙ୍କୁ ମଧଅୟ ଉଚିତ୍ ଦଣ୍ଡ ମିଳିବ ।

Get real time updates directly on you device, subscribe now.