ଆରମ୍ଭ ହେଲା ରଥଟଣା, ପତ୍ନୀଙ୍କ ସହ ପୁରୀ ବଡ଼ଦାଣ୍ଡରେ ରଥ ଟାଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଛେରା ପହଁରା ପରେ ବଡ଼ଦାଣ୍ଡରୁ ମାଉସୀ ମା' ଘରକୁ ବାହାରିଲା ରଥ।

ପୁରୀ: ସରିଲା ଛେରା ପହଁରା। ଆରମ୍ଭ ହେଲା ରଥଟଣା। ବଡ଼ଦାଣ୍ଡରୁ ଗଡ଼ିଲା ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ। ଆଉ ରଥଟାଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ପୁରୀ ବଡ଼ଦାଣ୍ଡରେ ହଜାର ହଜାର ଭକ୍ତଙ୍କ ଭିଡ଼ ଭିତରେ ବଳଭଦ୍ରଙ୍କ ରଥ ଦୋଉଡ଼ି ଧରି ରଥ ଟାଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥର କିନ୍ତୁ ସେ ଏକା ନୁହଁନ୍ତି, ସାଙ୍ଗରେ ଅଛନ୍ତି ଧର୍ମପତ୍ନୀ। ସ୍ତ୍ରୀଙ୍କ ସହ ଏଥର ରଥ ଟାଣିଛନ୍ତି ମୋହନ।

ଏହାସହ ମୁଖ୍ୟମନ୍ତ୍ରୀଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ରଥ ଟାଣିଛନ୍ତି। ଘଣ୍ଟ ଘଣ୍ଟାରେ ଉଛୁଳି ପଡୁଛି ବଡ଼ଦାଣ୍ଡ।

ସୁନା ଖଡ଼ିକାରେ ମାହାରାଜ ଛେରା ପହଁରା କରିବା ପରେ ଆରମ୍ଭ ହୋଇଛି ରଥଟଣା। ପ୍ରଥମେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ମାଉସୀ ମା’ ଘରକୁ ବାହାରିଛି। ଆଉ ତାଙ୍କ ପଛେ ପଛେ ବାହାରିବ ସୁନା ଭଉଣୀ ସୁଭଦ୍ରାଙ୍କ ରଥ ଦର୍ପଦଳନ। ଆଉ ଶେଷରେ ଭାଇ ଭଉଣୀଙ୍କ ପଛେ ପଛେ ଗଡ଼ିବ ବଡ଼ଠାକୁର ଜଗନ୍ନାଥଙ୍କ ନନ୍ଦିଘୋଷ ରଥ।