fbpx

ସଫଳ ହେଲା ଉଦ୍ଧାର କାର୍ଯ୍ୟ: ପଦାକୁ ଆସିବା ପରେ ‘ଭାରତ ମାତା କି ଜୟ’ର ସ୍ଲୋଗାନ ଦେଲେ ଶ୍ରମିକ

ନୂଆଦିଲ୍ଲୀ: ସୁଡ଼ଙ୍ଗରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ଜୀବନ ରକ୍ଷା ପାଇଁ ଉଦ୍ଧାର କାର୍ଯ୍ୟ ଆଜି ସଫଳ ହୋଇଛି। ୧୭ ଦିନ ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲ ଦୁର୍ଘଟଣାରେ ଏକ ବଡ଼ ସଫଳତା ହାସଲ କରାଯାଇଛି। ସୁଡ଼ଙ୍ଗରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ମଧ୍ୟରୁ ପ୍ରଥମେ ୫ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ମଙ୍ଗଳବାର ଦିନ ଟନେଲରେ ଏକ ସଫଳତା ଘଟିଛି ଏବଂ କର୍ମଚାରୀମାନଙ୍କୁ ସ୍କେପ ଟନେଲ ମାଧ୍ୟମରେ ବାହାରକୁ ଅଣାଯାଉଛି। ଏହାପରେ ଆଉ ୪ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ତେବେ ଭାର 3ୟା ପର୍ଯ୍ୟାୟରେ ଆଉ ୩୩ଜଣଙ୍କୁ ଉଦ୍ଧାର କରାଯାଇଛି । ଏହାପରେ ସମସ୍ତ ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି।

ସଂଧ୍ୟା ୭ଟା ୫ମିନିଟରେ ଟନେଲରେ ଫସିରହିଥିବା ଶ୍ରମିକଙ୍କ ପାଖରେ ପାଇପ ପହଁଚିଲା । ତେବେ ଉତ୍ତରକାଶୀରେ ଟନେଲରୁ ବାହାରିଲେ ଶ୍ରମିକ । ଅନ୍ୟାନ୍ୟ ଶ୍ରମିକଙ୍କୁ ମଧ୍ୟ ସୁଡ଼ଙ୍ଗରୁ ବାହାର କରାଯାଉଛି । ବର୍ତ୍ତମାନ ୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଡାକ୍ତରଙ୍କ ଟିମ୍ ଟନେଲ ଭିତରେ ଥିବା ଶ୍ରମିକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି। କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଭି.କେ ସିଂ ଏବଂ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ବାହାରିଥିବା ଶ୍ରମିକଙ୍କ ସହ କଥାବାର୍ତ୍ତା ହେଉଛନ୍ତି।

ପ୍ରଥମେ ଦୁଇଜଣ ଶ୍ରମିକଙ୍କୁ ବାହାରକୁ ବାହାର କରାଯାଇଛି । ଉଦ୍ଧାରକାର୍ଯ୍ୟ ସଫଳତା ପରେ ଶ୍ରମିକଙ୍କ ପରିବାର ଲୋକେ, ରେସ୍କ୍ୟୁ ଟିମ୍ ଏବଂ ପ୍ରଶାସନ ଏକ ବଡ଼ ନିଶ୍ୱାସ ନେଇଛନ୍ତି । ଜଣ ଜଣ କରି ବାହାରକୁ ସୁଡ଼ଙ୍ଗରୁ ବାହାରକୁ ବାହାର କରାଯାଉଛି । ଏହାପରେ ଆଉ ୪ଜଣ ଶ୍ରମିକଙ୍କୁ ଉଦ୍ଧାର କରାଗଲା । ବର୍ତ୍ତମାନ ସମୁଦାୟ ୯ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ବିଜୟ ହୋରୀ ଏବଂ ଗଣପତି ନାମକ ଶ୍ରମିକଙ୍କୁ ବାହାରକୁ ବାହର କରାଯାଇଛି । ସେମାନେ ସୁଡ଼ଙ୍ଗରୁ ବାହାରିବା ପରେ ଭାରତ ମାତା କି ଜୟର ସ୍ଲୋଗାନ ଦେଇଛନ୍ତି ।

Get real time updates directly on you device, subscribe now.