ଭାରତ-ଶ୍ରୀଲଙ୍କା କ୍ରିକେଟ ସିରିଜର ବଦଳିଲା କାର୍ଯ୍ୟସୂଚୀ: ଡେ-ନାଇଟ ଟେଷ୍ଟକୁ ନେଇ ଆସିଲା ବଡ ଖବର

ନୂଆଦିଲ୍ଲୀ: ଫେବୃୟାରୀ-ମାର୍ଚ୍ଚରେ ହେବାକୁ ଥିବା ଶ୍ରୀଲଙ୍କାର ଭାରତ ଗସ୍ତକୁ ନେଇ ଆସିଛି ବଡ ଖବର । ବିସିସିଆଇ ଏହି ସିରିଜର କାର୍ଯ୍ୟସୂଚୀରେ ସମାନ୍ୟ ପରିବର୍ତ୍ତନ ଆଣିଛି । ଏହି ଗସ୍ତରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥାନ୍ତା ୩ ଟି-୨୦ ଏବଂ ୨ଟି ଟେଷ୍ଟ ମ୍ୟାଚ । ତେବେ ଦ୍ୱିତୀୟ ଟେଷ୍ଟ ଦିବାରାତ୍ର ଖେଳାଯିବାର ସୂଚୀ ରହିଥିଲା । ଯେଉଁଥିରେ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନେଇଛି ବିସିସିଆଇ ।

ବୋର୍ଡ ସଚିବ ଜୟ ଶାହଙ୍କ ଦ୍ୱାରା ଜାରି ହୋଇଥିବା ଏକ ବିଜ୍ଞପ୍ତିରେ ଏ ନେଇ ସ୍ପଷ୍ଟ କରାଯାଇଛି । ସେପଟେ ପ୍ରଥମ ଟି-୨୦ ମ୍ୟାଚ ଫେବୃୟାରୀ ୨୪ ତାରିଖରେ ଖେଳାଯିବାର ସୂଚୀ ରହିଥିବା ବେଳେ ଦ୍ୱିତୀୟ ଏବଂ ତୃତୀୟ ମ୍ୟାଚ ୨୬ ଏବଂ ୨୭ରେ ଧର୍ମଶାଳାରେ ଅନୁଷ୍ଠିତ ହେବ । ସେହିପରି ପ୍ରଥମ ଟେଷ୍ଟ ୪ରୁ୮ ମାର୍ଚ୍ଚ ପର୍ଯ୍ୟନ୍ତ ମୋହାଲୀରେ ଖେଳାଯିବ ଏବଂ ଦ୍ୱିତୀୟ ତଥା ଦିବାରାତ୍ର ଟେଷ୍ଟ ମାର୍ଚ୍ଚ ୧୨ରୁ ବେଙ୍ଗଲୁରୁରେ କେଳାଯିବ । ତେବେ ଏହି ଟେଷ୍ଟ ସିରିଜ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଏକ ଅଂଶ ।
ତେବେ ଏହି ସିରିଜରୁ ଭାରତକୁ ମିଳିବ ଜଣେ ନୂଆ ଅଧିନାୟକ । ଟି-୨୦ ଏବଂ ଦିନିକିଆ ପରେ ଏବେ ଟେଷ୍ଟ ଦଳର ମଧ୍ୟ ନେତୃତ୍ୱ ନେଇପାରନ୍ତି ହିଟମ୍ୟାନ ରୋହିତ ଶର୍ମା । ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ତାଙ୍କୁ ଦଳର ଉପ-ଅଧିନାୟକର ଦାୟିତ୍ୱ ଦିଆଯାଇଥିଲା ।

 

ଭାରତ-ଶ୍ରୀଲଙ୍କା ନୂଆ କାର୍ଯ୍ୟସୂଚୀ:

ପ୍ରଥମ ଟ-୨୦:- ଫେବୃୟାରୀ ୨୪ (ଲକ୍ଷେ୍ନø)
ଦ୍ୱିତୀୟ ଟି-୨୦:- ଫେବୃୟାରୀ ୨୬ (ଧର୍ମଶାଳା)
ତୃତୀୟ ଟି-୨୦:- ଫେବୃୟାରୀ ୨୭ (ଧର୍ମଶାଳା)

ପ୍ରଥମ ଟେଷ୍ଟ:- ମାର୍ଚ୍ଚ ୪ରୁ ୮ ତାରିଖ (ମୋହାଲୀ)
ଦ୍ୱିତୀୟ ଟେଷ୍ଟ:- ମାର୍ଚ୍ଚ ୧୨ରୁ ୧୬ ତାରିଖ (ବେଙ୍ଗଲୁରୁ- ଦିବାରାତ୍ର)