ବଜେଟ୍ ବ୍ରିଫକେସର ରଙ୍ଗ ନାଲି ହେବାର ରହସ୍ୟ କ’ଣ, ଲକ୍ଷ୍ମୀଙ୍କ ସହ କ’ଣ ରହିଛି ସମ୍ୱନ୍ଧ

୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ହେଲେ କାହିଁକି ବଜେଟର ବ୍ରିଫକେସ୍ ଲାଲ ରଙ୍ଗର, ଏହା ଦେବୀ ଲକ୍ଷ୍ମୀଙ୍କ ସହ ଜଡିତ କି?

ନୂଆଦିଲ୍ଲୀ: ଆଜି ଉପସ୍ଥାପନ ହୋଇଛି ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍। ଆଉ ଏହାକୁ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଉ ଚଳିତ ବର୍ଷର ବଜେଟ୍ ଉପସ୍ଥାପନା ବେଳେ ବି ଅର୍ଥମନ୍ତ୍ରୀଙ୍କ ହାତରେ ଥିଲା ସେହି ସମାନ ରଙ୍ଗର ନାଲି ବ୍ରିଫକେସ। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ତେବେ ଆପଣମାନେ ଜାଣିଛନ୍ତି କି ବଜେଟ୍ ଉପସ୍ଥାପନ ବେଳେ ଯେଉଁ ବ୍ରିଫକେସ ଅର୍ଥମନ୍ତ୍ରୀ ଧରିଥାନ୍ତି ତାର ରଙ୍ଗ ନାଲି କାହିଁକି? ଏହା ପଛର କାରଣ କ’ଣ? ସତରେ କ’ଣ ଧନର ଦେବୀ ମା ଲକ୍ଷ୍ମୀଙ୍କ ସହ ଏହାର ସମ୍ୱନ୍ଧ ରହିଛି। ପ୍ରକୃତରେ କଣ ଏହି ନାଲି ବ୍ରିଫକେଶ ସହ କିଛି ଧାର୍ମିକ ମହତ୍ତ୍ୱ ରହିଛି।

ନାଲି ବ୍ରିଫକେସର ଧାର୍ମିକ ମହତ୍ତ୍ୱ: ଯଦି ଦେଖିବା ବଜେଟର ଏହି ବ୍ରିଫକେସ ରଙ୍ଗ ନାଲି ଏବେକାର ନୁହେଁ, ଏହା ବ୍ରିଟିଶ ସମୟରୁ ରହିଆସିଛି। ଏହାର ଶୁଭାରମ୍ଭ ବ୍ରିଟିଶ ଚାନ୍ସେଲର ଗ୍ଲାଡଷ୍ଟୋନ୍ ୧୮୬୦ ମସିହାରେ ଆରମ୍ଭ କରିଥିଲେ।

ଯେତେବେଳେ ସେ ରାଣୀଙ୍କର ଏକ ମନୋଗ୍ରାମ ସହିତ ଏକ ଲାଲ୍ ଚମଡ଼ାର ବ୍ରିଫକେଶ ଉପସ୍ଥାପନ କରିଥିଲେ। ଏହାଛଡ଼ା ହିନ୍ଦୁ ଧର୍ମରେ ନାଲି ରଙ୍ଗକୁ ବୋହୁତ ଶୁଭ ମନାଯାଏ। ନାଲି ରଙ୍ଗ ଲୋକଙ୍କ ମନ ମୋହିଥା୍ଏ। ଏଥିପାଇଁ ବଜେଟ୍ ସମୟରେ ନାଲି ରଙ୍ଗର ପ୍ରୟୋଗ କରାଯାଏ।

ନାଲି ରଙ୍ଗର କପଡ଼ା କାହିଁକି: ହିନ୍ଦୁ ଧର୍ମରେ ନାଲି ରଙ୍ଗର କପଡ଼ା ଧାର୍ମିକ ଗ୍ରନ୍ଥମାନଙ୍କ ଉପରେ ଢଙ୍କାଯାଏ। କୌଣସି ଶୁଭ କାର୍ଯ୍ୟ ପୂର୍ବରୁ ନାଲି ରଙ୍ଗର ପ୍ରୟୋଗକୁ ଅତ୍ୟନ୍ତ ଶୁଭ ମନାଯାଏ।

ଏହାଛଡ଼ା ମା ଲକ୍ଷ୍ମୀଙ୍କର ପ୍ରିୟ ରଙ୍ଗ ହେଉଛି ନାଲି ରଙ୍ଗ। ଏହି ରଙ୍ଗ ସୌଭାଗ୍ୟ, ଶୁଭ ଓ ସମୃଦ୍ଧିର ପ୍ରତୀକ ବୋଲି ମନାଯାଏ। ଏଥିପାଇଁ କୌଣସି ନୂଆ କାମର ଆରମ୍ଭରୁ ନାଲି ରଙ୍ଗର ବ୍ରିଫକେସ ଦ୍ୱାରା ହିଁ ଆରମ୍ଭ କରାଯାଏ।

ତେଣୁ ନୂଆ ବଜେଟ୍ ଆରମ୍ଭରୁ ନାଲି ରଙ୍ଗର ବ୍ୟବହାର କରାଯାଏ। ଏହି ନାଲି ରଙ୍ଗର ଅଧିକ ଗୁରୁତ୍ୱ ଓ ମହତ୍ତ୍ୱ ଥିବାରୁ ଶୁଭ କାର୍ଯ୍ୟ ଆରମ୍ଭରୁ ଏହାର ପ୍ରୟୋଗ କରାଯାଏ। ଯେପରି ଏହି ନୂଆ ବଜେଟ୍ ସମସ୍ତଙ୍କ ପାଇଁ ଶୁଭ ହେବ ସେଥିପାଇଁ କପଡ଼ା ଓ ବ୍ରିଫକେସର ରଙ୍ଗ ନାଲି ରଖାଯାଇଛି।