fbpx

ବରିଷ୍ଠ ପୋଲିସ ଅଧିକାରୀ ପୁଣି ଫେରିଲେ ନିଜ ରାଜ୍ୟକୁ, ପୋଲିସ ସୁପରିଟେଣ୍ଡେଣ୍ଟ ଭାବେ ଶ୍ରୀନଗରେ କାର୍ଯ୍ୟରତ ଥିଲେ

ନୂଆଦିଲ୍ଲୀ : ମଣିପୁରରେ ଦୁଇଜଣ ଛାତ୍ରଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମଣିପୁରରେ ପୁଣି ହିଂସା ଦେଖବାକୁ ମିଳିଥିଲା । ଏହା ପରେ ସରକାର ବରିଷ୍ଠ ଆଇପିଏସ ଅଧିକାରୀ ରାକେଶ ବଲୱାଲଙ୍କୁ ତାଙ୍କ ରାଜ୍ୟକୁ ପଠାଇବାକୁ ନିଷ୍ପତି ନେଇଛନ୍ତି । ସେ ବର୍ତ୍ତମାନ ଶ୍ରୀନଗରରେ ବରିଷ୍ଠ ପୋଲିସ ସୁପରିଟେଣ୍ଡଣ୍ଟ ଭାବେ କାର୍ଯ୍ୟରତ ଅଛନ୍ତି । ତେବେ କେନ୍ଦ୍ରସରକାର ତାଙ୍କୁ ପୁଣି ତାଙ୍କ ରାଜ୍ୟକୁ ପଠାଇବାକୁ ନିଷ୍ପତି ନେଇଛନ୍ତି । କେନ୍ଦ୍ରସରକାର ଦେଇଥିବା ଏହି ପ୍ରସ୍ତାବକୁ ‘କ୍ୟାବିନେଟ’ର ‘ଆପଏଣ୍ଟମେଣ୍ଟ କମିଟି’ ଅନୁମୋଦନ ଦେଇଛନ୍ତି ।

ସୂଚନା ଅନୁସାରେ ଆଇପିଏସ ଅଧିକାରୀ ବଲୱାଲଙ୍କୁ ଜ୍ଜାମୁ ଓ କାଶ୍ମୀରରେ ନିଯୁକ୍ତି ମିଳିଥିଲା । ୨୦୨୧ରେ ସେ ଶ୍ରୀନଗରରେ ବରିଷ୍ଠ ପୋଳିସ ସୁପରିଟେଣ୍ଡେଣ୍ଟ ଭାବେ ନିଯୁକ୍ତି ପାଇଥିଲେ । ଅନ୍ୟପକ୍ଷରେ ହତ୍ୟା ଘଟଣା ପରେ ମଣିପୁରରେ ହିଂସା ଦେଖିବାକୁ ମିଳିଛି । ଏଠାରେ ଲୋକମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଅନ୍ୟ କିଛି ଉତ୍ତ୍ୟେକ୍ତ ଲୋକ ଡିସିଙ୍କ ଅଫିସରେ ଭଙ୍ଗାରୁଜା କରିବା ସହିତ ଗାଡି ପୋଡି ଦେଇଛନ୍ତି । ଆରପିଏଫ ଜବାନମାନେ ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି ।

Get real time updates directly on you device, subscribe now.