fbpx

ଆସୁଛି ‘ନୋ ଏଣ୍ଟ୍ରି’ର ସିକ୍ୱେଲ: ବୋନି କପୁରଙ୍କ ପ୍ରଯୋଜନାରେ ନିର୍ଦ୍ଦେଶନା ଦେବେ ଅନୀଷ, ଫେରିବେ ଭାଇଜାନ

ମୁମ୍ବାଇ: ଖୁବ ଶୀଘ୍ର ହଲକୁ ଆସିବ ବଲିଉଡ ଭାଇଜାନ ସାଲମାନ ଖାନଙ୍କ ହିଟ ସିନେମା ‘ନୋ ଏଣ୍ଟ୍ରି’ର ସିକ୍ୱେଲ । ୨୦୦୫ରେ ସାରା ବଲିଉଡ ଇଣ୍ଡଷ୍ଟ୍ରିରେ ଧୂମ ମଚାଇଥିଲା ସାଲମାନ-ଅନିଲ କପୁରଙ୍କ ଏହି ଜବରଦସ୍ତ ଯୋଡି । ତେବେ ଏହି କମେଡି ସିନେମାର ସିକ୍ୱେଲ କରିବାକୁ ଯାଉଛନ୍ତି ପ୍ରଯୋଜକ ବୋନି କପୁର । ପ୍ରଥମ ଫିଲ୍ମର ନିର୍ଦ୍ଦେଶକ ଅନୀଷ ବଜମୀ ଏହାର ସିକ୍ୱେଲରେ ମଧ୍ୟ ନିର୍ଦ୍ଦେଶନା ଦେବେ । କିନ୍ତୁ ଏହି ପିଲ୍ମ ନିର୍ମାଣ କରିବା ପାଇଁ ପ୍ରଯୋଜକ ବୋନି କପୁର ରକିଥିଲେ ଏକ ସର୍ତ୍ତ । ଯାହା ପୂରଣ ହେବା ପରେ ଏବେ ସେ ପିଲ୍ମ ପ୍ରଯୋଜନା ପାଇଁ ପ୍ରସ୍ତୁତ ହୋଇଛନ୍ତି ।

ନୋ ଏଣ୍ଟ୍ରିର ସିକ୍ୱେଲ ନିର୍ମାଣ କରିବା ନେଇଁ ଅନେକ ଦିନରୁ ଚର୍ଚ୍ଚା ଲାଗି ରହିଥିଲା । କିନ୍ତୁ ପ୍ରଯୋଜକଙ୍କର ଏହି ସର୍ତ୍ତ ପାଇଁ ଅଟକି ରହିଥିଲା ଯୋଜନା । କିନ୍ତୁ ଡିସେମ୍ବର ମାସରେ କପୁରଙ୍କର ଏହି ସର୍ତ୍ତ ପୂରଣ ହେବା ପରେ ଏବେ ସେ ସିନେମା ତିଆରି କରିବା ପାଇଁ ଦମଦାର ଲାଗି ପଡିଛନ୍ତି । ଏହି ଫିଲ୍ମରେ ବୋନି କପୁର ପୁଣିଥରେ ସାଲମାନ ଖାନଙ୍କୁ ନେବାକୁ ସର୍ତ୍ତ ରଖିଥିଲେ । କିନ୍ତୁ ଭାଇଜାନ ଏ ନେଇ କୌଣସି ସ୍ପଷ୍ଟ କରି ନଥିବାରୁ ଯୋଜନା କିଛି ଆଗକୁ ବଢି ପାରି ନଥିଲା । ତେବେ ଡିସେମ୍ବରରେ ନିଜ ଜନ୍ମଦିନ ଅବସରରେ ନୋ ଏଣ୍ଟ୍ରିର ସିକ୍ୱେଲ କରିବା ପାଇଁ ଘୋଷଣା କରିଥିଲେ ସାଲମାନ ଖାନ ।

ତେବେ ପ୍ରଥମ ସିନେମାଠାରୁ ଏହାର ସିକ୍ୱେଲ ଅଧିକ ଲୋକପ୍ରିୟ ହେବ ବୋଲି ଦାବି କରିଛନ୍ତି ପ୍ରଯୋଜକ ବୋନି କପୁର । ତେବେ ସିକ୍ୱେଲର ନାଁ “ନୋ ଏଣ୍ଟ୍ରି ମେ ଏଣ୍ଟ୍ରି” ରଖାଯାଇଥିବା ବେଳେ ବୋନି ଏହାର ସ୍କ୍ରିପ୍ଟକୁ ନେଇ ଖୁବ ଉତ୍ସାହିତ ଅଛନ୍ତି । ଫିଲ୍ମର ସିକ୍ୱେଲରେ ସାଲମାନ ଲିଡ ରୋଲରେ ନଜର ଆସିବେ । ତେବେ ଏହି ପିଲ୍ମରେ ଜଣେ କି ଦୁଇ ଜଣ ନୁହେଁ ବରଂ ୯ ଜଣ ଅଭିନେତ୍ରୀ ଅଭିନୟ କରିବେ ବୋଲି ସୂଚନା ମିଳିଛି । କିନ୍ତୁ କେଉଁ ହିରୋଇନଙ୍କୁ ନେଇ ଏହି ଫିଲ୍ମ ନିର୍ମାଣ ହେବ ସେ ନେଇ କୌଣସି ତଥ୍ୟ ମିଳିନାହିଁ । ଖୁବଶୀଘ୍ର ଏହି ପିଲ୍ମର ଶୁଟିଭ୍ଗ ଅକ୍ମ୍ ହେବ ବୋଲି ସୂଚନା ଦେଇଛନ୍ତି ପ୍ରଯୋଜକ ବୋନି କପୁର ।

Get real time updates directly on you device, subscribe now.