ଦୋକାନୀଙ୍କୁ ହାଣି ଲୁଟି ନେଲେ ୭ ଲକ୍ଷର ଗହଣା ସହ ଟଙ୍କା
ସୋର ଥାନା ବାଗୁଡ଼ି ବଜାରରେ ହୋଇଛି ଲୁଟ୍ । ୭ ଲକ୍ଷ ଟଙ୍କାର ଗହଣା ସହ ନଗଦ ଟଙ୍କା ଦୋକାନୀଙ୍କୁ ହାଣି ନେଇଯାଇଛନ୍ତି ଲୁଟେରା।
ବାଲେଶ୍ୱର: ମାତିଛନ୍ତି ଲୁଟେରା। ହୋଇଯାଆନ୍ତୁ ସାବଧାନ। ବାଲେଶ୍ୱର ସୋରରେ ସୁନା ଦୋକାନୀଙ୍କୁ ହାଣି ଲୁଟିଲେ ଲୁଟେରା। ଦୋକାନ ଖୋଲିବା ବେଳେ ଲୁଟେରାଙ୍କ ଆକ୍ରମଣ ।
ସୋର ଥାନା ବାଗୁଡ଼ି ବଜାରରେ ହୋଇଛି ଲୁଟ୍ । ୭ ଲକ୍ଷ ଟଙ୍କାର ଗହଣା ସହ ନଗଦ ଟଙ୍କା ଦୋକାନୀଙ୍କୁ ହାଣି ନେଇଯାଇଛନ୍ତି ଲୁଟେରା । ଗୁରୁତର ଅବସ୍ଥାରେ ଦୋକାନୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।