ହାତର ରେଖା, ଶରୀରରେ ଥିବା ଚିହ୍ନ ଯେପରି ବ୍ୟକ୍ତିର ଭବିଷ୍ୟତ ବିଷୟରେ ଅନେକ କିଛି କହିଥାଏ । ସେହିଭଳି, ଜନ୍ମରୁ ଶରୀରରେ ଥିବା ଚିହ୍ନ ମଧ୍ୟ କିଛି ବିଶେଷ ସୂଚନା ଦେଇଥାଏ । ଜନ୍ମରୁ ଥିବା ଏହି ଚିହ୍ନ ବ୍ୟକ୍ତିର ଭାଗ୍ୟକୁ ନେଇ ଅନେକ ସୂଚନା ଦେଇଥାଏ । ଏହି ଜନ୍ମ ଚିହ୍ନଗୁଡିକ କଳା କିମ୍ବା ବାଦାମୀ ରଙ୍ଗର ହୋଇପାରେ ଏବଂ ମୁହଁ ହେଉ କିମ୍ବା ଶରୀରର କୌଣସି ଅଙ୍ଗରେ ଦେଖାଯାଇଥାଏ । କିଛି ଲୋକଙ୍କ ଶରୀରରେ ଏହି ଚିହ୍ନଗୁଡିକ ଅତି ହାଲୁକା ଭାବରେ ଥାଏ ଯାହା ସହଜରେ ଦୃଶ୍ୟମାନ ହୁଏ ନାହିଁ, କିନ୍ତୁ କିଛି ଲୋକଙ୍କଠାରେ ଏହା ସ୍ପଷ୍ଟ ଭାବରେ ଦେଖାଯାଏ । ତେବେ ସମୁଦ୍ର ସାଗରେ କୁହାଯାଇଥିବା ଏହି ଜନ୍ମ ଚିହ୍ନର ସଙ୍କେତ ବିଷୟରେ ଜାଣିବା ।
– ଯେଉଁମାନଙ୍କର ମୁହଁରେ ଜନ୍ମ ଚିହ୍ନ ଥାଏ, ସେମାନଙ୍କୁ କେବେବି ଅର୍ଥର ଅଭାବ ହୋଇନଥାଏ । ଏହି ବ୍ୟକ୍ତିମାନେ ଅଧିକ ଭାବପ୍ରବଣ ସ୍ୱଭାବର ହୋଇଥାନ୍ତି । ଏଭଳି ଲୋକମାନେ ଏକ ଆରାମଦାୟକ ଏବଂ ସୁଖମୟ ଜୀବନଯାପନ କରନ୍ତି ।
– ଯଦି ବାମ ଗାଲରେ ଜନ୍ମ ଚିହ୍ନ ଥାଏ, ତେବେ ଏପରି ଲୋକମାନେ ପ୍ରାୟତଃ ଉଦାସ ରୁହନ୍ତି ଏବଂ ଅସୁବିଧାରେ ଘେରି ରୁହନ୍ତି । ସେହିଭଳି ଡାହାଣ ଗାଲରେ ଜନ୍ମ ଚିହ୍ନ ରହିବା ଅର୍ଥ ହେଉଛି ବ୍ୟକ୍ତି ପରିଶ୍ରମୀ, ଏହିପରି ବ୍ୟକ୍ତି ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତ ପ୍ରୟାସ କରନ୍ତି ।
– ହାତରେ ଜନ୍ମ ଚିହ୍ନ ଥିବା ବ୍ୟକ୍ତି ନିଜ ପରିବାର ପ୍ରତି ଅତ୍ୟନ୍ତ ଉତ୍ସର୍ଗୀକୃତ । ଏହିପରି ଲୋକମାନେ ଜୀବନରେ ବହୁତ ସମ୍ମାନ ପାଆନ୍ତି ।
– ଯଦି ପିଠିରେ ଜନ୍ମ ଚିହ୍ନ ଅଛି, ତେବେ ବ୍ୟକ୍ତି ପରିଶ୍ରମୀ ଏବଂ ସଚ୍ଚୋଟ ହୋଇଥାନ୍ତି । ଏହା ସହ ନିଜର ଗୁଣ ଆଧାରରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥାନ୍ତି ।
– ଯେଉଁମାନଙ୍କର ଛାତିରେ ଜନ୍ମ ଚିହ୍ନ ଥାଏ, ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି । ଏହି ବ୍ୟକ୍ତିମାନେ ସବୁ କ୍ଷେତ୍ରରେ ସଫଳତା ପାଇଥାନ୍ତି । ଏହି ବ୍ୟକ୍ତିମାନେ ଖୁସି ରୁହନ୍ତି ଏବଂ ସେମାନଙ୍କ ଆଖପାଖର ଲୋକଙ୍କୁ ମଧ୍ୟ ଖୁସି ରଖନ୍ତି ।
– ପେଟରେ ଜନ୍ମ ଚିହ୍ନ ବ୍ୟକ୍ତିଙ୍କୁ ଖାଦ୍ୟ ପ୍ରତି ରୁଚି ଦର୍ଶାଇଥାଏ ।
– ଜଙ୍ଘରେ ଜନ୍ମ ଚିହ୍ନ ରହିବା ମଧ୍ୟ ଭାଗ୍ୟଶାଳୀ ହେବାର ସଙ୍କେତ ଅଟେ । ଏହିପରି ଲୋକମାନେ ସର୍ବଦା ସଫଳତା ଏବଂ ପ୍ରଗତି ପାଆନ୍ତି ।