fbpx
BSKY
BJD MC SKY
BJD MS SKY

ସୌଭାଗ୍ୟର ସଙ୍କେତ ଦେଇଥାଏ ଶରୀରରେ ଜନ୍ମରୁ ଥିବା ଚିହ୍ନ, ମାଲାମାଲ ହୋଇଥାନ୍ତି ଏହି ବ୍ୟକ୍ତି

ହାତର ରେଖା, ଶରୀରରେ ଥିବା ଚିହ୍ନ ଯେପରି ବ୍ୟକ୍ତିର ଭବିଷ୍ୟତ ବିଷୟରେ ଅନେକ କିଛି କହିଥାଏ  । ସେହିଭଳି, ଜନ୍ମରୁ ଶରୀରରେ ଥିବା ଚିହ୍ନ ମଧ୍ୟ  କିଛି ବିଶେଷ ସୂଚନା ଦେଇଥାଏ  । ଜନ୍ମରୁ ଥିବା ଏହି ଚିହ୍ନ ବ୍ୟକ୍ତିର ଭାଗ୍ୟକୁ ନେଇ ଅନେକ ସୂଚନା ଦେଇଥାଏ । ଏହି ଜନ୍ମ ଚିହ୍ନଗୁଡିକ କଳା କିମ୍ବା ବାଦାମୀ ରଙ୍ଗର ହୋଇପାରେ ଏବଂ ମୁହଁ ହେଉ କିମ୍ବା ଶରୀରର କୌଣସି ଅଙ୍ଗରେ ଦେଖାଯାଇଥାଏ । କିଛି ଲୋକଙ୍କ ଶରୀରରେ ଏହି ଚିହ୍ନଗୁଡିକ ଅତି ହାଲୁକା ଭାବରେ ଥାଏ ଯାହା ସହଜରେ ଦୃଶ୍ୟମାନ ହୁଏ ନାହିଁ, କିନ୍ତୁ କିଛି ଲୋକଙ୍କଠାରେ ଏହା ସ୍ପଷ୍ଟ ଭାବରେ ଦେଖାଯାଏ । ତେବେ ସମୁଦ୍ର ସାଗରେ କୁହାଯାଇଥିବା ଏହି ଜନ୍ମ ଚିହ୍ନର ସଙ୍କେତ ବିଷୟରେ ଜାଣିବା ।

–              ଯେଉଁମାନଙ୍କର ମୁହଁରେ ଜନ୍ମ ଚିହ୍ନ ଥାଏ, ସେମାନଙ୍କୁ କେବେବି ଅର୍ଥର ଅଭାବ ହୋଇନଥାଏ  । ଏହି ବ୍ୟକ୍ତିମାନେ ଅଧିକ ଭାବପ୍ରବଣ ସ୍ୱଭାବର ହୋଇଥାନ୍ତି । ଏଭଳି ଲୋକମାନେ ଏକ ଆରାମଦାୟକ ଏବଂ ସୁଖମୟ ଜୀବନଯାପନ କରନ୍ତି ।

–              ଯଦି ବାମ ଗାଲରେ ଜନ୍ମ ଚିହ୍ନ ଥାଏ, ତେବେ ଏପରି ଲୋକମାନେ ପ୍ରାୟତଃ ଉଦାସ ରୁହନ୍ତି ଏବଂ ଅସୁବିଧାରେ ଘେରି ରୁହନ୍ତି । ସେହିଭଳି ଡାହାଣ ଗାଲରେ ଜନ୍ମ ଚିହ୍ନ ରହିବା ଅର୍ଥ ହେଉଛି ବ୍ୟକ୍ତି ପରିଶ୍ରମୀ, ଏହିପରି ବ୍ୟକ୍ତି ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତ ପ୍ରୟାସ କରନ୍ତି ।

–              ହାତରେ ଜନ୍ମ ଚିହ୍ନ ଥିବା ବ୍ୟକ୍ତି ନିଜ ପରିବାର ପ୍ରତି ଅତ୍ୟନ୍ତ ଉତ୍ସର୍ଗୀକୃତ  । ଏହିପରି ଲୋକମାନେ ଜୀବନରେ ବହୁତ ସମ୍ମାନ ପାଆନ୍ତି  ।

–              ଯଦି ପିଠିରେ ଜନ୍ମ ଚିହ୍ନ ଅଛି, ତେବେ ବ୍ୟକ୍ତି ପରିଶ୍ରମୀ ଏବଂ ସଚ୍ଚୋଟ  ହୋଇଥାନ୍ତି । ଏହା ସହ ନିଜର ଗୁଣ ଆଧାରରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥାନ୍ତି ।

–              ଯେଉଁମାନଙ୍କର ଛାତିରେ ଜନ୍ମ ଚିହ୍ନ ଥାଏ, ସେମାନେ ବହୁତ ଭାଗ୍ୟବାନ  ହୋଇଥାନ୍ତି । ଏହି ବ୍ୟକ୍ତିମାନେ ସବୁ କ୍ଷେତ୍ରରେ ସଫଳତା ପାଇଥାନ୍ତି । ଏହି ବ୍ୟକ୍ତିମାନେ ଖୁସି ରୁହନ୍ତି ଏବଂ ସେମାନଙ୍କ ଆଖପାଖର ଲୋକଙ୍କୁ ମଧ୍ୟ ଖୁସି ରଖନ୍ତି  ।

–              ପେଟରେ ଜନ୍ମ ଚିହ୍ନ ବ୍ୟକ୍ତିଙ୍କୁ ଖାଦ୍ୟ ପ୍ରତି ରୁଚି ଦର୍ଶାଇଥାଏ ।

–              ଜଙ୍ଘରେ ଜନ୍ମ ଚିହ୍ନ ରହିବା ମଧ୍ୟ ଭାଗ୍ୟଶାଳୀ ହେବାର ସଙ୍କେତ ଅଟେ  । ଏହିପରି ଲୋକମାନେ ସର୍ବଦା ସଫଳତା ଏବଂ ପ୍ରଗତି ପାଆନ୍ତି  ।

Get real time updates directly on you device, subscribe now.