fbpx

ବାଜିଲା ସାଇରନ୍‌…ରାତି ୧ଟାରେ ଖୋଲିଲା ବ୍ୟାଙ୍କ, ଚୋରୀ ସନ୍ଦେହରେ ଘଟଣାସ୍ଥଳରେ ପହଞ୍ଚିଲା ପୋଲିସ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ: ରାତି ଅଧରେ ବାଜିଲା ବ୍ୟାଙ୍କ ଏମର୍ଜେନ୍ସି ସାଇରନ୍ । ଛାନିଆ ହେଲା ପୋଲିସ । ବ୍ୟାଙ୍କରେ କାଳେ ଚୋରି, ଡକାୟତି ହୋଇଥିବା ସନ୍ଦେହ କରି ଫୋର୍ସ ବି ସାଥିରେ ନେଇଥିଲା ପୋଲିସ । ଚାନଭିନ୍ ହେଲା । ବ୍ୟାଙ୍କ କ୍ୟାସିୟରଙ୍କୁ ଫୋନ୍ କରି ଡକାଇଲେ । ତା’ ପରେ ଏମିତି କିଛି ଜଣାପଡ଼ିଲା ଯାହା ସମସ୍ତଙ୍କୁ ଚକିତ କରିଥିଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ହରଦୋଇ ସ୍ଥିତ ଶାହାବାଦରେ ।

ସୂତ୍ରରୁ ପ୍ରକାଶ ମଙ୍ଗଳବାର ବିଳମ୍ବିତ ରାତି ୧ରେ ଶାହାବାଦ ସ୍ଥିତ କୋତୱାଲି ବସ୍ ଷ୍ଟାଣ୍ଡ୍ ନିକଟରେ ଥିବା ଏକ ଆର୍ଯ୍ୟବର୍ତ୍ତ ଗ୍ରାମୀଣ ବ୍ୟାଙ୍କରେ ଏମର୍ଜେନ୍ସୀ ସାଇରନ୍ ବାଜିଥିଲା । ଏହା ଶୁଣି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ସ୍ଥାନୟ ପୋଲିସ ଘଟଣାସ୍ଥଳରେ ପୁରା ଟିମ୍ ନେଇ ପହଂଚିଥିଲା । ପୋଲିସ ବ୍ୟାଙ୍କ କ୍ୟାଶିୟର ଏବଂ କିଛି ଅନ୍ୟ କର୍ମଚାରୀଙ୍କୁ ଫୋନ୍ କରି ଡକାଇଥିଲେ । ପୋଲିସ ଟିମ ଦ୍ୱାରା ବ୍ୟାଙ୍କରେ ଛାନଭିନ୍ ହେଲା । କିନ୍ତୁ କିଛି ସନ୍ଦିଗ୍ଧ ଘଟଣା ଘଟିଥିବା ଭଳି ଜଣାପଡ଼ିଲା ନାହିଁ । ଅନେକ ସମୟର ଛାନଭିନ୍ ପରେ ସାଇରନ୍ ବାଜିବାର ଅସଲ କାରଣ ଜଣାପଡ଼ିଲା । ବାସ୍ତବରେ ରାତିରେ ମୂଷାମାନେ ବ୍ୟାଙ୍କରେ ଉତ୍ପାତ କରିଥିବା ଜଣାପଡ଼ିଥିଲା । ସେମାନେ ବ୍ୟାଙ୍କର ସାଇରନ୍ ତାର କାଟି ଦେଇଥିବାରୁ ଏମର୍ଜେନ୍ସି ସାଇରନ୍ ବାଜିଥିଲା । ଏହା ପରେ ସମସ୍ତଙ୍କୁ ଆଶ୍ୱସ୍ତି ହୋଇଥିଲା କି ବ୍ୟାଙ୍କ ସୁରକ୍ଷିତ ଅଛି ।

Get real time updates directly on you device, subscribe now.