fbpx

ଆସନ୍ତାକାଲିଠାରୁ ଆରମ୍ଭ ହେବ ସ୍ମାର୍ଟ ଇଣ୍ଡିଆ ହାକାଥନ୍‍, ଅଂଶଗ୍ରହଣକାରୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଶିଳ୍ପ ଓ ଅନ୍ୟାନ୍ୟ ସଙ୍ଗଠନର ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଏକ ପ୍ଲାଟ୍‍ଫର୍ମ ଯୋଗାଇ ଦେବା ଉଦ୍ଦେଶ୍ୟରେ ‘ସ୍ମାର୍ଟ ଇଣ୍ଡିଆ ହାକାଥନ୍‍’ ଦେଶବ୍ୟାପୀ ଆୟୋଜନ କରାଯାଉଛି । ଚଳିତ ବର୍ଷ ସ୍ମାର୍ଟ ଇଣ୍ଡିଆ ହାକାଥନ୍‍ ଗ୍ରାଣ୍ଡ୍‍ ଫାଇନାଲ୍‍ ଆସନ୍ତାକାଲିଠାରୁ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଜାତୀୟ ସ୍ତରରେ ଚଳିତ ବର୍ଷର ଗ୍ରାଣ୍ଡ୍‍ ଫାଇନାଲ୍‍ରେ ୧୨ ହଜାରରୁ ଅଧିକ ଅଂଶଗ୍ରହଣକାରୀ ଭାଗ ନେବେ ।

୨୦୧୭ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଦ୍ୱାରା ସ୍ମାର୍ଟ ଇଣ୍ଡିଆ ହାକାଥନ୍‍ ଆରମ୍ଭ ହୋଇଛି । ଆସନ୍ତାକାଲି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଚଳିତ ବର୍ଷର ସ୍ମାର୍ଟ ଇଣ୍ଡିଆ ହାକାଥନ୍‍ରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କ ସହିତ ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି । ସ୍ମାର୍ଟ ଇଣ୍ଡିଆ ହାକାଥନ୍‍ ଫଟୋ ସଂସ୍କରଣକୁ ସୁଗମ କରିବାପାଇଁ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ – ଭିସୁଟ୍‍କୁ ନୋଡାଲ୍‍ ସେଣ୍ଟର ଭାବେ ଚୟନ କରାଯାଇଛି । ଏହି ଅବସରରେ ଆସନ୍ତାକାଲି ସକାଳ ୮ଟାରେ ଭିସୁଟ୍‍ର ଇ-ଲର୍ଣ୍ଣିଂ ସେଣ୍ଟରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବଂଶୀଧର ମାଝୀଙ୍କ ସଭାପତିତ୍ୱରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

Get real time updates directly on you device, subscribe now.