ବୀମା ଟଙ୍କା ପାଇଁ ବାପାକୁ ଛୁରୀ ଭୁସି ମାରିଦେଲା ପୁଅ, ନିଜ ଛାତିରେ ମଧ୍ୟ ଛୁରୀ ଭୁସିଲା

ଟଙ୍କା ପାଇଁ ବାପାକୁ ହତ୍ୟା। ଆଉ ପୋଲିସକୁ ଭ୍ରମିତ କରିବା ପାଇଁ ନିଜ ଛାତିରେ ମଧ୍ୟ ଛୁରୀରେ ଆଘାତ। ପରେ ଷଡଯନ୍ତ୍ର କରି ଅନ୍ୟ ନାଁ ଦେବା ପାଇଁ ଥାନାରେ ଯାଇ ବାପା ମୃତ୍ୟୁର ଏତଲା ମଧ୍ୟ ଦେଲା ଅଭିଯୁକ୍ତ।

ଉତ୍ତରପ୍ରଦେଶ: ପୁଅର ନାରକୀୟ କାଣ୍ଡ। ବୀମା ଟଙ୍କା ପାଇବା ପାଇଁ ବାପାକୁ ହତ୍ୟା ନେଇ ରଚିଥିଲା ସାଂଘାତିକ ପ୍ଲାନ। ବୁଢ଼ା ବାପାକୁ ଗାଡ଼ିରେ ବସାଇ ବୁଲାଇବାକୁ ନେଲା। ଆଉ ନିଛାଟିଆ ରାସ୍ତା ଉପରେ ପଛପଟୁ ଛୁରୀ ଭୁସି ହତ୍ୟା କରିଦେଲା। ଆଉ ପୋଲିସକୁ ଭ୍ରମିତ କରିବା ପାଇଁ ନିଜ ଛାତିରେ ମଧ୍ୟ ଛୁରୀରେ ଆଘାତ କରିଥିଲା।

ଯେପରି ପୋଲିସ ଅଭିଯୁକ୍ତ ପୁଅ ଉପରେ ସନ୍ଦେହ ନକରିବ, ସେଥିପାଇଁ ହତ୍ୟା ପରେ ବୁଦା ଭିତରେ ଛୁରୀକୁ ଲୁଚାଇଦେଲା। ଆଉ ନିଜେ ଯାଇ ବାପା ହତ୍ୟା ନେଇ ଥାନାରେ ଅଭିଯୋଗ କଲା। ପୋଲିସ ମଧ୍ୟ ଅଭିଯୋଗ ଆଧାରରେ ଅଭିଯୁକ୍ତକୁ ଖୋଜିବା ପାଇଁ ବାହାରିଲା, ଆଉ ଶେଷରେ ଯାହା ଜାଣିବାକୁ ପାଇଲା ନିଜେ ମଧ୍ୟ ଚକିତ ହୋଇଗଲା।

ବାପାକୁ ହତ୍ୟା: ହଁ ଏପରି ଏକ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ନୋଏଡାରେ। ଯେଉଁଠି ଜଣେ ପୁଅ ଯାହାଙ୍କ ନାମ ସନ୍ତୋଷ ବୋସାକ, ସେ ତାଙ୍କ ବାପା ପ୍ରକାଶ ବୋସାକଙ୍କ ସହ ରହୁଥିଲେ। ହେଲେ ଦିନେ ବାପାଙ୍କୁ ଗାଡିରେ ବସାଇ ବାହାରକୁ ନେଇଯାଇଥିଲେ।

ଆଉ ଏକ ନିଛାଟିଆ ରାସ୍ତା ଦେଖି ଗାଡ଼ି ଅଟକାଇ ଥିଲେ। ଏବଂ ତାଙ୍କ ବାପାଙ୍କୁ କହିଥିଲେ ପରିସ୍ରା ଯିବା ପାଇଁ। ଯେତେବେଳେ ପ୍ରକାଶ ପରିସ୍ରା ପାଇଁ ରାସ୍ତା କଡ଼କୁ ଯାଇଥିଲେ, ସେତେବେଳେ ତାଙ୍କ ପୁଅ ସନ୍ତୋଷ ଏକ ଧାରୁଆ ଛୁରୀରେ ବାପାର ପଛପଟୁ ଆକ୍ରମଣ କରିଥିଲା।

ଆଉ ସେହିଠାରେ ହିଁ ଟଳି ପଡିଥିଲେ ବାପା ପ୍ରକାଶ। କେବେଳ ଏତିକି ନୁହେଁ ପୋଲିସକୁ ଭ୍ରମିତ କରିବା ପାଇଁ ବାପାକୁ ହତ୍ୟା ପରେ ନିଜ ଛାତିରେ ମଧ୍ୟ ଛୁରୀରେ ଆଘାତ କରିଥିଲା। ଆଉ ଘଟଣା ଘଟାଇ ସାରିବା ପରେ ଛୁରୀକୁ ବୁଦା ଭିତରେ ଲୁଚାଇ ନିଜେ ଥାନାରେ ଯାଇ ବାପାଙ୍କ ହତ୍ୟା ମାମଲା ରୁଜୁ କରିଥିଲା।

କାହିଁକି କଲା ହତ୍ୟା: ପୋଲିସ ମଧ୍ୟ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କଲା। ଆଉ ଶେଷରେ ସତ ପାଖରେ ପହଞ୍ଚିଲା। ଆଉ ଅଭିଯୋଗ କରିଥିବା ପୁଅ ହିଁ ନିଜେ ଅଭିଯୁକ୍ତ ବୋଲି ଜାଣିବାକୁ ପାଇଥିଲା। ପରେ ସମସ୍ତ ଘଟଣା ଉପରୁ ପରଦା ଉଠିଥିଲା।

ଆଉ ପ୍ରମୁଖ କାରଣ ଥିଲା ବାପାଙ୍କ ବୀମା ଟଙ୍କା। ପ୍ରକାଶ ନାଁରେ ଥିଲା ଦୁଇଟି ବୀମା। ଯାହାକି ୫୦ ଲକ୍ଷ ପାଖାପାଖି ଟଙ୍କା। ଆଉ ପୁଅ ଲୋନ୍ ସୁଝିବା ପାଇଁ ବାପାକୁ ସେହି ଟଙ୍କା ମାଗିଥିଲା। କିନ୍ତୁ ପ୍ରକାଶ ସନ୍ତୋଷକୁ ସେ ଟଙ୍କା ଦେଇନଥିଲେ। ଯାହାପରେ ବାପାକୁ ହତ୍ୟା କରି ଟଙ୍କା ଉଠାଇବାକୁ ଯୋଜନା କରିଥିଲା ପୁଅ ସନ୍ତୋଷ।

ଲୋନ୍ ଟଙ୍କା: ତେବେ ପୋଲିସର ସୂଚନାନୂସାରେ, ଗିରଫ ଅଭିଯୁକ୍ତଙ୍କୁ ବିହାରର କିଶନଗଞ୍ଜ ଜିଲ୍ଲାର ବାସିନ୍ଦା ସନ୍ତୋଷ ବୋସାକ ଭାବରେ ଚିହ୍ନଟ କରାଯାଇଛି। ଅତିରିକ୍ତ ଡେପୁଟି ପୋଲିସ କମିଶନର ସୁଧୀର କୁମାର କହିଛନ୍ତି ଯେ, ବର୍ତ୍ତମାନ ବୁଲନ୍ଦସହରର ସିକନ୍ଦରାବାଦ ଥାନା ଅଞ୍ଚଳ ଅନ୍ତର୍ଗତ ବିଶ୍ୱାନା ଗାଁରେ ଅଭିଯୁକ୍ତ ରହୁଥିଲା।

ପୋଲିସ ତଦନ୍ତ ଆରମ୍ଭ କରି ଜାଣିବାକୁ ପାଇଲା ଯେ ୨୦୨୨ ମସିହାରେ ପ୍ରକାଶ ବୋସାକ ଏବଂ ତାଙ୍କ ପୁଅ ସନ୍ତୋଷ ଏକ ଘରୋଇ ବ୍ୟାଙ୍କରୁ ୧୨.୫ ଲକ୍ଷ ଟଙ୍କା ଋଣ ନେଇଥିଲେ। ଯାହା ସାହାଯ୍ୟରେ ସେମାନେ ବୁଲନ୍ଦସହରରେ ଏକ ଘର କିଣିଥିଲେ। ଏଥିପାଇଁ ପ୍ରତି ମାସରେ ୧୨,୫୦୦ ଟଙ୍କାର EMI ଦେବା ସେମାନଙ୍କ ପାଇଁ କଷ୍ଟକର ହୋଇପଡୁଥିଲା।

ଯାହା ପରେ ପୁଅ ଏବଂ ବାପା ଏକ ହାଉସିଂ ଫାଇନାନ୍ସ କମ୍ପାନୀରୁ ୨୧ ଲକ୍ଷ ଟଙ୍କାର ଋଣ ନେଇଥିଲେ। ଏହା ସହିତ ସେ ପୂର୍ବ ଋଣ ପରିଶୋଧ କଲେ ଏବଂ ସନ୍ତୋଷ ତାଙ୍କ ମସଲା ପ୍ୟାକେଜିଂ ବ୍ୟବସାୟର ଆକାଉଣ୍ଟରେ ବାକି ଟଙ୍କା ଜମା କଲେ।

ବୀମା ଟଙ୍କା ମୃତ୍ୟୁର କାରଣ: ନୂତନ ଋଣର ମାସିକ ୨୭ ହଜାର ଟଙ୍କାର କିସ୍ତି ଦେବା ବାପା ଏବଂ ପୁଅଙ୍କ ପାଇଁ କଷ୍ଟକର ହୋଇପଡିଲା। ଏହି ସମୟରେ, ସନ୍ତୋଷ ଜାଣିବାକୁ ପାଇଲେ ଯେ ତାଙ୍କ ବାପାଙ୍କ ନାମରେ ଦୁଇଟି ବୀମା ପଲିସି ଅଛି, ଯାହାର ମୋଟ ପରିମାଣ ୫୦ ଲକ୍ଷ ଟଙ୍କା।

ବ୍ୟବସାୟରେ କ୍ଷତି ଏବଂ ଆର୍ଥିକ ସଙ୍କଟ ଯୋଗୁଁ ସନ୍ତୋଷ ତାଙ୍କ ବାପାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲେ। ଆଉ ଷଡଯନ୍ତ୍ରରେ ମଧ୍ୟ ସଫଳ ହେଲା। ହତ୍ୟା ପରେ ସନ୍ତୋଷ ତାଙ୍କ ବାପାଙ୍କ ମୃତ୍ୟୁ ପ୍ରମାଣପତ୍ର ତିଆରି କରିଥିଲେ ଏବଂ ମାତ୍ର ତିନି ମାସ ମଧ୍ୟରେ ୫୦ ଲକ୍ଷ ଟଙ୍କାର ବୀମା ରାଶି ପାଇଥିଲେ।

ପୋଲିସର ବିସ୍ତୃତ ତଦନ୍ତ ପରେ ସନ୍ତୋଷଙ୍କ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି। ଅଧିକାରୀ କହିଛନ୍ତି ଯେ ପ୍ରମାଣ ଆଧାରରେ ଅଭିଯୁକ୍ତକୁ ଡଙ୍କୌର ରେଳ ଷ୍ଟେସନରୁ ଗିରଫ କରାଯାଇଛି।