15 ବର୍ଷର ବାଳକ ଭିତରେ ଈଶ୍ୱରଙ୍କ ଆତ୍ମା, ମୃତ ବ୍ୟକ୍ତିକୁ କଲେ ଜୀବିତ

ଛୁଇଁଦେଲେ ଭଲ ହୋଇଯାଏ ରୋଗ

ଓଡିଶା ଭାସ୍କର: ମାତ୍ର 15 ବର୍ଷ, କିନ୍ତୁ ଭଗବାନଙ୍କ ଉପାଧି, ଛୁଇଁଦେଲେ ଭଲ ହୋଇଯାଏ ରୋଗ। ଆଜ୍ଞା ହଁ, ଆମେ କହୁଛୁ କାର୍ଲୋ ଆକୁଟିସଙ୍କ ବିଷୟରେ। ସେ 1991 ମେ 3 ରେ ଲଣ୍ଡନରେ ଜନ୍ମଗ୍ରହଣ କରିଥିଲେ ଏବଂ 2006 ମସିହାରେ ବ୍ଲଡ଼ କ୍ୟାନ୍ସର କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା।

ସେ ସର୍ବଦା ଜିନ୍ସ ଏବଂ ଟି-ସାର୍ଟ ପିନ୍ଧିବା ସହିତ ଭିଡିଓ ଗେମ୍ ଖେଳୁଥିଲେ, କମ୍ପ୍ୟୁଟର କୋଡିଂ କରୁଥିଲେ ଏବଂ ସାଙ୍ଗମାନଙ୍କ ସହିତ ସ୍କୁଲ ମଧ୍ୟ ଯାଉଥିଲେ। ବହୁତ ସାଧାରଣ ଭାବରେ ଜୀବନ ଜାପାନ କରୁଥିଲେ ମଧ୍ୟ ତାଙ୍କ ଭିତରେ ଅସାଧାରଣ ଶକ୍ତି ଲୁଚି ରହିଥିଲା, ଯାହାକୁ କ୍ୟାଥୋଲିକ ଚର୍ଚ୍ଚ ଏବେ ସନ୍ଥର ମାନ୍ୟତା ଦେବାକୁ ଯାଉଛି।

ଛୁଇଁଦେଲେ ରୋଗ ଭଲ ହୋଇଯାଉଥିଲା: କାର୍ଲୋ ମଣିଷକୁ ଛୁଇଁଦେବା ମାତ୍ରେ ମଣିଷର ରୋଗ ଭଲ ହୋଇଯାଉଥିଲା। ଏହିପରି ତାଙ୍କର ପ୍ରଥମ ଚମତ୍କାର ସେ ବ୍ରାଜିଲର ଏକ ପିଲା ଉପରେ ଦେଖାଇଥିଲେ।

ଜନ୍ମଗତ ରୋଗ କାରଣରୁ ସେହି ପିଲାଟି ଖାଦ୍ୟ ଖାଇ ପାରୁନଥିଲା, ଯେତେବେଳେ କାର୍ଲୋଙ୍କ ନାମରେ ତା ପାଖରେ ପ୍ରାର୍ଥନା କରାଗଲା, ସେ ସୁସ୍ଥ ହୋଇଗଲା ଏବଂ ଠିକସେ ଖାଇବା ପିଇବା ମଧ୍ୟ କଲା।

ଦ୍ୱିତୀୟ ଚମତ୍କାରଟି କୋଷ୍ଟା ରିକାର ଜଣେ ଯୁବତୀଙ୍କ ସହିତ ଜଡିତ ଥିଲା। ସେ ଇଟାଲୀରେ ଏକ ସାଇକେଲ ଦୁର୍ଘଟଣା ପରେ କୋମାକୁ ଚାଲିଯାଇଥିଲେ। ଯେତେବେଳେ ତାଙ୍କ ମାଆ ଆସିସିରେ କାର୍ଲୋଙ୍କ କବର ପାଖରେ ଥାଇ ପ୍ରାର୍ଥନା କରିଥିଲେ ସେତେବେଳେ ଝିଅଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲା, ଯାହାକୁ ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ।

ଲୋକମାନେ କାର୍ଲୋଙ୍କୁ ଭଗବାନ ବୋଲି ମାନୁଥିଲେ। ସେ ଇଣ୍ଟରନେଟ୍ ଏବଂ ପ୍ରଯୁକ୍ତିବିଦ୍ୟା ଜଗତରେ ଜଣେ ବିଶେଷଜ୍ଞ ଥିବା ସହିତ କ୍ୟାଥୋଲିକ୍ ଚମତ୍କାରର ଏକ ୱେବସାଇଟ୍ ତିଆରି କରିଥିଲେ। ଯାହା ଦ୍ୱାରା ସମଗ୍ର ବିଶ୍ୱ ଏହି ଘଟଣାଗୁଡ଼ିକ ବିଷୟରେ ଜାଣିପାରିବ।

କେବଳ ଏତିକି ନୁହେଁ, କାର୍ଲୋ ତାଙ୍କ ପକେଟ ଖର୍ଚ୍ଚରେ ମିଲାନର ରାସ୍ତାରେ ବାସହୀନମାନଙ୍କୁ ସାହାର୍ଯ୍ୟ ମଧ୍ୟ କରୁଥିଲେ। ସେ ପ୍ରାୟତଃ ଟି-ସାର୍ଟ ଏବଂ ଜିନ୍ସରେ ରହୁଥିବାରୁ ତାଙ୍କୁ ‘ଜିନ୍ସ ୱାଲେ ବାବା’ ବୋଲି କୁହାଯାଉଥିଲା।

20 ବର୍ଷ ପରେ ସନ୍ଥ ପଦବୀ: 2006 ମସିହାରେ କାର୍ଲୋ ବ୍ଲଡ଼ କ୍ୟାନ୍ସର ରୋଗରେ ମୃତ୍ୟୁବରଣ କରିଥିଲେ। ସେତେବେଳେ ତାଙ୍କର ବୟସ ମାତ୍ର 15 ବର୍ଷ ଥିଲା। ଏବେ, ତାଙ୍କ ମୃତ୍ୟୁର 20 ବର୍ଷ ପରେ, ସେ ଆନୁଷ୍ଠାନିକ ଭାବରେ କ୍ୟାଥୋଲିକ ଚର୍ଚ୍ଚର ସନ୍ଥ ହେବାକୁ ଯାଉଛନ୍ତି।