fbpx

World Cup ଫାଇନାଲ ପାଇଁ ଦଳକୁ ଫେରିବେ ଏହି ଷ୍ଟାର କ୍ରିକେଟର! PLaying-11ରେ ପରିବର୍ତ୍ତନ କରିପାରନ୍ତି ରୋହିତ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ-୨୦୨୩ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତାକାଲି ହେବ ବିଶ୍ୱଯୁଦ୍ଧ । ଏଥିପାଇଁ ଉଭୟ ଦଳ ଭିତରେ ଚାଲିଛି ଜୋରଦାର ପ୍ରସ୍ତୁତି । ଉଭୟ ଦଳ ପରସ୍ପରକୁ ମାତ୍ ଦେବା ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି । ତେବେ ଏହାଭିତରେ ଅଧିନାୟକ ରୋହିତ ଶର୍ମା ଦଳରେ କରିପାରନ୍ତି ପରିବର୍ତ୍ତନ । ପ୍ଲେଇଙ୍ଗ-୧୧ରେ ଜଣେ ଚମ୍ପିଆନ୍ କ୍ରିକେଟରଙ୍କୁ ସାମିଲ କରିପାରନ୍ତି ରୋହିତ । ଯିଏ କି ବିଶ୍ୱକପ ଫାଇନାଲରେ ଦଳ ପାଇଁ ସାଜିବେ ବ୍ରହ୍ମାସ୍ତ୍ର ।

ଭାରତ-ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚରେ ବିଜୟୀ ହେବା କୌଣସି ଦଳ ପକ୍ଷରେ ସେତେଟା ସହଜ ହେବନି । ଉଭୟ ଦଳର ଖେଳାଳି ଦମଦାର ଫର୍ମରେ ରହିଥିବା ବେଳେ ଶକ୍ତିଶାଳୀ ପ୍ଲେଇଙ୍ଗ-୧୧ ବଳରେ ଫାଇନାଲ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି । ତେଣୁ ଫାଇନାଲ ମ୍ୟାଚ ଖୁବ ସଂଘର୍ଷମୟ ହେବ ବୋଲି ଆଶା କରାଯାଉଛି । ତେବେ ଏହି ଦଳରେ ଭାରତର ଅଧିନାୟକ ରୋହିତ ଶର୍ମା ଏକ ବଡ଼ ପରିବର୍ତ୍ତନ କରିପାରନ୍ତି । ପ୍ଲେଇଙ୍ଗ-୧୧ରେ ପରିବର୍ତ୍ତନ କରି ନୂଆ ଖେଳାଳିଙ୍କୁ ସାମିଲ କରିବା ପାଇଁ ଚିନ୍ତା କରିପାରନ୍ତି ରୋହିତ । ଏହି ଖେଳାଳି ହେଉଛନ୍ତି ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱୀନ । ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର ପ୍ରଦର୍ଶନ ଯୋଗୁଁ ସେ ଅଶ୍ୱୀନଙ୍କୁ ଦଳରେ ଏଣ୍ଟ୍ରି କରାଇପାରନ୍ତି । ବିଶ୍ୱକପ ଫାଇନାଲରେ ସୂର୍ଯ୍ୟକୁମାରଙ୍କୁ ବାଦ୍ ଦେଇ ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ପ୍ଲେଇଙ୍ଗ-୧୧ରେ ସୁଯୋଗ ଦେଇପାରନ୍ତି ରୋହିତ ।

କାରଣ ରେକର୍ଡ କହୁଛି, କ୍ରିକେଟ ଇତିହାସରେ ଅନେକ ଥର ଅଷ୍ଟ୍ରେଲିଆ ପାଇଁ କଣ୍ଟା ସାଜିଛନ୍ତି ରବି ଅଶ୍ୱିନ । ଅଷ୍ଟ୍ରେଲିଆର ଖେଳାଳି ମାନଙ୍କୁ ସ୍ପିନ ଜାଲରେ ଫସାଇବାରେ ଖୁବ ମାହିର ଏହି ଷ୍ୟାର ଅଲରାଉଣ୍ଡର । ଦରକାର ବେଳେ ଅଷ୍ଟ୍ରେଲିଆର ୱିକେଟ ନେଇ ଯେକୌଣସି ଯୋଡ଼ି ଭାଙ୍ଗିପାରେ ସେ ସଫଳତା ପାଇଛନ୍ତି । ତେବେ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ସହ ମୁକାବିଲା ରହିଥିବାରୁ ଅଶ୍ୱୀନ ଭାରତୀୟ ଦଳ ପାଇଁ ଲକି କାର୍ଡ ସାବ୍ୟସ୍ତ ହୋଇପାରନ୍ତି । ସେପଟେ ଅଷ୍ଟ୍ରେଲିଆର ଅଧିକାଂଶ ଖେଳାଳି ପ୍ରାୟ ସମୟରେ ଅଶ୍ୱୀନଙ୍କ ସ୍ପିନକୁ ସାମ୍ନା କରିବାରେ ଫେଲ ମାରିଛନ୍ତି । ଏହାବ୍ୟତୀତ ଦିନିକିଆ କ୍ରିକେଟରେ ଅଶ୍ୱୀନଙ୍କ ଅଭିଜ୍ଞତା ମଧ୍ୟ ଫାଇନାଲରେ କାମ ଦେଇପାରେ । ଗତ ସେମି ଫାଇନାଲରେ ନ୍ୟୁଜିଲାଣ୍ଡର ୱିକେଟ ପାଇଁ ରୋହିତ ମଧ୍ୟ ଅଶ୍ୱୀନଙ୍କ ପରାମର୍ଶ ନେବା ସହ ଯୋଡ଼ି ଭାଙ୍ଗିବା ପାଇଁ ତାଙ୍କ ସହ ଆଲୋଚନା କରିଥିଲେ । ତେଣୁ ଫାଇନାଲରେ ଅଷ୍ଟ୍ରେଲିଆକୁ ଚକମା ଦେବା ପାଇଁ ଅଶ୍ୱୀନଙ୍କୁ ଦଳରେ ସାମିଲ କରି ଚମ୍ପିଆନ ହେବାକୁ ଚେଷ୍ଟା କରିପାରନ୍ତି ଅଧିନାୟକ ରୋହିତ ଶର୍ମା ।

Get real time updates directly on you device, subscribe now.