fbpx

ପେଟ୍ରୋଲ ଓ ଡିଜେଲ୍ ଉପରେ ୩ ଟଙ୍କା ଭାଟ୍ ହ୍ରାସ କଲେ ରାଜ୍ୟ ସରକାର, ଓଡିଶାରେ ଏତିକି ଶସ୍ତା ହେଲା ତେଲ ଦର

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ପକ୍ଷରୁ ପେଟ୍ରୋଲ ଓ ଡିଜେଲ୍ ଉପରୁ ଗତକାଲି ଏକ୍ସାଇଜ ଡ୍ୟୁଟି ହ୍ରାସ ପରେ ରାଜ୍ୟଗୁଡିକ ଉପରେ ଭାଟ୍ କମାଇବା ପାଇଁ ଚାପ ବଢିଥିଲା । ଏହା ପରେ ଏନଡିଏ ଶାସିତ ରାଜ୍ୟଗୁଡିକ ପେଟ୍ରୋଲ ଓ ଡିଜେଲ୍ ଉପରେ ୭ ଟଙ୍କା ପର୍ଯ୍ୟନ୍ତ ଭା୍ଟ ହ୍ରାସ କରି ନିଜର ଜନତାଙ୍କୁ ଡବଲ୍ ଖୁସି ଦେଇଛନ୍ତି । ଏହି କ୍ରମରେ ଓଡିଶା ସରକାର ପେଟ୍ରୋଲ ଓ ଡିଜେଲ ଦରରେ ୩ ଟଙ୍କା ଭାଟ୍ ହ୍ରାସ କରିଛନ୍ତି । ଗୁରୁବାର ନବୀନ ପଟ୍ଟନାୟକ ଏହାର ଘୋଷଣା କରିଛନ୍ତି । ନୂତନ ଦର ୫ ତାରିଖ ମଧ୍ୟ ରାତ୍ରରୁ ଲାଗୁ ହେବ ।

ଏହା ପୂର୍ବରୁ କେନ୍ଦ୍ର ସରକାର ବୁଧବାର ପେଟ୍ରୋଲ ଦରରେ ଉତ୍ପାଦ ଶୁଳ୍କ ୫ ଟଙ୍କା ଏବଂ ଡିଜେଲ୍ ଉପରେ ୧୦ ଟଙ୍କା ଉତ୍ପାଦ ଶୁଳ୍କ କମ କରିଥିଲେ । ଏବେ ରାଜ୍ୟ ସରକାର ୩ ଟଙ୍କା ଭାଟ୍ କମାଇବା ପରେ ଓଡିଶାରେ ପେଟ୍ରୋଲ ୮ ଟଙ୍କା ଏବଂ ଡିଜେଲ୍ ଲିଟର ପ୍ରତି ୧୩ ଟଙ୍କା ଶସ୍ତା ହେବ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ୍ସାଇଜ ଓ ଭାଟ୍ ହ୍ରାସ ପରେ ସାଧାରଣ ଜନତାଙ୍କୁ କିଛିଟା ଆଶ୍ୱସ୍ତି ମିଳିବାକୁ ଯାଉଛି ।

ଏ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ, ଗୁଜରାଟ, ବିହାର, ଗୋଆ, କର୍ଣ୍ଣାଟକ, ଉତ୍ତରାଖଣ୍ଡ, ଆସାମ, ମଣିପୁର, ତ୍ରିପୁରା , ହିମାଚଳ ପ୍ରଦେଶ ଓ ଓଡିଶା ଭାଟ୍ କମାଇଛନ୍ତି । ଦେଶର ସବୁଠୁ ବଡ ରାଜ୍ୟ ଉତ୍ତର ପ୍ରଦେଶରେ ପେଟ୍ରୋଲ ଉପରେ ୭ ଟଙ୍କା ଏବଂ ଡିଜେଲ୍ ୨ ଟଙ୍କା ଭାଟ୍ ହ୍ରାସ କରାଯାଇଛି । ଏହି ପରି ୟୁପିରେ ପେଟ୍ରୋଲ ଓ ଡିଜେଲ୍ ଲିଟର ପ୍ରତି ୧୨ ଟଙ୍କା ଶସ୍ତା ହୋଇଛି ।

 

ଆସନ୍ତୁ ଜାଣିବା କେନ୍ଦ୍ର ସରକାର ଏକ୍ସାଇଜ ଡ୍ୟୁଟି ଏବଂ ରାଜ୍ୟ ସରକାର ଭାଟ୍ କମାଇବା ପରେ ଏବେ ନିମ୍ନୋକ୍ତ ରାଜ୍ୟବାସୀଙ୍କୁ କେତେ ଟଙ୍କା ଶସ୍ତାରେ ମିଳିବ ପେଟ୍ରୋଲ ଓ ଡିଜେଲ୍ ।

ଉତ୍ତର ପ୍ରଦେଶ- ପେଟ୍ରୋଲ ଲିଟର ପିଛା ୧୨ ଟଙ୍କା ଓ ଡିଜେଲ୍ ପିଛା ୧୨ ଟଙ୍କା ଶସ୍ତା

ଗୁଜରାତ- ପେଟ୍ରୋଲ ଲିଟର ପିଛା ୧୨ ଟଙ୍କା ଓ ଡିଜେଲ୍ ୧୭ ଟଙ୍କା ଶସ୍ତା

କର୍ଣ୍ଣାଟକ- ପେଟ୍ରୋଲ ଲିଟର ପିଛା ୧୨ ଟଙ୍କା ଓ ଡିଜେଲ୍ ପିଛା ୧୭ ଟଙ୍କା ଶସ୍ତା

ଗୋଆ- ପେଟ୍ରୋଲ ଲିଟର ପିଛା ୧୨ ଟଙ୍କା ଓ ଡିଜେଲ୍ ୧୭ ଟଙ୍କା ଶସ୍ତା

ମଣିପୁର- ପେଟ୍ରୋଲ ଲିଟର ପିଛା ୧୨ ଟଙ୍କା ଓ ଡିଜେଲ୍ ୧୭ ଟଙ୍କା ଶସ୍ତା

ତ୍ରିପୁରା- ପେଟ୍ରୋଲ ଲିଟର ପିଛା ୧୨ ଟଙ୍କା ଓ ଡିଜେଲ୍ ୧୭ ଟଙ୍କା ଶସ୍ତା

ବିହାର- ପେଟ୍ରୋଲ ଲିଟର ପିଛା ୬.୩୦ ଟଙ୍କା ଓ ଡିଜେଲ୍ ୧୧.୯୦ ଟଙ୍କା ଶସ୍ତା

ସିକିମ- ପେଟ୍ରୋଲ ଲିଟର ପିଛା ୧୨ ଟଙ୍କା ଓ ଡିଜେଲ୍ ୧୭ ଟଙ୍କା ଶସ୍ତା

ଉତ୍ତରାଖଣ୍ଡ- ପେଟ୍ରୋଲ ଲିଟର ପିଛା ୭ ଟଙ୍କା ଓ ଡିଜେଲ୍ ୧୦ ଟଙ୍କା ଶସ୍ତା

ଓଡିଶା- ପେଟ୍ରୋଲ ଲିଟର ପିଛା ୮ ଟଙ୍କା ଓ ଡିଜେଲ ଲିଟର ପିଛା ୧୩ ଟଙ୍କା ଶସ୍ତା

 

Get real time updates directly on you device, subscribe now.