ରଜ ହେବ ନିଆରା, ଉକୃଷ୍ଟ କିଶୋରୀ ସୁଭଦ୍ରା ଦିବସ ନାଁରେ ପାଳିତ ହେବ ରଜ, ପାଳନ କରିବେ ରାଜ୍ୟ ସରକାର

ପ୍ରତି ଉତ୍ସବ ଲାଗି ୩୩ ହଜାର ଟଙ୍କା ଲେଖାଏଁ ଅନୁଦାନ ଦିଆଯାଇଛି। 

ଭୁବନେଶ୍ୱର: ଚଳିତ ବର୍ଷ ରଜ ହେବ କିଛି ନିଆରା। କାହିଁକି ନା ଏହି ବର୍ଷ ଝିଅମାନଙ୍କ ସହ ରଜ ପାଳିବେ ରାଜ୍ୟ ସରକାର। ଏମିତିରେ ରାତି ପାହିଲେ ସଜବାଜ ତା ପରଦିନ ପହିଲି ରଜ। ତେଣୁ ଆଜି ଘୋଷଣା ହୋଇଛି କି ଏହି ବର୍ଷ ରଜ କିଛି ଭିନ୍ନ ଧରଣର ହେବ।

ରଜ ପାଳିବେ ରାଜ୍ୟ ସରକାର। ଏନେଇ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଛି। ଉକୃଷ୍ଟ କିଶୋରୀ ସୁଭଦ୍ରା ଦିବସ ନାଁରେ ପାଳିତ ହେବ ଚଳିତ ବର୍ଷ ରଜ। ଏନେଇ ସବୁ ଜିଲ୍ଲାର ସମାଜ ମଙ୍ଗଳ ଅଧିକାରୀଙ୍କୁ ଚିଠି ଲେଖାଯାଇଛି।

ତୁରନ୍ତ ଏନେଇ ପ୍ରସ୍ତୁତି ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।  ପ୍ରତି ପୌରାଞ୍ଚଳରେ ଏହି କାର୍ଯ୍ୟକ୍ରମ ହେବ। କିଶୋରୀମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ହେବ। ଏନେଇ ଏସଓପି ଜାରି କରାଯାଇଛି। ପ୍ରତି ଉତ୍ସବ ଲାଗି ୩୩ ହଜାର ଟଙ୍କା ଲେଖାଏଁ ଅନୁଦାନ ଦିଆଯାଇଛି।  କାର୍ଯ୍ୟକ୍ରମରେ ବିଭିନ୍ନ ପିଠାପଣା, ପ୍ରତିଯୋଗିତା କରାଯିବ।