fbpx

ଦୁନିଆର ଶକ୍ତିଶାଳୀ ଦେଶରେ ଭାରତୀୟଙ୍କ ରାଜ୍‌: ତାଲିକାରେ ସାମିଲ ହେବେ ଋଷି ସୁନକ!

ନୂଆଦିଲ୍ଲୀ: ଦିନ ଥିଲା ଭାରତୀୟମାନେ ପରାଧୀନ ଥିଲେ ଏବଂ ଆମମାନଙ୍କ ଉପରେ ଅନ୍ୟରାଷ୍ଟ୍ରର ଶାସନ ଥିଲେ। ଭାରତ ଉପରେ ବ୍ରିଟିସମାନେ ପ୍ରାୟ ୨୦୦ ବର୍ଷ ଧରି ଶାସନ କରିଥିଲେ। ସମୟ ବଦଳିବା ସହିତ ସ୍ଥିତି ମଧ୍ୟ ବଦଳିଯାଇଛି। ବର୍ତ୍ତମାନ ବ୍ରିଟେନ୍ ଉପରେ ଶାସନ କରିବାକୁ ଯାଉଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସନକ। ସମ୍ଭବତଃ ଅଜି ହିଁ ଋଷି ସନକଙ୍କୁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ପଦ ମିଳିପାରେ। ଇତିହାସରେ ଏହା ଲିପିବଦ୍ଧ ହୋଇ ରହିବ ଯେ, ପ୍ରଥମ ଥର ପାଇଁ କୌଣସି ଭାରତୀୟ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ହେବେ।

ପୁର୍ବରୁ ଅନ୍ୟ ଦିଗଜମାନେ ମଧ୍ୟ ବିଶ୍ୱର ଗୁରୁତ୍ୱପୁର୍ଣ୍ଣ ଦେଶ ଗୁଡ଼ିକର ଦାୟିତ୍ୱରେ ରହିସାରିଛନ୍ତି। ବିଶ୍ୱର ଶିର୍ଷ ନେତାମାନଙ୍କ ମଧ୍ୟରେ ଆମେରିକାର ଉପ-ରାଷ୍ଟ୍ରପତି ଭାବେ କମଲା ହାରିସ୍ ରହିଛନ୍ତି। ଯାହଙ୍କର ନାମ ପୂରା ବିଶ୍ୱରେ ଶୁଣିବାକୁ ମିଳୁଛି। ଆମେରିକାଠାରୁ ଆରମ୍ଭ କରି ପର୍ତ୍ତୁଗାଲ ପର୍ଯ୍ୟନ୍ତ ବର୍ତ୍ତମାନ ଭାରତୀୟଙ୍କ ରାଜ ଚାଲିଛି। ଏହି ଦେଶମାନଙ୍କରେ ପ୍ରଧାନମନ୍ତ୍ରୀଠାରୁ ଆରମ୍ଭ କରି ବିଭିନ୍ନ ଗୁରୁତ୍ୱପୁର୍ଣ୍ଣ ପଦବୀରେ ଭାରତୀୟମାନେ ରହିଛନ୍ତି।

ଜୋ ବାଇଡେନଙ୍କ ନେତୃତ୍ୱ ସରକାରରେ କମଲା ହାରିସ୍ ବର୍ତ୍ତମାନ ଆମେରିକାର ଦ୍ଵିତୀୟ ଶୀର୍ଷ ନେତା ଅଟନ୍ତି। ସେ ଆମେରିକାର ଉପରାଷ୍ଟ୍ରପତି। ଡେମୋକ୍ରାଟିକ୍ ପାର୍ଟିର କମଲା ହାରିସ୍ ଆମେରିକାର ଇତିହାସରେ ପ୍ରଥମ ମହିଳା ଉପରାଷ୍ଟ୍ରପତି ହୋଇଥିଲେ। କମଲା ହାରିସ୍ ମୂଳତଃ ତାମିଲନାଡୁର, ସେ ୨୦୧୧ ରୁ ୨୦୧୭ ପର୍ଯ୍ୟନ୍ତ କାଲିଫର୍ନିଆର ଆଟର୍ଣ୍ଣି ଜେନେରାଲ୍ ଭାବରେ କାର୍ଯ୍ୟ କରିଥିଲେ।

ସେହିପରି ଅନ୍ୟ ଜଣେ ଭାରତୀୟ ପ୍ରବୀଣ ଜଗନ୍ନାଥ ହେଉଛନ୍ତି ବିଶ୍ୱର ଜଣେ ମହାନ ନେତା। ପ୍ରବୀଣ ବର୍ତ୍ତମାନ ମରିସସର ପ୍ରଧାନମନ୍ତ୍ରୀ ଅଛନ୍ତି। ମନ୍ତ୍ରିମଣ୍ଡଳରେ ଅନେକ ପ୍ରମୁଖ ପଦବୀରେ ଅବସ୍ଥାପିତ ହେବା ପରେ ପ୍ରବୀଣ କୁମାର ଜଗନ୍ନାଥ ସର୍ବସମ୍ମତି କ୍ରମେ ମରିସସର ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ। ସେ ଲା କାଭର୍ନେରେ ଏକ ଭାରତୀୟ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଏହି ଧାରାରେ ଆଉ ଜଣେ ଭାରତୀୟ ହେଉଛନ୍ତି ଆଣ୍ଟୋନିଓ କୋଷ୍ଟା ପର୍ତ୍ତୁଗାଲର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଏବଂ ୨୦୨୨ ରେ ବିଜୟ ପରେ ତାଙ୍କର ତୃତୀୟ କାର୍ଯ୍ୟକାଳ ପରିଚାଳନା କରୁଛନ୍ତି। ପର୍ତ୍ତୁଗାଲ ବ୍ୟତୀତ ଆଣ୍ଟୋନିଆଙ୍କ ସମ୍ପର୍କ ଗୋଆ ସହିତ ମଧ୍ୟ ଜଡିତ।

Get real time updates directly on you device, subscribe now.