ଫୁଲୁଛି ସୁବର୍ଣ୍ଣରେଖା, ସନ୍ଧ୍ୟା ୮ଟା ସୁଦ୍ଧା ପାର କଲା ବିପଦ ସଙ୍କେତ

ବସ୍ତା: ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା।  ରାଜଘାଟରେ ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା।  ବିପଦ ସଙ୍କେତ ୧୦.୩୬ ମିଟର। ହେଲେ ସନ୍ଧ୍ୟା ୮ଟା ସୁଦ୍ଧା ଜଳସ୍ତର ୧୧ ମିଟରରେ ପହଞ୍ଚିଛି। ତେଣୁ ବାଲିଆପାଳ ବ୍ଲକର ତଳିଆ ଅଞ୍ଚଳର ଲୋକଙ୍କୁ ସଚେତନ ରହିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।

ସେପଟେ ସୁବର୍ଣ୍ଣରେଖାର ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ବାଲେଶ୍ୱର ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି। ସୁବର୍ଣ୍ଣରେଖା ନଦୀରେ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି।

ଏହାସହ ଛୁଟିରେ ଥିବା କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କର୍ମଚାରୀଙ୍କୁ ନିଜ ହେଡକ୍ୱାର୍ଟର ନ ଛାଡ଼ି ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।