fbpx

ସ୍କୁଲରେ ଧର୍ମକୁ ନେଇ ଲାଗିିଲା ଲଢେଇ: ହିନ୍ଦୁ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଶିକ୍ଷକ ଗିରଫ

ତାମିଲନାଡୁ: ହିନ୍ଦୁ ଧର୍ମର ଦେବାଦେବୀଙ୍କ ଉପରେ ବିବାଦୀୟ ବନ୍ତବ୍ୟ ଦେବା ସହ ଧାର୍ମିକ ଚିନ୍ତାଧାରାକୁ କଟାକ୍ଷ କରୁଥିବା ନେଇ ଜଣେ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ଆସିଛି । ତାମିଲନାଡୁ କନ୍ନାଟ୍ଟୁଭିଲାଇ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଏମିତି ଅଭିଯୋଗ କରିଛନ୍ତି ଅଭିଭାବକ । ଖ୍ରୀଷ୍ଟ ଧର୍ମକୁ ଗୌରବାନ୍ୱିତ କରିବା ସହିତ ହିନ୍ଦୁ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ପାଇଁ ଛାତ୍ରଛାତ୍ରୀମାନଭ୍କୁ ବାଧ୍ୟ କରୁଥିଲେ ଏହି ଶିକ୍ଷକ । ଏହାପରେ ଅଭିଭାବକ ଏବଂ ହିନ୍ଦୁ ମୁନ୍ନାନୀର ସଦସ୍ୟ ସ୍କୁଲରେ ପହଞ୍ଚି ଘଟଣା ସମ୍ବନ୍ଧରେ ପଚରାଉଚରା କରିଥିଲେ । ଏହାସହିତ ପୋଲିସରେ ମଧ୍ୟ ମାମଲା ରଜୁ କରିବା ପାଇଁ କୁହାଯାଇଛି । ପିଲାମାନଙ୍କୁ ଖ୍ରୀଷ୍ଟଧର୍ମର ପ୍ରାର୍ଥନା ଗାନ କରିବା ସହିତ ହିନ୍ଦୁ ଧର୍ମର ଭାବନା ଏବଂ ଚେତନାରୁ ଦୂରେଇ ରହିବା ପାଇଁ ବାଧ୍ୟ କରୁଥିଲେ ।

ସେମାନେ ହିନ୍ଦୁ ବୋଲି କହିବା ପରେ ମଧ୍ୟ ପିଲାମାନଙ୍କୁ ବାଇବେଲ ପଢିବା ପାଇଁ ଶିକ୍ଷକ କହିଥିବା ଛାତ୍ର ଜଣକ ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ, ବାଇବେଲକୁ ସର୍ବୋତ୍ତମ କହିବା ସହିତ ଭାଗବଦ୍ ଗୀତାକୁ ଉପହାସ କରିଛନ୍ତି ଅଭିଯୁକ୍ତ ଶିକ୍ଷକ । ସେହିପରି ମଧ୍ୟାହ୍ନ ଭୋଜନ ପୂର୍ବରୁ ଆଣ୍ଠେଇ ଖ୍ରୀଷ୍ଟ ଧର୍ମର ପ୍ରାର୍ଥନା ଗାନ କରିବା ପାଇଁ ମଧ୍ୟ ବାଧ୍ୟ କରୁଥିଲେ । ଏହି ସମସ୍ତ ଅଭିଯୋଗ ଶୁଣିବା ପରେ ଶିକ୍ଷା ବିଭାଗ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରିଥିବା ଜଣାଯାଇଛି । ତେବେ ବିଜେପି ନେତା ନାରାୟଣନ ଥିରୁପତି ଘଟଣାର ଉପଯୁକ୍ତ ତଦନ୍ତ କରିବା ପାଇଁ ଷ୍ଟାଲିନ ସରକାରଙ୍କୁ ନିବେଦନ କରିଛନ୍ତି । ତେବେ ପିଲାମାନଙ୍କୁ ବାଇବେଲ ପଢିବାକୁ କହିବାରେ କଣ ଭୁଲ ରହିଛି ବୋଲି ପ୍ରଶ୍ନ କରିଛନ୍ତି ଓକିଲ ସି ରାଜଶେକରନ ।

Get real time updates directly on you device, subscribe now.