୫ ଦିନ ନିସ୍ତାର ନାହିଁ, କଲବଲ କରିବ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି

ଭୁବନେଶ୍ୱରରେ ଦିନ ୧୧.୩୦ ସୁଦ୍ଧା ୩୭ ଡ଼ିଗ୍ରୀ ଟପିଲା ତାପମାତ୍ରା।

ଭୁବନେଶ୍ୱର:  ବଢ଼ିଲା ଖରା। ଆହୁରି କଲବଲ କରିବ ତାତି। ଭୁବନେଶ୍ୱରରେ ସକାଳ ୧୧.୩୦ ସୁଦ୍ଧା ୩୭ ଡ଼ିଗ୍ରୀ ପାର କଲା ତାପମାତ୍ରା। ଆଗକୁ ଆହୁରି ୫ ଦିନ ରାଜ୍ୟବାସୀଙ୍କୁ ଖରାରୁ ମିଳିବନି ତ୍ରାହି।

ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ।  ଆଗାମୀ ୫ ଦିନ ରାଜ୍ୟବାସୀଙ୍କୁ ନିସ୍ତାର ନାହିଁ। ଖରା ଓ ଗୁଳୁଗୁଳିରେ କଲବଲ ହେବେ ଲୋକେ। ପଶ୍ଚିମ ଓଡ଼ିଶାରେ ଜାଳିବ ଖରା। ଉପକୂଳରେ ଅସହ୍ୟ ହେବ ଗୁଳୁଗୁଳି। ଜୁନ୍ ୮ ଯାଏଁ ସନ୍ତୁଳି ହେବେ ରାଜ୍ୟବାସୀ।

ରାଜ୍ୟରେ ତାପମାତ୍ରା ବୃଦ୍ଧି ସହ ବଢିଛି ଗୁଳୁଗୁଳି। ତାପମାତ୍ରା। ୫୫.୪ % ଆର୍ଦ୍ରତା ଯୋଗୁଁ ରାଜଧାନୀରେ ଗୁଳୁଗୁଳି ଅନୁଭୂତ। ପୁରୀ ୩୪.୮, ପାରାଦୀପ ଓ ଚାନ୍ଦବାଲି ୩୩.୬ ଡିଗ୍ରୀ ରେକର୍ଡ।