Budget 2024: ମଧ୍ୟବିତ୍ତଙ୍କ ବଢିବ ଟେନସନ! ନା, ବଜେଟ ସେମାନଙ୍କୁ କରିବ ଖୁସି, ଜ୍ୟୋତିଷାଚାର୍ଯ୍ୟଙ୍କ ଗଣନା କହୁଛି ଏପରି
ଓଡିଶା ଭାସ୍କର: ଭାରତର ଊର୍ଜାବାନ ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣ ପୁଣିଥରେ ପ୍ରସ୍ତୁତ ହେଲେଣି ବହି ଖାତା ଧରି । ୨୩ ଜୁଲାଇ ୨୦୨୪ ମସିହାରେ ନିର୍ମଳା ପୁଣିଥରେ ଭାରତ ସରକାରଙ୍କ ବଜେଟ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ଏହି ଦିନ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ, କାରଣ ବଜେଟ ବର୍ଷେ ପାଇଁ ଭାରତ ଓ ଭାରତର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ ।
୨୩ ଜୁଲାଇରେ ପ୍ରସ୍ତୁତ ହେବାକୁ ଥିବା ବଜେଟକୁ ନେଇ କୁଣ୍ଡଳୀରେ ମଧ୍ୟ ରହିଛି ଅନେକ ପ୍ରଭାବ । ଏହି ଦିନର ଲଗ୍ନର କୁଣ୍ଡଳୀରେ ଗୁରୁ ଓ ମଙ୍ଗଳ ବିରାଜମାନ ଅଛନ୍ତି । ତୃତୀୟ ଭାବରେ ସୂର୍ଯ୍ୟ ଓ ଶୁକ୍ର, ଚତୁର୍ଥରେ ବୁଧ, ପଞ୍ଚମରେ କେତୁ, ଦଶମରେ ଚନ୍ଦ୍ର ତଥା ଶନି ଏବଂ ଏଗାର ଭାବରେ ରାହୁ ମହାରାଜ ରହିଛନ୍ତି । ଭାରତର କୁଣ୍ଡଳୀରେ ଏବେ ଚନ୍ଦ୍ରଙ୍କ ମହାଦଶାରେ ଶୁକ୍ରଙ୍କ ଅନ୍ତର୍ଦ୍ଦଶା ରହିଛି । ଏହିସବୁ ସ୍ଥିତିକୁ ଦେଖିଲେ ଏହି ବଜେଟ ଛୋଟ ଓ ମଧ୍ୟ ଉଦ୍ୟୋଗଙ୍କ ପାଇଁ ବିଶେଷ ପ୍ୟାକେଜ ଘୋଷଣା କରିପାରେ । ଫଳରେ ଦେଶରେ ନୂଆ ଷ୍ଟାର୍ଟଅପ ଖୋଲିବ । ୟୁନିର୍କାନ ସଂଖ୍ୟା ବି ବଢିବ ।
ଏହାବାଦ ବିଦେଶୀ ବ୍ୟାପାରଙ୍କୁ ସୁଗମ କରିବା ପାଇଁ ଅନେକ କିଛି ଘୋଷଣା କରାଯାଇପାରେ । ଯାହାଦ୍ୱାରା ଦେଶରେ ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ଭାବରେ ବିଦେଶୀ ମୁଦ୍ରା ଭଣ୍ଡାର ସଶକ୍ତ ଓ ସମୃଦ୍ଧ ହୋଇପାରେ । ବେତନଭୋଗୀ ଓ କରଦାତାଙ୍କୁ ନୂଆ ବ୍ୟବସ୍ଥା ଦେଇ ଗତି କରିବାକୁ ମଧ୍ୟ ପଡିପାରେ । ଗରିବଙ୍କ ପାଇଁ ସରକାର ବିଶେଷ ଯୋଜନା ବି କରିପାରନ୍ତି । ଶିକ୍ଷାକ୍ଷେତ୍ରରେ ମଧ୍ୟ ଭଲ ଖବର ଆସିବାର ସମ୍ଭାବନା ରହିଛି । ସେହିଭଳି ଅଟୋମୋବାଇଲ ଉଦ୍ୟୋଗ ବଢିପାରେ । ତାହାସହ ଦେଶର ରକ୍ଷା ବଜେଟ ଆହୁରି ମଜବୁତ ହେବାର ମଧ୍ୟ ଆକଳନ କରୁଛନ୍ତି ଜ୍ୟୋତିର୍ବିତ । କୃଷିକ୍ଷେତ୍ରରେ ବି ଏହାର ପ୍ରଭାବ ପଡିବ ।
ଏତତବ୍ୟତୀତ ସେୟାର ବଜାର ଉପରେ ମଧ୍ୟ ଏହି ବଜେଟ ପ୍ରଭାବ ପକାଇବ ବୋଲି ଜ୍ୟୋତିର୍ବିତମାନେ କହୁଛନ୍ତି । ସେହିଭଳି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିବେ ସରକାର । ଫଳରେ ସେଥିରେ ମଧ୍ୟ ଖର୍ଚ୍ଚ ହେବ । ଇଲେକ୍ଟ୍ରୋନିକ ସେକ୍ଟର, ସୌର ଊର୍ଜା ତଥା ବିଜୁଳି କ୍ଷେତ୍ରରେ ବିଶେଷ ସୁଧାର ଆସିପାରେ । ମଧ୍ୟବିତ୍ତଙ୍କୁ ଘର ଓ ପାଣିର ସୁବିଧା ରହିବ ବୋଲି ମଧ୍ୟ ଆକଳନ କରୁଛନ୍ତି ଜ୍ୟୋତିର୍ବିତ ।