Video; ଅନୁଗୁଳରୁ ଆସିଲା ହୃଦୟବିଦାରକ ଖବର, ଚାଷୀଙ୍କ ବଳଦ ନେଇଗଲେ ଦୁର୍ବୃତ୍ତ, ଗୁହାଳକୁ ଚାହିଁ କାନ୍ଦୁଛନ୍ତି ମା’-ପୁଅ 

ଅନୁଗୁଳ: (ଓଡ଼ିଶା ଭାସ୍କର) ଆଖିରୁ ବହି ଯାଉଛି ଧାର ଧାର ଲୁହ। ବିକଳ ହେଇ ଭଙ୍ଗ ଚାଳିଆକୁ ଚାହିଁ କାନ୍ଦୁଛନ୍ତି ମାଆ-ପୁଅ। ଦୁଇ ଦିନ ହେଲା ଘରେ ଚୁଲି ବି ଜଳିନି। ତଥାପି କାହାକୁ ଭୋକ ଶୋଷ ହେଉନି। ଆପଣ ହୁଏତ ଏ ଦୃଶ୍ୟକୁ ଦେଖିବା ପରେ ଭାବୁଥିବେ ଏ ଦୁଇ ଜଣ ବନ୍ଧ ଉପରେ ବସି କାହିଁକି ସେ ଭଙ୍ଗା ଚାଳିଆକୁ ଚାହିଁ କାନ୍ଦୁଛନ୍ତି। ଏ ହେଉଛନ୍ତି ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ସରଧାପୁର ଗାଁ ର ଭାରତୀ ପ୍ରଧାନ ଓ ତାଙ୍କ ପୁଅ ସାଗର ପ୍ରଧାନ।

ସୂଚନାଅନୁସାରେ ଗତ ବୁଧବାର ଦିନଠୁ ସେ ଚାଷ କରୁଥିବା ତାଙ୍କର ବଳଦ ଦୁଇଟି ଗୁହାଳ ଘରୁ ଚୋରି ହୋଇଯାଇଛି। ଗାଁ ସାରା ଲୋକେ ବିଲରେ ଚାଷ କରିବାରେ ବ୍ୟସ୍ତ ଥିବା ବେଳେ ଏମାନଙ୍କ ବିଲ କିନ୍ତୁ ପଡିଆ ପଡିଛି।  ଆଉ ଏପଟେ ମନରେ ଚାଲୁଛି ଅନେକ ଚିନ୍ତା କେମିତି କରଜ ଶୁଝିବେ, କଣ ଖାଇବେ ଏମିତି ଅନେକ କଥା। ସେଥି ପାଇଁ ତ ଏମିତି ଗୁହାଳକୁ ଚାହିଁ ସବୁ ମନେ ପକାଇ କାନ୍ଦିବାରେ ଲାଗିଛନ୍ତି ଆଉ ଚାତକ ପରି ଗୁହାଳକୁ ଅନାଇ ବସିଛନ୍ତି।

କାରଣ ଏହି ଚାଷୀ ପରିବାର ର ସମ୍ପତ୍ତି କହିଲେ ଏହି ବଳଦ ଦୁଇଟି  ଛଡା କିଛି ନାହିଁ। ଏପଟେ ତାଙ୍କ ସ୍ଵାମୀ ଦିନ ରାତି ଏକ କରି ଯେତେ ଖୋଜ ଖୋଜି କଲେ ବି ବଳଦ  ଦୁଇଟିର ମିଳୁନି କୌଣସି ସନ୍ଧାନ। ଏମାନଙ୍କ ଲୁହ ଦେଖିଲେ  ସ୍ପଷ୍ଟ ଜଣା ପଡୁଛି ଯେ ଜଣେ ଚାଷୀ ବଳଦ ଓ ଚାଷକୁ କେତେ ଭଲ ପାଏ। ତାଙ୍କ ଅନାବିଳ ପ୍ରେମର ଏ ହେଉଛି ଜ୍ୱଳନ୍ତ ଉଦାହରଣ।