BIG BREAKING…ଆସନ୍ତା ୨୪ରେ ଆସିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆସନ୍ତା ୨୪ରେ ଆସିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା । ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଯିବ ‘ସୁଭଦ୍ରା’ ଟଙ୍କା କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ । ରାଜ୍ୟ ସରକାରଙ୍କ ଜନାଭିମୁଖୀ ଯୋଜନା ସୁଭଦ୍ରା ଯୋଜନାର ତୃତୀୟ କିସ୍ତି କେବେ ମିଳିବ ସେନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଥିବା ବେଳେ ଏବେ ଚତୁର୍ଥ କିସ୍ତିକୁ ନେଇ ଆଗରୁ ସୂଚନା ଦେଇଛନ୍ତି ।

ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟରେ ହିତାଧିକାରୀମାନେ ପୂର୍ବରୁ ଦୁଇଟି କିସ୍ତି ପାଇ ସାରିଥିବା ବେଳେ ଆଗକୁ ପରବର୍ତ୍ତୀ କିସ୍ତି ପାଇବେ । ନଭେମ୍ବର ୨୪ରେ ତୃତୀୟ କିସ୍ତି ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ନଭେମ୍ବର ୨୪ରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ତୃତୀୟ କିସ୍ତି ଅର୍ଥରାଶି ମିଳିବା ନେଇ ଶ୍ରୀମତୀ ପରିଡ଼ା ସୂଚନା ଦେଇଥିବା ବେଳେ ଡିସେମ୍ବର ମାସରେ ଚତୁର୍ଥ କିସ୍ତି ଅର୍ଥରାଶି ମିଳିବ । ଡିସେମ୍ବର ଶେଷ ସୁଦ୍ଧା ୧ କୋଟିରୁ ଅଧିକ ମହିଳାଙ୍କ ଏହି ଟଙ୍କା ମିଳିବ ।

ଖାରଜ ଆବେଦନର ରିଚେକ ପାଇର୍ ବିଡିଓଙ୍କୁ ନୋଡାଲ ଏଜେନ୍ସି ଦାୟିତ୍ୱ ଦିଆଯିବ । ଅଙ୍ଗନବାଡ଼ି ଦିଦିଙ୍କ ଜରିଆରେ ଖାରଜ ହିତାଧିକାରୀଙ୍କୁ ନୋଟିସ୍ ଦିଆଯିବ । ଜମି ଆଧାରରେ ଖାରଜ ହୋଇଥିଲେ ତହସିଲଦାର, ଆରଆଇ ତାହକୁ ପୁନଃ ଯାଞ୍ଚ କରିବେ । ସେହିପରି ସୁଭଦ୍ରା ଯୋଜନାକୁ ନେଇ ଆଜି ଗାଇଡଲାଇନ୍ ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଆଜି ୩ଟାରେ ବସିବାକୁ ଥିବା ବୈଠକରେ ଖାରଜ ହୋଇଥିବା ୨.୬୭ ଲକ୍ଷ ଆବେଦନ ଉପରେ ଆଲୋଚନା ହୋଇପାରେ ବୋଲି ସେ କହିଛନ୍ତି ।