fbpx

(Video) ରିଲ୍ସ ଷ୍ଟାରଙ୍କ ପ୍ରେମରେ ପାଗଳ ଟ୍ରକ୍ ଡ୍ରାଇଭର…’ତୁମେ ଅସୁସ୍ଥ ଅଛ ମୁଁ ଟ୍ରକ୍ ଚଳାଇପାରୁନି…’

Advertisement

ଓଡ଼ିଶା ଭାସ୍କର: ଯେବେ ଠୁ ରିଲ୍ସ ଷ୍ଟାର ସଂଚିତାଙ୍କୁ ପ୍ରଥମ ଥର ପାଇଁ ମୁଁ ଫୋନ୍‌ରେ ଦେଖିଥିଲେ । ମୋ ଆଖି ଲାଖି ଯାଇଥିଲା । ଆଉ ସେବେ ଠାରୁ ମୋ ମନ ତାଙ୍କ ପାଖରେ ଲାଗିଗଲା । ସଂଚିତାଙ୍କ ପାଇଁ ହୃଦୟରେ ଘର କରି ରଖିଛି । ହୃଦୟ ଦେଇଥିଲି ଏବେ କିଡିନୀ ଦେବାକୁ ପ୍ରସ୍ତୁତ ଅଛନ୍ତି ପ୍ରେମିକ । ରିଲ୍ସ ଷ୍ଟାର ତଥା ଅଭିନେତ୍ରୀଙ୍କ ପ୍ରେମରେ ପୁରା ପାଗଳ ହୋଇଗଲି । ଖାଇଲା ବେଳେ ହେଉ କି ଶୋଇଲା ବେଳେ ସବୁ ବେଳେ ମୁଁ ତାଙ୍କ ରିଲ୍ସ ଭିଡିଓ ଦେଖ । ମୋ ମନ ଖାଲି ରିଲ୍ସ ଷ୍ଟାର ସଂଚିତାଙ୍କ ପାଖରେ । ସଂଚିତା ଏବେ ଅସୁସ୍ଥଥିବାରୁ ଚିନ୍ତାରେ ପଡିଯାଇଛନ୍ତି ପ୍ରେମିକ । ତାଙ୍କ ବିନା ମୁଁ ବଂଚିପାରିବିନି ଏମିତି କହିଛନ୍ତି ଟ୍ରକ୍ ଡ୍ରାଇଭର ରବି କୁମାର ।

ତେବେ ସଂଚିତା ବାସୁ ଙ୍କୁ ହୃଦୟ ଦେଲେ ଜଣେ ଟ୍ରକ୍ ଡ୍ରାଇଭର । ଏବେ ତାଙ୍କ ବିନା ରହିପାରିବେନି ବୋଲି କହିବା ସହ ଅଭିନେତ୍ରୀଙ୍କ ଅସୁସ୍ଥତା ନେଇ ଚିନ୍ତାରେ ଡ୍ରାଇଭର । ତାଙ୍କୁ ବଂଚାଇବାକୁ ନିଜର କିଡନୀ ଦେବାକୁ ପ୍ରସ୍ତୁତ ଥିବା କହିଛନ୍ତି ଟ୍ରକ୍ ଡ୍ରାଇଭର । ସଂଚିତାଙ୍କ ବିନା ସେ ବଂଚି କିଛି ଲାଭ ନାହିଁ ବୋଲି କହିବା ବେଳେ ତାଙ୍କର ଏହି ଭିଡିଓକୁ ରେକର୍ଡ କରି ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି ରବି କୁମାର ନାମକ ଜଣେ ବ୍ୟକ୍ତି । ଅଭିନେତ୍ରୀ ବିହାର ଭାଗଲପୁରରେ ରହୁଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି । ଯେଉଁମାନେ ତାଙ୍କୁ ବହୁତ ପସନ୍ଦ କରନ୍ତି । ସେ ଦକ୍ଷିଣ ଚଳଚ୍ଚିତ୍ର ‘ଫାଷ୍ଟ ଡେ ଫାଷ୍ଟ ସୋ’ରେ ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରିଥିଲେ । ଲୋକମାନେ ତାଙ୍କ ରିଲ୍ ଏବଂ ଚଳଚ୍ଚିତ୍ରକୁ ଦେଖି ଖୁବ ପସନ୍ଦ କରନ୍ତ ।

Get real time updates directly on you device, subscribe now.