ସତ ହେଉଛି ମାଳିକା, ପାଞ୍ଜି! ଆଜି ଭୂମିକମ୍ପ, ଆଗକୁ ମାଡ଼ି ଆସୁଛି ବାତ୍ୟା: ପାଞ୍ଜି କହୁଛି ଓଡ଼ିଶାର ଭୟଙ୍କର ଭବିଷ୍ୟତ

ଓଡ଼ିଶା ଭାସ୍କର: ମାଳିକା ବଚନ ଭଳି ଗୋଟି ଗୋଟି କରି ସତ ହେଉଛି ପଞ୍ଜିକାବାଣୀ । ଓଡ଼ିଶାକୁ ନେଇ ଏକ ଭୟଙ୍କର ଭବିଷ୍ୟତ ଦେଖାଇଛି ପଞ୍ଜିକା । ନଭେମ୍ବର ମାସରେ ଓଡ଼ିଶାକୁ ଆଉ ଏକ ବାତ୍ୟାର ସାମନା କରିବାକୁ ପଡ଼ିବ ବୋଲି କହିଛି ପାଞ୍ଜି । ଆଉ ଏକଥାରୁ ପ୍ରମାଣ ଦେଇଛି ଆଜି ଭୁବନେଶ୍ୱରରେ ଅନୁଭୂତ ହୋଇଥିବା ଭୂମିକମ୍ପ । ନଭେମ୍ବର ମାସରେ ଭୂମିକମ୍ପ ହେବ ବୋଲି ପାଞ୍ଜିରେ ଲେଖାଥିଲା, ଯାହା ଆଜି ସାରା ରାଜଧାନୀ ବାସୀ ଅନୁଭବ କରିଛନ୍ତି । ତେଣୁ ପାଞ୍ଜିରେ ଲେଖା ଥିବା ଭୀଷଣ ବାତ୍ୟା ମଧ୍ୟ ଓଡ଼ିଶା ପାଇଁ ବିପଦ ହୋଇପାରେ ବୋଲି ବିଶ୍ୱାସ ଆହୁରି ଦୃଢ ହୋଇଯାଇଛି ।

ସତ ହୋଇଯାଉଛି ପଞ୍ଜିକା ବଚନ, ମାଡ଼ି ଆସିବ ବାତ୍ୟା । ଭୂମିକମ୍ପ ହେଲା ଏବେ ବାତ୍ୟା ବି ହେବ । ପୁଣି ଏକ ଭୀଷଣ ବାତ୍ୟାର ସମ୍ମୁଖୀନ ହେବ ଏହି ସବୁ ଉପକୂଳବର୍ତ୍ତୀ ଅଞ୍ଚଳ । ସତ ହୋଇ ଯାଉଛି ଗୋଟିଏ ପରେ ଗୋଟିଏ ଲେଖା । ମାଳିକା ବଚନ ଭଳି ପଞ୍ଜିକାରେ ଯାହା ସବୁ ଲେଖା ରହିଥିଲା ସେ ସବୁ ଧିରେ ଧିରେ ସତ ହେବାକୁ ଲାଗିଲାଣି । ଅକ୍ଟୋବରରେ ବାତ୍ୟା ଲେଖା ଥିଲା, ବାତ୍ୟା ହେଲା । ନଭେମ୍ବରରେ ଭୂମିକମ୍ପ ଲେଖା ଥିଲା ଭୂମିକମ୍ପ ହେଉଛି । ଆଉ ଏବେ ଭୀଷଣ ବାତ୍ୟା ହେବ ବୋଲି ମଧ୍ୟ ଲେଖା ରହିଛି । ଯାହା ପରେ ବାତ୍ୟା ହେବାକୁ ନେଇ ପାଣିପାଗ ବିଜ୍ଞାନୀ ମାନେ ଆକଳନ କରିଲେଣି । ୧୭ ତାରିଖ ଆଡ଼କୁ ବାତ୍ୟା ହେବ ବୋଲି ଆକଳନ କରାଯାଇଛି । ଜ୍ୟୋତିଷ ମାନେ ଗ୍ରହ ନକ୍ଷତ୍ର ମାନଙ୍କର ଚଳଣୀକୁ ଦେଖି ପଞ୍ଜିକା ତିଆରି କରିଥିଲେ । ଆଉ ଏବେ ସେହି ସବୁ କଥା ସତ ହୋଇଯାଉଛି ।

ଟିକେ ଏହି ପଞ୍ଜିକାର ଲେଖା ଉପରେ ନଜର ପକାନ୍ତୁ । ପଞ୍ଜିକାରେ ଲେଖା ରହିଛି କି ଚଳିତ ମାସରେ ଓଡ଼ିଶା ଆସାମ ମେଘାଳୟ ପଶ୍ଚିମବଙ୍ଗରେ ବିପୁଳ ପରିମାଣରେ କ୍ଷୟକ୍ଷତି ହେବ । ରାଜ୍ୟରେ ଭୂମିକମ୍ପ ହେବା ସହ ଅନେକ ଦୁର୍ଘଟଣା କ୍ଷୟକ୍ଷତି ହେବ । ଫଳରେ ରାଜ୍ୟରେ ଦୈନନ୍ଦିନ ସାମଗ୍ରୀର ମୂଲ୍ୟ ବୃଦ୍ଧ ଘଟିବ । ଏହି ଲେଖା କିଛି ପରିମାଣରେ ସତ ହୋଇଛି । ଭୁବନେଶ୍ୱରରେ ହୋଇଛି ମୃଦୁ ଭୂମିକମ୍ପ । ୨ରୁ ୩ ସେକେଣ୍ଡ ଭୁବନେଶ୍ୱରକୁ ପୁରା ଦୋହଲାଇ ଦେଇଥିଲା । ଲୋକେ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ ।

ଭୁମିକମ୍ପକର କଥା ସତ ହେବା ପରେ ଏବେ ବାତ୍ୟା ଡରାଇଲାଣି । ଲୋକେ ଭାବିଲେଣି ପଞ୍ଜିକା କଥା ସତ ହେଉଛି । ଏବେ ରାଜ୍ୟକୁ ବାତ୍ୟା ମଧ୍ୟ ଆସିପାରେ । ଭୀଷଣ ବାତ୍ୟାର ସାମ୍ନା କରିପାରେ ଓଡ଼ିଶା । ତେବେ ୧୭ ତାରିଖ ବେଳକୁ ଘୂର୍ଣ୍ଣିବଳୟ ଅବପାତରେ ପରିଣତ ହୋଇ ବାତ୍ୟା ହୋଇପାରେ ବୋଲି ଅନୁମାନ କରାଯାଉଛି । ହେଲେ ବାତ୍ୟା ନେଇ ଏପର୍ଯ୍ୟନ୍ତ ସଠିକ ତଥ୍ୟ ମିଳିପାରି ନାହିଁ । ଯେ ଯାହାବି ହେଉ ନା କାହିଁକି ପଞ୍ଜିକାରେ ଯାହା ସବୁ ଲେଖା ରହିଛି ତାହା ସବୁ ସତ ହୋଇଯାଉଛି ।