fbpx

କେନ୍ଦ୍ର ଆଇନ୍‍ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ‘ଟେଲି-ଲ’- ୨.୦’ର ହେବ ଶୁଭାରମ୍ଭ

ନୂଆଦିଲ୍ଲୀ: କେନ୍ଦ୍ର ଆଇନ୍‍ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ‘ଟେଲି-ଲ’- ୨.୦’ର ଶୁଭାରମ୍ଭ କରାଯିବ । ନୂଆଦିଲ୍ଲୀରେ ସିରିଫୋର୍ଟ ଅଡିଟୋରିୟମ୍‍ରେ ଆଇନ୍‍ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ୍‍ରାମ ମେଘୱାଲ ଏହାର ଶୁଭାରମ୍ଭ କରିବେ । ସମ୍ବିଧାନର ୩୯-ଏ ଧାରା ଅନୁସାରେ ସମସ୍ତଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ୨୦୧୭ ମସିହାରୁ ଟେଲି-ଲ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏଥିରେ ନ୍ୟାୟବନ୍ଧୁ କାର୍ଯ୍ୟକ୍ରମରେ ଆଇନ୍‍ଗତ ପରାମର୍ଶ ଯୋଗାଇ ଦିଆଯାଉଛି । ଲୋକମାନଙ୍କୁ ଘର ପାଖରେ ଆଇନ୍‍ଗତ ସେବା ପହଞ୍ଚାଉଥିବା ତୃଣମୂଳସ୍ତରର କର୍ମୀମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯିବ ।

ଆସନ୍ତକାଲି ଆୟୋଜିତ ହେବାକୁଥିବା କାର୍ଯ୍ୟକ୍ରମରେ ଆଇନ୍‍ ବିଭାଗର ଅଧିକାରୀ ଇ-ଗଭର୍ଣ୍ଣାନ୍ସ ସେବା, ଆଇନ୍‍ ବିଦ୍ୟାଳୟ ଅଧୀନରେ ଗଠିତ ପ୍ରୋପୋନୋ କ୍ଲବ୍‍ର ଛାତ୍ରଛାତ୍ରୀ ଓ ଅଧ୍ୟାପକ, ପାରା ଲିଗାଲ ସ୍ୱେଚ୍ଛାସେବୀ ଓ ରାଜ୍ୟ ସଂଯୋଜକ ପ୍ରମୁଖ ଯୋଗଦେବେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତଙ୍କ ପାଇଁ ନ୍ୟାୟ- ଆଇନ୍‍ ସହାୟତା ଇକୋ ସିଷ୍ଟମକୁ ସୁଦୃଢ଼ କରିବା ଦିଗରେ ଏହା ଆଉ ଏକ ସଫଳତା ହେବ ।

Get real time updates directly on you device, subscribe now.