fbpx

ଆମେରିକା ଜାପାନ ମିଳିତ ଭାବରେ ପ୍ରସ୍ତୁତ କରୁଛନ୍ତି ଭୟଙ୍କର ମିଶାଇଲ, ବିପଦକୁ ଏଡ଼ାଇବା ପାଇଁ ନିଆଗଲା ପଦକ୍ଷେପ

ନୂଆଦିଲ୍ଲୀ: ଜାପାନ ଏବଂ ଆମେରିକା ହାଇପରସେନିକ ମିଶାଇଲ ତିଆରି କରିବା ପାଇଁ କାର୍ଯ୍ୟ କରୁଛନ୍ତି । ଏହି ପ୍ରୋଜେକ୍ଟରେ ଦୁଇ ଦେଶ ମିଳିତ ଭାବେ କରୁଛନ୍ତି । ଏହି ପ୍ରୋଜେକ୍ଟ ଦ୍ୱାରା ଉତ୍ତରକୋରିଆ ଏବଂ ଚୀନ ଦୁଇ ଦେଶ ପାଇଁ ଅଡୁଆ ବଢିପାରେ ବୋଲି ଆଶଙ୍କା କରାଯାଉଛି। କାରଣ ଉତ୍ତର କୋରିଆ ଗୋଟିଏ ଅଞ୍ଚଳରେ ବାରମ୍ବାର କ୍ଷପଣାସ୍ତ୍ର ନିରୀକ୍ଷଣ କରିବା ଦ୍ୱାରା ସେହି ଅଞ୍ଚଳରେ ଚିନ୍ତା ବଢ଼ିବାରେ ଲାଗିଛି । ଏହି ପରିସ୍ଥିତିରେ କୋରିଆର ହାଇପରସୋନିକ ମିଶାଇଲ ବିପଦର ମୁକାବୁଲା କରିବା ପାଇଁ ଏହି ପ୍ରୋଜେକ୍ଟରେ କାମ କରିବ ।

ତେବେ ସୂଚନା ଅନୁସାରେ, ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଡାଙ୍କ ସହ ରାଷ୍ଟ୍ରପତି ଯୋ ବାଇଡେନଙ୍କ ସାକ୍ଷାତ ସମୟରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇପାରିବ । ଜାପାନ ପାଖରେ ବର୍ତ୍ତମାନ ବାଲିଷ୍ଟିକ କ୍ଷପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ଅଛି । କିନ୍ତୁ ଏହା ହାଇପରସୋନିକ କ୍ଷପଣାସ୍ତ୍ରର ଆକ୍ରମଣକୁ ରଖିବାରେ ସକ୍ଷମ ନୁହେଁ । ବାଲାଷ୍ଟିକ କ୍ଷେପଣାସ୍ତ୍ର ତୁଳନାରେ ହାଇପରସୋନିକ କ୍ଷପଣାସ୍ତ୍ର ଯେକୌଣସି ସମୟରେ ତାହାର ପଥ ପରିବର୍ତ୍ତନ କରାଯିବ । ଏହି ହାଇପରସୋନିକ ମିଶାଇଲକୁ ଟାର୍ଗେଟ କରିବା ବହୁତ କଷ୍ଟକର ହୋଇପାରେ । ବାଲାଷ୍ଟିକ କ୍ଷପଣାସ୍ତ୍ରଗୁଡିକ ନିକ୍ଷେପ କରିବା ପୂର୍ବରୁ ତାହାର ପଥ ନିର୍ଦ୍ଦାରିତ ହୋଇଥାଏ ।

ବର୍ତ୍ତମାନ ଦେଖିବାକୁ ଗଲେ ଆମେରିକା ଏବଂ ଜାପାନର ୩ଟି ଶତ୍ରୁ ଦେଶର ହାଇପରସୋନିକ ମିଶାଇଲ ରହିଛି । ସେହି ଦେଶଗୁଡିକ ହେଲେ ଋଷ, ଚୀନ, ଉତ୍ତରକୋରିଆ ଆଦି । ବିଭିନ୍ନ କ୍ଷେତ୍ରକୁ ନେଇ ଏହି ୩ ଟି ଦେଶ ସହିତ ଜାପାନ ଏବଂ ଆମେରିକାର ବିବାଦ ରହିଛି । ୟୋମିରି କହିଛନ୍ତି ବାଇଡେନ ଏବଂ କିଶିଦାଙ୍କ ଭେଟ ହେବ । ଏଥିାଇଁ ଏକ ତ୍ରିପାକ୍ଷିକ ଆଲୋଚନା ହେବ । ଏହି ବୈଠକରେ ମିଶାଇଲ ନିର୍ମାଣ ଉପରେ ଆଲୋଚନା ହେବ ।

Get real time updates directly on you device, subscribe now.