fbpx

(Video) ମତଦାନ ପୂର୍ବରୁ ନିଲାମ ହେଲା ଭୋଟ୍; ‘ଖଣ୍ଡେ ଭୋଟ୍‌ର ମୂଲ୍ୟ ୬,୦୦୦ ଟଙ୍କା…’ ନ ମିଳିବାରୁ ପିଟାପିଟି

Advertisement

ଅମରାବତୀ: ଆଜି ମତଦାନର କିଛି ଘଣ୍ଟା ପୂର୍ବରୁ ଆନ୍ଧ୍ରପ୍ରଦେଶର ଅତି କମରେ ୫ଟି ସ୍ଥାନରେ ପ୍ରବଳ ହଙ୍ଗାମା ହୋଇଥିଲା। ଲୋକମାନେ ନେତାଙ୍କ ଠାରୁ ଟଙ୍କା ମାଗିବା ଆରମ୍ଭ କରିଥିଲେ, ଯାହାକୁ ଭୋଟ ବଦଳରେ ଦେବାକୁ କୁହାଯାଇଥିଲା। ଯଦିଓ ଏହା ସମ୍ପୂର୍ଣ୍ଣ ବେଆଇନ ଏବଂ ଭୁଲ, କିନ୍ତୁ ଏହି ରାଜ୍ୟ ପାଇଁ କିଛି ନୂଆ ନୁହେଁ । ଆଶ୍ଚର୍ଯ୍ୟର କଥା ହେଉଛି ମୁଦ୍ରାସ୍ଫୀତି ଯେଭଳି ବୃଦ୍ଧି ପାଇଛି, ଭୋଟ୍ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଛି। ଟିଓଆଇ ରିପୋର୍ଟ ଅନୁଯାୟୀ, ଅନେକ ବିଧାନସଭା ଏବଂ ଲୋକସଭା ନିର୍ବାଚନ ମଣ୍ଡଳୀରେ ଖଣ୍ଡେ ଭୋଟ୍ ପାଇଁ ମୂଲ୍ୟ ୧୦୦୦ରୁ ୬୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

ରାଜ୍ୟରେ ୨୫ଟି ଲୋକସଭା ଆସନ ସହ ୧୭୫ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଛି। ଏହା ପୂର୍ବରୁ ଶନିବାର ପ୍ରଚାରର ଶବ୍ଦ କମିଥିଲେ ମଧ୍ୟ କେତେକ ସ୍ଥାନରେ ଟଙ୍କା ବଣ୍ଟନ ଜାରି ରହିଥିଲା। ପାଲନାଡୁର ସାତେନାପଲ୍ଲୀରେ ୧୮ତମ ୱାର୍ଡର ଭୋଟରମାନେ ରାସ୍ତାକୁ ଓହ୍ଲାଇ ହଙ୍ଗାମା କରିବା ଆରମ୍ଭ କରିଥିଲେ। ସେ ଦାବି କରିଛନ୍ତି ଯେ ତାଙ୍କୁ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା କିନ୍ତୁ ଏପର୍ଯ୍ୟନ୍ତ ମିଳିନାହିଁ।

ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା ପିଥାପୁରମରେ । ଜଣେ ପ୍ରାର୍ଥୀଙ୍କ କାର୍ଯ୍ୟାଳୟ ନିକଟରେ ଭୋଟରଙ୍କ ଭିଡ଼ ଜମିଥିଲା। ଦଳର ସମର୍ଥକମାନେ ପ୍ରତି ଭୋଟରଙ୍କୁ ୫ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କିଛି ମହିଳା ଏପର୍ଯ୍ୟନ୍ତ ଟଙ୍କା ପାଇନଥିବା ଜଣାପଡିଛି । ଏହାକୁ ବିରୋଧ କରି ଆରମ୍ଭ ହୋଇଥିଲା ବିକ୍ଷୋଭ। ପରିସ୍ଥିତି ଏତେ ଗମ୍ଭୀର ହୋଇଥିଲା ଯେ ପୋଲିସକୁ ହସ୍ତକ୍ଷେପ କରି ଲୋକଙ୍କୁ ହଟାଇବାକୁ ପଡ଼ିଥିଲା।

 

Get real time updates directly on you device, subscribe now.