fbpx

ଆହୁରି ଭୟାନକ ହେବ ଋଷ-ୟୁକ୍ରେନ ଯୁଦ୍ଧ: ପୁତିନଙ୍କ ରାଗକୁ ଦେଖି ଦାବି କଲେ ଉଓଇ ଅଧିକାରୀ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଦିନକୁ ଦିନ ଭୟାନକ ହେଉଛି ଯୁଦ୍ଧ । ଏ ନେଇ ଆମେରିକାର ଇଣ୍ଟେଲିଜେନ୍ସି ଏଜେନ୍ସ ଆଶଙ୍କା ଜାହିର କରିଛନ୍ତି । ୟୁକ୍ରେନ ଉପରେ ଖୁବ କମ ସମୟରେ କବଜା କରିବାକୁ ଚାହୁଁଥିଲେ ରାଷ୍ଟ୍ରପତି ବ୍ଲାଦିମିର ପୁତିନ । ଏଥିପାଇଁ ନିଜର ସମସ୍ତ ଶକ୍ତି ସାମର୍ଥ୍ୟ ଏକଜୁଟ କରି ଲଗାଇଥିଲା ଋଷ ସେନା । କିନ୍ତୁ ଦୁଇ ସପ୍ତାହରୁ ଅଧିକ ଦିନ ପର୍ଯ୍ୟନ୍ତ ଚାଲୁ ରହିଛି । ତେଣୁ ଏହି ଯୁଦ୍ଧ ଆଗକୁ ଆହୁରି ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଛି ।

ଆମେରିକାର ଏକ ଗୁପ୍ତସଂସ୍ଥା ଉଓଇ ର ନିର୍ଦ୍ଦେଶକ ୱିଲିୟମ ବର୍ଣ୍ଣସ କହିଛନ୍ତି ଯେ, ୟୁକ୍ରେନକୁ ନଷ୍ଟ କରିବା ପାଇଁ ପୁତିନ ଆହୁରି ଅଦିକ ବଳ ପ୍ରୟୋଗ କରି ପାରନ୍ତି । ଋଷ ନିକଟରେ ତିବା ବିରାଟ ସେନା ସାହାଯ୍ୟରେ ୟୁକ୍ରେନ ଉପରେ ବହୁତ ଦିନ ପର୍ଯ୍ୟନ୍ତ ଆକ୍ରମଣ କରିପାରବେ ବୋଲି ସେ କହିଛନ୍ତି । ତେବେ ନିଜ ସେନା ବିଭିନ୍ନ ସ୍ଥାନରେ ଫେଲ ମାରିବା ପରେ ପୁତିନ ଏବେ ରାଗରେ ଜର୍ଜରିତ ହୋଇ ପଡିଛନ୍ତି । ତେଣୁ ୟୁକ୍ରେନ ଉପରେ ସେ ଆହୁରି ତୀବ୍ର ଆକ୍ରମଣ କରି ପାରନ୍ତି ବୋଲି ଆକଳନ କରାଯାଇଛି । ଋଷରେ ଆମେରିକାର ରାଜଦୂତ ଭାବେ ଥିବା ୱିଲିୟମ ବର୍ଣ୍ଣସ ପୁତିନଙ୍କ ସହ ଆଲୋଚନା ମଧ୍ୟ କରି ସାରିଛନ୍ତି । ତେବେ ତାଙ୍କୁ ପୁତିନଙ୍କ ମାନସିକ ସ୍ଥିତି ବିଷୟରେ ପଚରାଯାଇଥିଲା, ପୁତିନ ଖୁବ କ୍ରୋଧୀ ଏବଂ ନିରାଶା ଥିବା କହିଛନ୍ତି ୱିଲିୟମ । ଏପରିକି ଯୁଦ୍ଧକୁ ରୋକିବାର କୌଣସି ସିଧା ରାସ୍ତା ନଥିବା କହିଛନ୍ତି ବର୍ଣ୍ଣସ । ତେଣୁ ୟୁକ୍ରେନ ଋଷର ସର୍ତ୍ତ ମାନିନେବା ହିଁ ଏକମାତ୍ର ରାସ୍ତା ବୋଲି ସେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.