ଓଡ଼ିଶା ଭାସ୍କର: ରାତି ପାହିଲେ ପାଳନ ହେବ ଦେବୀ ଦୁର୍ଗାଙ୍କ ବିଜୟା ଦଶମୀ । ମହିଷାସୁରକୁ ବଦ୍ଧ କରି ସତ୍ୟ ଏବଂ ଶକ୍କ୍ତିର ବିଜୟକୁ ପାଳନ କରିବାର ଏକ ଅପୂର୍ବ ମୁହୂର୍ତ୍ତ । ଭାରତର ବିଭିନ୍ନ ସ୍ଥାନରେ ଅନେକ ପରମ୍ପରା ଅନୁସାରେ ପାଳନ ହୋଇଥାଏ ଏହି ପର୍ବ । ଦଶହରାର ସେମିତି ଏକ ନିଆରା ପରମ୍ପରା ହେଉଛି ରାବଣପୋଡ଼ି । କିନ୍ତୁ ଭାରତର ଏକ ଜାଗାରେ ତ୍ରେତୟା ଯୁଗର ଦଶାନନ ରାବଣଙ୍କୁ ଦିଆଯାଏ ମଦ । ପ୍ରତିବର୍ଷ ଦଶହରାରେ ମଦ ଦିଆନଗଲେ ଗଳି ପଡନ୍ତି ରାବଣ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଦମ୍ ସତ ।
ପ୍ରତିବର୍ଷ ବିଜୟାଦଶମୀ ଅବସରରେ ମେରୁଟ ଭେନସାଲୀ ମଇଦାନରେ ଏକ ଅଦ୍ଭୁତ ପରମ୍ପରା ଦେଖିବାକୁ ମିଳିଥାଏ । ଏଠାରେ ରାବଣ ଜାଳିବା ପାଇଁ ପ୍ରସ୍ତୁତି ଚାଲିବା ସମୟରେ ଏଠାରେ ରାବଣକୁ ମଦ ଦିଆଯାଇଥାଏ । କୁହାଯାଏ ଯଦି ଏଠାରେ ମଦ ଦିଆଯାଏ ନାହିଁ ତେବେ ରାବଣଙ୍କ ପ୍ରଭାବ ପଡ଼େ । କମିଟିର ଅଧ୍ୟକ୍ଷ ପୱନ ଗର୍ଗ ନିଜେ ଏହି ଦାବି କରିଛନ୍ତି ଯେ, ମଦ ଦିଆ ନଗଲେ ରାବଣପୋଡ଼ି ହେବା ପୂର୍ବରୁ ଏହା ଗଳି ପଡିଥାଏ । ସେ ଆହୁରି କହିଛନ୍ତି “ଶୟତାନ ଶକ୍ତି”ର ପ୍ରତୀକ ହେଉଛନ୍ତି ରାବଣ, ତେଣୁ ମଦ୍ୟପାନ କରିବାର ଏହି ରୀତିନୀତି ପାଳନ କରାଯିବା ଆବଶ୍ୟକ । ୧୯୫୯ ପରଠାରୁ ଏଠଶରେ ରାମଲୀଳା ଆୟୋଜିତ ହୋଇ ଆସୁଛି ଏବଂ ଦଶହରା ଉପରେ ମଧ୍ୟ ଏକ ମହୋତ୍ସବ ଅନୁଷ୍ଠିତ ହୋଇଥାଏ ।