fbpx
BSKY SKY
BSKY SKY

ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ

BSKY

ଭୁବନେଶ୍ୱର: ଆସନ୍ତାକାଲିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଡିଜିପି ସୁନୀଲ ବଂଶଲ ବିଧାନସଭା ବାହରା ଓ ଭିତରର ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି । ଚଳିତ ଅଧିବେଶନର ସୁରକ୍ଷା ବ୍ୟବସ୍ଥାରେ ୨୮ ପ୍ଲାଟୁନ୍‍ ପୁଲିସ ଫୋର୍ସ ମୁତୟନ ହେବେ । ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ୮ ଜଣ ଅତିରିକ୍ତ ଡିସିପି ଓ ୧୬ ଜଣ ଏସିପି ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ । ବିଧାନସଭାକୁ ସଂଲଗ୍ନ ୫ଟି ରାସ୍ତାରେ ଟ୍ରାଫିକ କଟକଣା ରହିବ ।

ସୂଚନାଯୋଗ୍ୟ, ଡିସେମ୍ବର ୩୦ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟଦିବସ ରହିଛି । ଏହି ଅଧିବେଶନକୁ କିପରି ସୁରୁଖୁରୁରେ କରାଯିବ ସେ ନେଇ ଆଜି ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ଅନ୍ୟପକ୍ଷରେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ପକ୍ଷରୁ ମଧ୍ୟ ଆଜି ବିଧାୟକ ଦଳ ବୈଠକ ବସିବ । ସେହିଭଳି ଆସନ୍ତାକାଲି ବିଜେଡି ତାର ବିଧାୟକ ଦଳ ବୈଠକ କରିବ ।

Get real time updates directly on you device, subscribe now.