fbpx

ହେ ଭଗବାନ୍… ଏଇଟା ‘ରାକ୍ଷସ’ ବୋଧେ… ସମଦ୍ର କୂଳରେ ଅଦ୍ଭୁତ ଜୀବକୁ ଦେଖି ଡରିଗଲେ ମହିଳା

ନୂଆଦିଲ୍ଲୀ: ଟେଲିଭିଜନରେ ବିଭିନ୍ନ ଚାନେଲ ଯେପରିକି ‘ଆନିମଲ ପ୍ଲାନେଟ’ କିମ୍ବା ‘ଡିସ୍କଭର’ ଇତ୍ୟାଦିରେ କିଛି ନୂଆ ଜୀବଜନ୍ତୁଙ୍କ ବିଷୟରେ ବର୍ଣ୍ଣନା କରାଯାଇଥାଏ । କିନ୍ତୁ ଏବେ ଟିକଟକରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଏବଂ ଭୟାନକ ଜୀବ । ଯାହାକୁ ଦେଖି ଲୋକଙ୍କ ମନରେ ଭୟ ଖେଳିଯାଇଛି । ସମୁଦ୍ର କୂଳରେ ଏମିତି ଏକ ଜୀବକୁ ଦେଖି ସେଠାକାର ଲୋକେ ମଧ୍ୟ ଛାନିଆ ହୋଇଯାଇଥିଲେ । ତେଣୁ ଏହି ଜୀବକୁ ‘ରାକ୍ଷସ’ ବୋଲି କହିଛନ୍ତି ସ୍ଥାନୀୟ ଲୋକ । ଏହାର ଏକ ଭିଡିଓ କରି ଜଣେ ମହିଳା ନିଜ ଟିକଟକ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଯାହା ବର୍ତ୍ତମାନ ଟ୍ରେଣ୍ଡରେ ରହିଛି ।

ବ୍ରେଣ୍ଡା ଗୋଞ୍ଜାଲେଜ ନାମକ ଜଣେ ମହିଳା ନିଜ ଟିକଟକ ଆକାଉଣ୍ଟରେ ଏକ ଭିଡିଓ ଅପଲୋଡ କରିଛନ୍ତି । ଏହି ଭିଡିଓରେ କଳା ରଙ୍ଗର ଗୋଟିଏ ଜୀବନ୍ତ ପଶୁ ଦେଖିବାକୁ ମିଳିଛି । ସମୂଦ୍ରକୂଳ ବାଲିରେ ଏହି ଜୀବଟି ଗଡ଼ୁଥିବା ବେଳେ ଭିଡିଓ ରେକର୍ଡ କରିଛନ୍ତି ବ୍ରେଣ୍ଡା । ଏହି ଜୀବକୁ ଦେଖି ସେଠାରେ ଉପସ୍ଥିତ ସମସ୍ତ ଲୋକେ ହଠାତ ଚମକି ପଡ଼ିଥିଲେ । ଏହା କି ଜୀବ ବୋଲି ଜାଣି ନ ପାରି ଏହାକୁ ‘ରାକ୍ଷସ’ ବୋଲି କହୁଛନ୍ତି ଦେଖଣାହାରୀ । ତେବେ ଏହାର ଭୟାନକ ଚେହେରା ସତରେ ସମସ୍ତଙ୍କୁ ଡରାଇ ଦେଇଛି । କେବଳ ସେଠାରେ ଉପସ୍ଥିତ ଲୋକେ ନୁହେଁ, ବ୍ରେଣ୍ଡାଙ୍କ ଏହି ଭିଡିଓକୁ ଦେଖି ଟିକଟକ ୟୁଜରମାନେ ମଧ୍ୟ ଭୟଭୀତ ହୋଇଯାଇଛନ୍ତି ।

ତେବେ ପରେ ଏହାର ପ୍ରକୃତ ସତ୍ୟତା ସାମନାକୁ ଆସିଛି । ସମୁଦ୍ରକୂଳରେ ଥିବା ଏହି ଭୟାନକ ଜୀବ ପ୍ରକୃତରେ ଗୋଟିଏ ୪ ବର୍ଷର କୁକୁର ବୋଲି ଜଣାପଡ଼ିଥିଲା । ବ୍ରେଣ୍ଡା କହିଛନ୍ତି ଯେ, ମୋ କୁକୁର ସମୁଦ୍ରରେ ଗାଧୋଇବା ପରେ ଏପରି ଅବସ୍ଥା ହୋଇଯାଇଥିଲା । କୁକୁରର ଓଦା ଶରୀରକୁ ଦେଖି ସେ ମଧ୍ୟ କିଛି ସମୟ ପାଇଁ ତାକୁ ଚିହ୍ନି ପାରି ନଥିଲେ ବୋଲି କହିଛନ୍ତି ବ୍ରେଣ୍ଡା । କୁକୁରଟି ନିଜ ଲାଞ୍ଜକୁ କିଛି ଏମିତି ରଖି ଦେଇଥିଲା ଯେଉଁଥିରୁ ଏହା ଏକ କୁକୁର ଏବଂ ସେଇଟା ତା’ର ଲାଞ୍ଜ ବୋଲି ଜଣା ପଡ଼ୁନଥିଲା । କିନ୍ତୁ ଏହାକୁ ଦେଖି ସେଠାକାର ଲୋକେ କୁକୁରକୁ ଏକ ଭୟାନକ ଜୀବ ବୋଲି କହିଥିଲେ । ତେବେ କୁକୁରଟି କ୍ୟାମେରାକୁ ଦେଖିବା ପରେ ପ୍ରକୃତ ସତ ସାମନାକୁ ଆସିଛି ।

Get real time updates directly on you device, subscribe now.