fbpx

ଭାରତ ଉପରେ ସାରା ବିଶ୍ୱର ନଜର; ଆଉ ମାତ୍ର ୪ ଘଣ୍ଟା ପରେ ଲଞ୍ଚ ହେବ ‘ଆଦିତ୍ୟ-L1’

Advertisement

ନୂଆଦିଲ୍ଲୀ: ଭାରତର ପ୍ରଥମ ସୂର୍ଯ୍ୟ ମିଶନ ‘ଆଦିତ୍ୟ-ଏଲ୍‌୧’ ଶନିବାର ବା ଆଜି ସୂର୍ଯ୍ୟ ଅଭିମୁଖେ ଯାତ୍ରା ଆରମ୍ଭ କରିବ। ଏଥିପାଇଁ ଅବଗଣନା ଆରମ୍ଭ ହୋଇଯାଇଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ କୁହାଯାଇଛି। ଶନିବାର ପୂର୍ବାହ୍ନ ୧୧.୫୦ ମିନିଟ୍‌ରେ ଏହା ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତିଶ ଧାୱନ ମହାକାଶ କେନ୍ଦ୍ରରୁ ଉତ୍‌କ୍ଷେପଣ କରାଯିବ । ଚନ୍ଦ୍ରୟାନ-୩ର ବଡ଼ ସଫଳତା ପରେ ଭାରତ ସୂର୍ଯ୍ୟ ମିଶନ ଆରମ୍ଭ କରିବାକୁ ଯାଉଛି ।

ଭାରତର ପ୍ରଥମ ସୌର ମିଶନ (ଆଦିତ୍ୟ L1) ସେପ୍ଟେମ୍ବର ୨ ରେ ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟା ସ୍ପେସ୍ ସେଣ୍ଟରରୁ ସକାଳ ୧୧.୫୦ ରେ ଲଞ୍ଚିଂ ହେବ । ଉତକ୍ଷେପଣ ପାଇଁ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ ଇସ୍ରୋ ମୁଖ୍ୟ ସୋମନାଥ ଗୁରୁବାର ଦିନ ଚେନ୍ନାଇରେ କହିଥିଲେ ଯେ ରକେଟ୍ ଏବଂ ଉପଗ୍ରହ ପ୍ରସ୍ତୁତ । ଲଞ୍ଚିଂ ପାଇଁ ଆମେ ରିହର୍ସାଲ୍ ସମାପ୍ତ କରିଛୁ । ” ସେହିପରି ଇସ୍ରୋ ପକ୍ଷରୁ ଶୁକ୍ରବାର ମଧ୍ୟାହ୍ନ ୧୨.୧୦ରେ ଏକ ଟୁଇଟ୍‌ରେ କୁହାଯାଇଥିଲା, ସୂର୍ଯ୍ୟ ମିଶନ ଆରମ୍ଭ ହେବା ଲାଗି ଆଉ ୨୩ ଘଣ୍ଟା ୪୦ ମିନିଟ୍‌ ରହିଲା। ଏହି ମିଶନ ତା’ର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ୧୨୫ ଦିନ ଲାଗିବ ବୋଲି ଇସ୍ରୋ ମୁଖ୍ୟ ଏସ୍‌. ସୋମନାଥ କହିଛନ୍ତି। ମିଶନ ଆରମ୍ଭ ଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସୌରଜଗତର ସବିଶେଷ ତଥ୍ୟ ଯେପରି ମିଳିପାରିବ ତାକୁ ଦୃଷ୍ଟିରେ ରଖି ଏଲ୍‌-୧କୁ ବିକଶିତ କରାଯାଇଛି। ଏହାଦ୍ୱାରା ସୂର୍ଯ୍ୟର ଫଟୋସ୍ଫିୟର, କ୍ରୋମୋସ୍ଫିୟର ଓ ସୂର୍ଯ୍ୟର ବାହ୍ୟ ସ୍ତର କରୋନା ତଥା ସୌର ବାୟୁ ଉପରେ ଅନୁଧ୍ୟାନ ପାଇଁ ଭାରତ ତଥ୍ୟ ହାସଲ କରିବ। ଏହି ସୌରଯାନ ସମ୍ପୂର୍ଣ୍ଣରୂପେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ବେଳେ ଏହା ଉପରେ ବର୍ତ୍ତମାନ ସାରା ବିଶ୍ୱର ନଜର ରହିଛି । ସେହିପରି ଏହି ମିଶନ ଲାଗି ସାରା ଭାରତବାସୀ ଉତ୍ସାହିତ ରହିଥିବା ବେଳେ ଏହାର ସଫଳତା ପାଇଁ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି ।

 

Get real time updates directly on you device, subscribe now.