fbpx

ଜିମ୍ବାୱେ କ୍ରିକେଟ୍ ବୋର୍ଡ଼ ପକ୍ଷରୁ ଏହି ୨ ଖେଳାଳିଙ୍କ ଉପରେ ଲାଗିଲା ବ୍ୟାନ୍

ନୂଆଦିଲ୍ଲୀ: ଜିମ୍ବାୱେ କ୍ରିକେଟ ଦଳର ଦୁଇ ଷ୍ଟାର ଖେଳାଳି ନିଷିଦ୍ଧ ଡ୍ରଗ୍ସ୍ ବ୍ୟବହାର କରିବା ଅଭିଯୋଗ ନେଇ ବୋର୍ଡ଼ ପକ୍ଷରୁ ସେମାନଙ୍କୁ ଦୁଇ ବର୍ଷ ପାଇଁ ବ୍ୟାନ୍ କରାଯାଇଛି । ଅପରପକ୍ଷରେ ଏହି ଦୁଇ ଖେଳାଳୀ ଯାଞ୍ଚ କମିଟି ସମ୍ମୁଖରେ ନିଷିଦ୍ଧ ଡ୍ରଗ୍‌୍ସ ବ୍ୟବହାର ଅଭିଯୋଗକୁ ସ୍ୱିକାର କରିଛନ୍ତି । ଗତ ବର୍ଷ ଡିସେମ୍ବରରେ ଦୁଇ ଖେଳାଳିଙ୍କ ଡୋପ୍ ଟେଷ୍ଟ ହୋଇଥିଲା । ଏହି ପରୀକ୍ଷାରେ ଦୁହେଁ ନିଷିଦ୍ଧ ଡ୍ରଗ୍ସ ନେଉଥିବାର ସ୍ପଷ୍ଟ ହୋଇଥିଲା ।
ଜିମ୍ବାୱେ କ୍ରିକେଟ୍ ବୋର୍ଡ଼ ପକ୍ଷରୁ ଦୁଇ ଷ୍ଟାର କ୍ରିକେଟର ୱେସଲୀ ମାଧେୱେରେ(Wesley Madhevere) ଏବଂ ବ୍ରାଣ୍ଡନ୍ ମାୱୁତା(Brandon Mavuta)ଙ୍କୁ ୪ ମାସ ପାଇଁ ବ୍ୟାନ୍ କରାଯାଇଛି । ଏହା ସହ ସେମାନଙ୍କ ଉପରେ ୫୦ ହଜାର ଟଙ୍କାର ଜୋରିମାନା ଲାଗୁ କରାଯାଇଛି ।

 

 

 

 

 

Get real time updates directly on you device, subscribe now.