ଘର ଲୋକଙ୍କୁ ବାନ୍ଧି ୪ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଘରେ ଚୋରମାନେ ପଶି ୪ ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି

ଅନୁଗୁଳ: ବଅଁରପାଳ ଥାନା ଭାଗବତପୁର ଗାଁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ଘରୁ ଚୋରମାନେ ପଶି ୪ ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି। ସୂଚନାନୁସାରେ, ଘର ଲୋକଙ୍କୁ ବାନ୍ଧି ଚୋରମାନେ ଘରୁ କଳାକନା ବୁଲାଇଛନ୍ତି।

୪ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କଲାର ସୁନା ଗହଣା ଲୁଟ୍ କରିଛନ୍ତି ଡକାୟତ। ଘରେ ଥିବା ମହିଳା ଓ ଶିଶୁଙ୍କ ହାତ ଗୋଡ଼ ବାନ୍ଧି ଘରୁ ପୋଛିନେଲେ ଟଙ୍କା-ଗହଣା। ଘରେ କେହି ପୁରୁଷ ନଥିବା ବେଳେ ଏଭଳି ସୁଯୋଗର ଫାଇଦା ଉଠାଇଛନ୍ତି ଦୁର୍ବୃତ୍ତ।