fbpx

ଚୋରର ଶେଷ ଦର୍ଶନ ଲାଗି ଶହ ଶହ ଲୋକଙ୍କ ଲମ୍ବା ଲାଇନ୍‌, ଜେଲ୍ ଅଧିକାରୀ କହିଲେ ଘଟଣା ପଛର ସତ

ନୂଆଦିଲ୍ଲୀ: ଶୀର୍ଷକଟି ପଢି ଆପଣ ଚକିତ ହୋଇଯିବେ ନିଶ୍ଚୟ । ଆପଣ ଭାବିବେ ଏକ ଚୋରକୁ ତ ସମସ୍ତେ ଘୃଣା କରନ୍ତି । ତାକୁ ପୁଣି ଶ୍ରଦ୍ଧାଞ୍ଜଳି କିଏ ଦେଲା । ଏହି ଚୋରକୁ ଜଣେ କି ଦୁଇଜଣ ନୁହଁନ୍ତି ଶହ ଶହ ଲୋକ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହିପରି କିଛି ଘଟଣାର ଚିତ୍ର ଦେଖିବାକୁ ମିଳିଛି ଆମେରିକାରେ । ଏଠାରେ ଏକ ଚୋରକୁ ମୃତ୍ୟୁର ୧୨୮ ବର୍ଷ ପରେ କବର ଦିଆଯାଇଛି । କାରଣ ଏହି ଚୋରର ଶେଷ ଦର୍ଶନ କରିବା ଲାଗି ପ୍ରତିଦିନ ଶହ ଶହ ଲୋକଙ୍କ ଭିଡ ଜମୁଥିଲା । ଜଣେ ଆମେରିକୀୟ ପୋଲିସ ଅଧିକାରୀ କହିଛନ୍ତି ୧୮୯୫ ମସିହାରେ ଜେଲ୍‌ରେ ହିଁ ଏହି ଚୋରର ମୃତ୍ୟୁ ହୋଇଥିଲା । ଏହାପରେ ତାର ଶରୀରକୁ ମମି ଅବସ୍ଥାରେ ସଂରକ୍ଷିତ ରଖାଯାଇଥିଲା । ତେବେ ତାକୁ କବର ଦିଆଯିବାରେ ଏତେ ଡେରୀ କାହିଁକି କରାଗଲା ସେ ବିଷୟରେ ଜେଲ୍ ଅଧିକାରୀ ଯାହା କହିଛନ୍ତିି ତାହା ଜାଣି ନିଅନ୍ତୁ ।

ମିଳିଥିବା ସୂଚନା ଅନୁସାରେ ଷ୍ଟୋନମ୍ୟାନ ବିଲି ନାମକ ଏହି ଚୋର ଉନବିଂଶ ଶତାବ୍ଦୀରେ ଆମେରିକାର ବହୁ ସହରରେ ପୋଲିସକୁ ନାକେଦମ କରି ରଖିଥିଲା । ଏହାକୁ ବହୁ କଷ୍ଟରେ ପୋଲିସ ଗିରଫ କରିବାରେ ସମର୍ଥ ହୋଇଥିଲା । ୧୮୯୫ ମସିହାରେ ଜେଲ୍‌ରେ ଏହି ଚୋରର ମୃତ୍ୟୁ ହୋଇଯାଇଥିଲା । ଏହାପରେ ତାହାର ଅନ୍ତିମ ସଂସ୍କାର ଲାଗି ତାକୁ ଥିଓ ସି ଔମନ ସଂସ୍କାର ଗୃହକୁ ନିଆଯାଇଥିଲା । ଏହି ସମୟରେ ତାର ଶବ ଉପରେ କେହି ଦାବିଦାର ନ ଥିଲେ । ଏହାପରେ ତାର ଶରୀରକୁ ମମିକୃତ କରି ଦିଆଯାଇଥିଲା ।

ପୋଲିସ ସୂଚନା ଅନୁସାରେ ଏହି ଚୋରକୁ ପକେଟମାର ଅଭିଯୋଗରେ ଗିରଫ କରାଯାଇଥିଲା । ମୃତ୍ୟୁ ପରେ ତାର ଶରୀରକୁ ରିଡିଂ ସହରରେ ୧୨୮ ବର୍ଷ ପର୍ଯ୍ୟନ୍ତ ମମି ଭାବରେ ରଖାଯାଇଥିଲା । କିନ୍ତୁ କବର ଦିଆଯିବା ପୂର୍ବରୁ ମମିକୃତ ଏହି ଚୋରକୁ ସର୍ବସାଧାରଣଙ୍କ ଦର୍ଶନ ଲାଗି ରଖାଯାଇଥିଲା । ଏହି ଖବର ପ୍ରସାର ହେବା ମାତ୍ରେ ବହୁ ସଂଖ୍ୟାରେ ଲୋକମାନେ ତାକୁ ଦେଖିବାକୁ ଭିଡ ଜମାଇବା ସହ ଶ୍ରଦ୍ଧାଞ୍ଜଳି ବି ଦେଇଛନ୍ତି ।

Get real time updates directly on you device, subscribe now.