fbpx

(Video) ଗୋଶାଳାରୁ ୪୭ଟି ଗୋରୁଙ୍କୁ ଚୋରି କଲା ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା ଚୋର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଭୋପାଳରୁ ଏକମ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଚୋରଟି ପାଖାପାଖା ୪୭ଟି ଗାଈଙ୍କୁ ଚୋରି କରିଛି। ଏତିରେ ୧୫ଟି ଗାଈ ପୋଖରୀ କୂଳରେ ମିଳିଛନ୍ତି। ଅନ୍ୟ ୩୨ଟି ଗାଈ ଚୋରି ହୋଇଯାଇଛନ୍ତି। ଏହି ଘଟଣା ଭୋପାଳର ରୂନାହାର ଶ୍ରୀକୃଷ୍ଣ ଗୋଶାଳାର ଘଟଣା। ଏହି ମାମଲା ନଜୀରାବାଦ ପୋଲିସ ଷ୍ଟେସନରେ ରୁଜୁ ହୋଇଛି। ଏହି ସଂପୂର୍ଣ୍ଣ ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଯେଉଁଥିରେ ଆପଣ ଦେଖିପାରିବେ ଯେ, ଜଣେ ଚୋର ଆରମରେ ସମସ୍ତ ଗାଈଙ୍କୁ ଗୋଶାଳାରୁ ବାହାରକୁ ବାହାର କରୁଛି।

ସୂଚନା ମୁତାବକ, କର୍ମଚାରୀ ରାତିରେ ଗାଈଙ୍କୁ ବନ୍ଦ କରି ଚାଲିଯାଇଥିଲା। ତା’ପର ଦିନ କର୍ମଚାରୀ ସେହି ଗୋଶାଳକୁ ଆସିବା ପରେ ଦେଖିବାକୁ ପାଇଥିଲେ ଯେ, ମାତ୍ର ତିନୋଟି ଗାଈ ଦେଖାଯାଉଛନ୍ତି। ଗୋଶାଳାରେ ସମୁଦାୟ ୫୦ଟି ଗାଈ ଥିଲେ। ଏହାପରେ କର୍ମଚାରୀ ଜଣକ ଆଖପାଖରେ ଖୋଜିବା ଆରମ୍ଭ କରିଥିଲା, ତେବେ କିଛି ଦୂରରେ ଥିବା ୧୫ଟି ଗାଈ ପୋଖରୀ କୂଳରେ ଚରୁଥିଲେ, ହେଲେ ଅନ୍ୟ ୩୨ଟି ଗାଈକୁ ସେ ପାଇନଥିଲେ।

Get real time updates directly on you device, subscribe now.