fbpx

ଚୋରି ହେବ ନାହିଁ ଏହି ସାଇକେଲ: ଥରେ ଚାର୍ଜ କଲେ ଚାଲିବ ୬୦ କିଲୋମିଟର

ଆସମର ଜଣେ ଯୁବକ ଏଭଳି ଏକ ସାଇକେଲ ତିଆରି କରିଛନ୍ତି ଯାହା କେବେବି ଚୋରି ହେବ ନାହିଁ । ଖାଲି ସେତିକି ନୁହେଁ ଏହି ଇ-ବାଇକକୁ ଥରେ ଚାର୍ଜ କଲେ ଏହା ପ୍ରାୟ ୬୦ କିମି ପର୍ଯ୍ୟନ୍ତ ଯାଇପାରିବ ।

ଆସମ କରିମଗଞ୍ଜ ଜିଲ୍ଲାର ସମ୍ରାଟ୍ ନାଥ ଏହି ଇ-ବାଇକ ବାଇକ୍ ତିଆରି କରିଛନ୍ତି । ଏହି ବାଇକରେ ବିଭିନ୍ନ ମଡର୍ଣ୍ଣ ସେନ୍ସର ରହିଛି ଯାହାକି ଲୋକେଶନ ଦେଖାଇବା ଭଳି ଅନେକ ଫିଚର୍ସ ରହିଛି । ଏହି ବାଇକରେ ଲିଥିୟମ ଆୟନ ବ୍ୟାଟେରୀ ରହିଛି ଯାହକି ପୁରୁଣା ଲାପଟପରୁ ନିଆଯାଇଛି । ଏହି ଇ-ବାଇକକୁ ଥରେ ଚାର୍ଜ କଲେ ୬୦ କିମି ଯାଇହେବ ତାହାବି ୪୦ କିମି ପ୍ରତିଘଣ୍ଟା ସ୍ପିଡରେ ।

ଏହାକୁ ନେଇ ସମ୍ରାଟ୍ କହିଛନ୍ତି ଯେ ସେ ଏହି ବାଇକ୍ ଏପରି ଭାବରେ ତିଆରି କରିଛନ୍ତି ଯେ ଏହା କେବେବି ଚୋରି ହେବନାହିଁ । କାରଣ ଏଥିରେ ଏଭଳି ସିଷ୍ଟମ ରହିଛି ଯାହାଦ୍ୱାରା, ଯଦି କେହି ବାଇକ୍ ଚୋରି କରିବାକୁ ଚେଷ୍ଟା କରେ ତେବେ ସଙ୍ଗେ ସଙ୍ଗେ ଏକ ମେସେଜ୍ ମୋବଇଲକୁ ଆସିଯିବ ଏବଂ ବାଇକରେ ଥିବା ଚୋରି ଆଲାର୍ମ ବାଜି ଉଠିବ । ସେ କହିଛନ୍ତି ଏଥିପାଇଁ ଏକ ଆପ୍ ମଧ୍ୟ ତିଆରି କରିଛନ୍ତି ଯାହା ଦ୍ୱାରା ତାଙ୍କର ଏହି ସ୍ମାର୍ଟ ଇ-ବାଇକକୁ ଦୁନିଆର କୌଣସି କୋଣରୁ କଣ୍ଟ୍ରୋଲ କରିହେବ । ସେ ଆହୁରି କହିଛନ୍ତି ଏହି ବାଇକରେ ଥିବା ଏଭଳି ଏକ ସିଷ୍ଟମ ଯାହା ଅନ୍ୟ ବାଇକରେ ମଧ୍ୟ ଲଗାଯାଇପାରିବ ଯାହାଦ୍ୱାରା ସେହି ବାଇକକୁ ମଧ୍ୟ ଟ୍ରାକ୍ କରିହେବ କଣ୍ଟ୍ରୋଲ କରିହେବ । ସେ ଏହି ବାଇକରେ ଏକ ଫିଙ୍ଗରପ୍ରିଣ୍ଟ ସେନ୍ସର ମଧ୍ୟ ଲଗାଇଛନ୍ତି ।

ନାଥ ଟେକ୍ନେଲୋଜୀ ଇନ ଆସାମ ରାଇଫଲ ଆଇଟିଆଇ ରେ ପାଠ ପଢ଼ୁଛନ୍ତି । ନିଜର ଏକ ବାଇକ୍ ତିଆରି କରିବା ତାଙ୍କର ପିଲାଦିନର ସ୍ୱପ୍ନ ରହିଆସିଛି । ସେ କହିଛନ୍ତି ଏହି ଇ-ବାଇକ ତିଆରି କରିବା ପାଇଁ ସେ ୨୦୧୬ ରୁ ଚେଷ୍ଟା କରିଥିଲେ, ଯେତେବେଳେ ସେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲେ, ଆଉ ମାତ୍ର ୪ ବର୍ଷରେ ସେ ଏଥିରେ ସଫଳ ହୋଇଛନ୍ତି । ତେବେ ତାଙ୍କର ଏହି ସଫଳତା ପାଇଁ ବେଶ୍ ଖୁସିଥିବା କହିଛନ୍ତି ଏବଂ ତାଙ୍କର ପିଲା ଦିନର ସ୍ୱପ୍ନ ପୂରଣ ହୋଇଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.