fbpx

ଏସିଡିଟି ସହିତ ବିପି ସମସ୍ୟାରୁ ବି ମିଳିବ ମୁକ୍ତି, ଏହି ପାତ୍ରରେ ପାଣି ରଖି ପିଇଲେ ମିଳିବ ବହୁ ଫାଇଦା

Advertisement

ଓଡିଶା ଭାସ୍କର: ଏବେ ସାରା ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଏହି ସମୟରେ ଶରୀରକୁ ହାଇଡ୍ରେଟ୍ ରଖିବା ଲାଗି ଭରପୁର ପାଣି ପିଇବାର ଆବଶ୍ୟକତା ରହିଛି । ତେବେ ଗରମ ଦିନରେ ଫ୍ରିଜ୍ କିମ୍ବା ଅନ୍ୟ କୌଣସି ପାତ୍ରରେ ରଖାଯାଇଥିବା ପାଣି ପିଇବା ପରିବର୍ତ୍ତେ ମାଠିଆରେ ରଖାଯାଇଥିବା ପାଣି ପିଇବା ଅଧିକ ଲାଭଦାୟକ ।

ଫ୍ରିଜ୍‌ରେ ରଖାଯାଇଥିବା ଅଧିକ ମାତ୍ରାରେ ଥଣ୍ଡା ପାଣି ପିଇବା ଦ୍ୱାରା ରକ୍ତବାହୀ ଶିରା ଟାଇଟ୍ ହୋଇଯାଏ । ଏହାଦ୍ୱାରା ପାଚନତନ୍ତ୍ରରେ ସମସ୍ୟା ହୋଇଥାଏ । କିନ୍ତୁ ମାଠିଆରେ ରଖାଯାଇଥିବା ପାଣି ହାଲକା ଥଣ୍ଡା ହୋଇଥାଏ ଯାହା ଆପଣଙ୍କ ପାଚନତନ୍ତ୍ରକୁ ସୁସ୍ଥ ରଖିଥାଏ ।

ମାଠିଆରେ ରଖାଯାଇଥିବା ପାଣି ଶରୀରର ପିଏଚ୍ ସ୍ତରକୁ ବାଲାନ୍ସ ରଖିଥାଏ । ଫଳରେ ଏସିଡିଟି ପରି ସମସ୍ୟା ଦେଖା ଦେଇ ନ ଥାଏ । ଏହି ପାଣି ପିଇବା ଦ୍ୱାରା ମେଟାବଲିଜିମ୍ ପ୍ରକ୍ରିୟା ଠିକ୍ ରହିଥାଏ । ଏହା ଶରୀରରେ ଏନର୍ଜି ସ୍ତର ବଜାୟ ରଖିବାରେ ସହାୟକ ହୋଇଥାଏ । ଏହା ସହିତ ମାଠିଆ ପାଣି ପିଇବା ଦ୍ୱାରା ବ୍ୟାଡ୍ କୋଲେଷ୍ଟ୍ରଲ ହ୍ରାସ ପାଇଥାଏ । ଉଚ୍ଚ ରକ୍ତଚାପରୁ ବି ମୁକ୍ତି ମିଳିଥାଏ ।

Get real time updates directly on you device, subscribe now.