ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱର ଅନେକ ଦେଶରେ ମଙ୍କିପକ୍ସ ବ୍ୟାପିବାରେ ଲାଗିଛି । ଅବଶ୍ୟ ଭାରତରେ ମଙ୍କିପକ୍ସ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇନି । କିନ୍ତୁ ଏଥିପାଇଁ ସରକାର ସଜାଗ ଅଛନ୍ତି । ଯଦି ମଙ୍କି ପକ୍ସ ଦେଶରେ ବ୍ୟାପେ ତେବେ ସରକାରଙ୍କ ପକ୍ଷରୁ ୨ ପ୍ରକାରର ସର୍ଭିଲାନ୍ସ କରାଯିବ ।
ଗୋଟିଏ ହେଲା କମ୍ୟୁନିଟି ସର୍ଭିଲାନ୍ସ ଏବଂ ଅନ୍ୟଟି ହସ୍ପିଟାଲ ସର୍ଭିଲାନ୍ସ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଯଦି କୌଣସି କମ୍ୟୁନିଟିରେ ଏଭଳି ରୋଗୀ ରହିଛନ୍ତି ତେବେ ସେମନଙ୍କୁ ଆଇସୋଲେସନ କରିବା ସହ ସେମାନଙ୍କର ଟେଷ୍ଟ କରାଯିବ ।
ଯଦି ହସ୍ପିଟାଲରେ ଏଭଳି ରୋଗୀ କିମ୍ୱା ଛୋଟ ଛୁଆ ଆସୁଛନ୍ତି ସେମନଙ୍କ ଉପରେ କଡ଼ା ନଜର ରହିବ । ବିଶେଷ କରି ଏହି ମଙ୍କି ପକ୍ସରେ ଜ୍ୱର ସାଙ୍ଗକୁ ଘା ହୋଇଥାଏ । ବର୍ତମାନ ରାଜ୍ୟର ଥିବା ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ମଙ୍କି ପକ୍ସ ଉପରେ ଅବଗତ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।