fbpx

ସାମ୍ନାରେ ମହିଳା ଅଛନ୍ତି, କିଛି ସମ୍ମାନ ଦେଖାନ୍ତୁ: ଜାଣନ୍ତୁ କାହିଁକି ରାଗିଗଲେ ଡି.ୱାଇ. ଚନ୍ଦ୍ରଚୂଡ଼

Advertisement

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ନିଜର ନିଷ୍ପତି ପାଇଁ ସବୁ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ଅନେକ ଗୁରୁତ୍ୱପୁର୍ଣ୍ଣ ମାମଲାରେ ସେ ଶୁଣାଣି କରିଛନ୍ତି, ଯେଉଁଥିରେ କିଛି ଐତିହାସିକ ମାମଲା ମଧ୍ୟ ରହିଛି । ସେହିପରି ଶୁଣାଣି ସମୟରେ ସେ ଯଦି କିଛି କୁହନ୍ତି, ତାହା ମଧ୍ୟ ଚର୍ଚ୍ଚାରେ ରହିଥାଏ । ଶୁକ୍ରବାର ପ୍ରଧାନ ବିଚାରପତି ଜଣେ ଓକିଲଙ୍କ ଉପରେ ରାଗି ଯାଇଥିଲେ । ଯେଉଁ ସମୟରେ ଉକିଲ ଜଣକ ତାଙ୍କ କେସ୍‌କୁ ମେନସନ୍ କରିବାକୁ ଚାହୁଁଥିଲେ ।

ରିପୋର୍ଟ ଅନୁଯାୟୀ ପ୍ରଧାନ ବିଚାରପତି ଓକିଲ ଜଣଙ୍କ ଉପରେ ରାଗି କହିଥିଲେ କି ”ଆପଣ କ’ଣ କରୁଛନ୍ତି ? ଆପଣଙ୍କ ଆଗରେ ଜଣେ ମହିଳା ଅଛନ୍ତି… କିଛି ସମ୍ମାନ ଦେଖାନ୍ତୁ। କ’ଣ ଏହି ପରି ଆପଣ ଘରେ ଏବଂ ବାହାରେ ବ୍ୟବହାର କରନ୍ତି ? ଆପଣ ମାଇକ୍ ନେବାକୁ ତାଙ୍କ ଚାରିପଟେ ନିଜର ହାତ ରଖୁଛନ୍ତି। ବାହାରାକୁ ଯାଆନ୍ତୁ, କାଲି ଆସିବେ। କିଛି ସମ୍ମାନ ଦେଖାନ୍ତୁ।”

ଏହା ପ୍ରଥମ ଘଟଣା ନୁହେଁ ଯେ ପ୍ରଦାନ ବିଚାରପତି ଚନ୍ଦ୍ରଚୂଡ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗତ ମାସରେ ଜଣେ ଓକିଲଙ୍କୁ ମଧ୍ୟ ଚେତାବନୀ ଦେଇଥିଲେ। ସେ ସ୍ପଷ୍ଟ ଭାବରେ କହିଥିଲେ ଯେ ‘ମୋର ଅଧିକାର ସହିତ ଖେଳ ନାହିଁ’। ଏହି ମାମଲାକୁ ଏପ୍ରିଲ ୧୭ ରେ ତାଲିକାଭୁକ୍ତ କରାଯିବ ବୋଲି ପ୍ରଧାନ ବିଚାରପତି ଓକିଲଙ୍କୁ କହିଥିଲେ। କିନ୍ତୁ ପରେ ଅନ୍ୟ ଏକ ବେଞ୍ଚ ସମ୍ମୁଖରେ ଏହା ଉଲ୍ଲେଖ କରିବାକୁ ଅନୁମତି ମାଗିଥିଲେ, ଯେଉଁଥିରେ ପ୍ରଧାନ ବିଚାରପତି ଅସନ୍ତୋଷ ବ୍ୟକ୍ତ କରିଥିଲେ।

Get real time updates directly on you device, subscribe now.