fbpx
BJD SKY
BJD SKY

ଦେଶବ୍ୟାପି ଅନିର୍ଦ୍ଧିଷ୍ଟ କାଳ ଧର୍ମଘଟ ଲାଗି ପ୍ରସ୍ତୁତ ହେଉଛନ୍ତି ରେଳ କର୍ମଚାରୀ, କ’ଣ ରହିଛି ଦାବୀ

BJD

ନୂଆଦିଲ୍ଲୀ: ପୁରୁଣା ପେନସନ ପୁନରୁଦ୍ଧାର ଦାବୀରେ ଦେଶବ୍ୟାପି ଅନିର୍ଦ୍ଧିଷ୍ଟ କାଳ ପାଇଁ ଧର୍ମଘଟ ହେବାକୁ ଯାଉଛି । ଏଥର ରେଳବିଭାଗ ଠାରୁ ଆରମ୍ଭ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କର୍ମଚାରୀ ଧର୍ମଘଟ କରିବାକୁ ଯାଉଛନ୍ତି । ରେଲୱେ ସହିତ କେନ୍ଦ୍ର ସରକାରଙ୍କ ୨୮ ଲକ୍ଷ କର୍ମଚାରୀ ଓ ରାଜ୍ୟ ସରକାରଙ୍କ ୩ କୋଟିରୁ ଅଧିକ କର୍ମଚାରୀ ଓ ଶିକ୍ଷକଙ୍କ ମଧ୍ୟରେ କାମ କରୁଥିବା ଶ୍ରମିକ ସଂଗଠନ ଓ ସଂଘର ଏକ ମଞ୍ଚ ମେ’ ୧ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧର୍ମଘଟ କରିବେ ବୋଲି ଘୋଷଣା କରିଛନ୍ତି । ମେ’ ୧ରୁ ହେବାକୁ ଥିବା ଅନିର୍ଦ୍ଧିଷ୍ଟ କାଳୀନ ଧର୍ମଘଟର କାରଣ କର୍ମଚାରୀ ବର୍ତ୍ତମାନ ରାଷ୍ଟ୍ରୀୟ ପେନସନ ଯୋଜନା(NPS) ସ୍ଥାନରେ ପୁରୁଣା ପେନସନ ଯୋଜନା (OPS)ର ପୁନଃଉଦ୍ଧାର ଦାବୀ କରୁଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଜଏଣ୍ଟ ଫୋରମ୍ ଫର୍ ରିଷ୍ଟୋରେସନ ଅଫ୍ ଓଲ୍ଡ ପେନସନ ସ୍କିମ୍ (OPS) ର ଦିଲ୍ଲୀ ବୈଠକରେ ଏହି ନିର୍ଣ୍ଣୟ ନିଆଯାଇଛି । JFROPS ପକ୍ଷରୁ ସର୍ବସମ୍ମତିରେ ନିଷ୍ପତ୍ତି ନିଆଯାଇଛି କି ୧୯ ମାର୍ଚ୍ଚରେ ଏହି ଧର୍ମଘଟ ସଂପର୍କରେ ପ୍ରଶାସନକୁ ନୋଟିସ ଦିଆଯିବ । JFROPS ର ସଂଯୋଜକ ଓ ଅଲ ଇଣ୍ଡିଆ ରେଲୱେମ୍ୟାନସ୍ ଫେଡେରେସନ (AIRF) ର ମହାସଚିବ ଶିବ ଗୋପାଳ ମିଶ୍ରା କହିଛନ୍ତି ଏହି ପ୍ରସଙ୍ଗ ଉପରେ କେନ୍ଦ୍ର ସହିତ ଚର୍ଚ୍ଚା ବିଫଳ ହେବା ପରେ ଧର୍ମଘଟ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ସେ କହିଛନ୍ତି ଓଲ୍ଡ ପେନସନ୍ ସ୍କିମ୍ ଲାଗୁ କରିବାକୁ ନେଇ ଆମେ ପୂର୍ବରୁ ବହୁ ବିରୋଧ କରିଛୁ । ଆମେ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖି ଓପିଏସ୍ ଲାଗୁ କରିବା ଲାଗି ନିବେଦନ ବି କରିଛୁ । ଆମେ ଏହି ପ୍ରସଙ୍ଗ ଜେସିଏମ୍ ବୈଠକରେ ବି ଉଠାଇଛଉ । କିନ୍ତୁ ସରକାର ଆମ ଦାବୀକୁ ନଜରଅନ୍ଦାଜ କରି ଆସିଛନ୍ତି । ଏଣୁ ଏବେ ଆମେ ଅନିଶଚିତ କାଳ ପର୍ଯ୍ୟନ୍ତ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛୁ ।

Get real time updates directly on you device, subscribe now.