fbpx

‘ଆମେରିକାରେ ହିଂସା ପାଇଁ କୌଣସି ସ୍ଥାନ ନାହିଁ…’, ଟ୍ରମ୍ପଙ୍କ ଉପରେ ଆକ୍ରମଣ ପରେ ଦେଶକୁ ସମ୍ବୋଧିତ କଲେ ଜୋ ବାଇଡେନ୍

ୱାଶିଂଟନ୍‌: ‘ଆମେରିକା ଇତିହାସରେ ଅନେକ ହିଂସା ଦେଖିବାକୁ ମିଳିଛି । ପୁନଃ ହିଂସା ମାର୍ଗରେ ଯାଇପାରିବା ନାହିଁ ।’ ଜୁଲାଇ ୧୪ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଦେଶକୁ ସମ୍ବୋଧିତ କରି ଡୋନାଲ୍ଡ ଟ୍ରମ୍ପ ଏବଂ ଆମେରିକୀୟ ସଂସଦ ଉପରେ ହୋଇଥିବା ଆକ୍ରମଣ ବିଷୟରେ କହିଥିଲେ । ବର୍ତ୍ତମାନ ହିଂସା ନୁହେଁ ବରଂ ଧୈର୍ଯ୍ୟ ଧାରଣ କରିବାର ସମୟ ଆସିଛି ବୋଲି ସେ କହିଥିଲେ ।

ଆମେରିକାବାସୀଙ୍କୁ ସମ୍ବୋଧିତ କରି ବାଇଡେନ୍ କହିଥିଲେ, ‘ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କ ଉପରେ ଗୁଳି ଚାଳନା ହୋଇଥିଲା ଏବଂ ଏହି ଘଟଣାରେ ଜଣେ ଆମେରିକୀୟ ନାଗରିକଙ୍କ ମୃତ୍ୟ ହୋଇଛି । ସେ ନିଜ ପ୍ରିୟ ପ୍ରାର୍ଥୀଙ୍କୁ ସମର୍ଥନ କରିବାର ସ୍ୱାଧୀନତା ପାଇଥିଲେ । ଆମେରିକାରୁ ଏପରି ରାସ୍ତାରେ ଯିବା ଉଚିତ ନୁହେଁ । ପୂର୍ବରୁ ଦେଶ ହିଂସା ମାର୍ଗରେ ଚାଲିଛି । ହିଂସା କେବେ ଏହାର ଉତ୍ତର ହୋଇ ନପାରେ ।’ ପୂର୍ବରୁ କଂଗ୍ରେସ ସଦସ୍ୟଙ୍କୁ ଟାର୍ଗେଟ କରି ଗୁଳି ଚଳାଇବା ଘଟଣା ହେଉ କିମ୍ବା ଜାନୁଆରୀ ୬ରେ କ୍ୟାପିଟାଲ ହିଲରେ ହିଂସାତ୍ମକ ଆକ୍ରମଣ । ସଦନର ପୂର୍ବତନ ବାଚସ୍ପତି ନେନ୍ସି ପେଲୋସିଙ୍କ ସ୍ୱାମୀ ଉପରେ ଆକ୍ରମଣ ହେଉ ବା ନିର୍ବାଚନ ଅଧିକାରୀଙ୍କୁ ଧମକ ଦିଆଯିବା ଠାରୁ ବର୍ତ୍ତମାନ ରାଜ୍ୟପାଳଙ୍କ ଅପହରଣ ଷଡ଼ଯନ୍ତ୍ର ବା ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ । ଦେଶରେ ଏଭଳି ହିଂସା ପାଇଁ କୌଣସି ସ୍ଥାନ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ରିପବ୍ଲିକ୍ କନଭେନସନ୍ ଆରମ୍ଭ ହେବାକୁ ଯାଉଛି । ଏଥିରେ କୌଣସି ସନ୍ଦେହ ନାହିଁ କି ସେମାନେ ମୋ ରେକର୍ଡ଼ ବିଷୟରେ ସମାଲୋଚନା କରିବେ ଏବଂ ଦେଶ ପାଇଁ ତାଙ୍କର ଦୃଷ୍ଟିକୋଣ ବିଷୟରେ କହିବେ । ସାମ୍ପ୍ରତିକ ସମୟରେ ଦେଶର ରାଜନୀତି ବେଶ ସରଗରମ ରହିଛି ଏବଂ ଏହାକୁ ଥଣ୍ଡା କରିବାର ସମୟ ଆସିିଯାଇଛି । ଏହା ଆମ ସମସ୍ତଙ୍କ ଦାୟିତ୍ୱ ।

Get real time updates directly on you device, subscribe now.