ପାଖେଇ ଆସୁଛି ରଥଯାତ୍ରା, ହେଲେ ରଥ ପାଇଁ କାଠ ନାହିଁ
କିପରି ତିଆରି ହେବ ରଥ। ପର୍ଯ୍ୟାପ୍ତ ପରିମାଣରେ କାଠ ନାହିଁ। ଅସନ୍ତୋଷ ପ୍ରକାଶ କଲେ ବିଶ୍ୱକର୍ମା ମହାରଣା।
ପୁରୀ: ଆଉ କିଛି ଦିନ ପରେ ରଥଯାତ୍ରା। ଏଥିପାଇଁ ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଗଲାଣି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଶହ ଶହ କାରିଗର ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି।
ହେଲେ ସବୁଠାରୁ ବିଡମ୍ୱନାର ବିଷୟ ଏହା କି, ରଥଯାତ୍ରା ପାଇଁ ପର୍ଯ୍ୟାପ୍ତ ପରିମାଣରେ କାଠ ନାହିଁ। ଯେତିକି କାଠ ରଥରେ ଆବଶ୍ୟକ ହୁଏ, ତାଠାରୁ ବହୁ ଗୁଣାରେ କମ୍ କାଠ ରହିଛି। ତେଣୁ ଏତିକି କାଠରେ କିପରି ରଥ କାମ ହେବ ସେନେଇ ଚିନ୍ତାରେ ମହାରଣା।
ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ କାଠର ଅଭାବ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଶ୍ୱକର୍ମା ମହାରଣା। ଆଉ କିଛି ଦିନ ପରେ ରଥଯାତ୍ରା। ଯଦି କାଠ ମହଜୁଦ ନ ରହିବ, ତାହାଲେ ରଥ କାମ କିପରି ସେନେଇ କ୍ଷୋଭ ପ୍ରକାଶ କରିଛନ୍ତି ମହାରଣା।