fbpx

Mid Day Meal ଯୋଜନାରେ ହେବ ପରିବର୍ତ୍ତନ! ଏହି ଜିନିଷରେ ଅଛି ସମସ୍ୟା… ସରକାରଙ୍କୁ ପତ୍ର

ନୂଆଦିଲ୍ଲୀ: ସ୍କୁଲରେ ଦିଆ ଯାଉଥିବା ମଧ୍ୟାହ୍ନ ଭୋଜନକୁ ନେଇ ଆସିଛି ଏକ ବଡ଼ ଖବର । ପିଲାଙ୍କ ପାଇଁ ତିଆରି ହେଉଥିବା ମଧ୍ୟାହ୍ନ ଭୋଜନ ଯୋଜନାରେ ଏକ ବଡ଼ ପରିବର୍ତ୍ତନ ହେବା ନେଇ ଆଲୋଚନା କରାଯାଉଛି । ଏଥର ମଧ୍ୟାହ୍ନ ଭୋଜନରେ ଏହି ଖାଦ୍ୟ ନ ଦେବାକୁ ସରକାରଙ୍କ ଚିଠି ଲେଖି ଅନୁରୋଧ କରିଛନ୍ତି ଜଣେ ଡାକ୍ତର । ଏଭଳି ଖାଦ୍ୟ ଖାଇବା ଦ୍ୱାରା ପିଲାମାନଙ୍କ ଉପରେ ଖରାପ ପ୍ରଭାବ ପକାଉଥିବା ଆଶଙ୍କା କରାଯାଉଛି । ଏଥିପାଇଁ ମଧୁମେହ କିମ୍ବା ମୋଟାପଣ ଭଳି ରୋଗ ଗ୍ରାସ କରିଥାଏ ।

ଶିଶୁ ରୋଗ ବିଶେଷଜ୍ଞଙ୍କୁ ନେଇ ଗଠିତ ଏକ ଟିମ୍ ସ୍କୁଲରେ ମଧ୍ୟାହ୍ନ ଯୋଜନାକୁ ନେଇ ମହାରାଷ୍ଟ୍ର ସରକାରଙ୍କ ପତ୍ର ଲେଖିଛନ୍ତି । ମଧ୍ୟାହ୍ନ ଭୋଜନରେ ଚିନିଯୁକ୍ତ ଖାଦ୍ୟ ପଦାର୍ଥ ଦେବା ବନ୍ଦ କରିବା ପାଇଁ ଏଥିରେ ଦାବି ହୋଇଛି । ଚିଠିରେ କୁହାଯାଇଛି ଯେ, ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ଭୋଜନରେ ୨୫ ଗ୍ରାମ୍ ଚିନି ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଖାଦ୍ୟରେ ୪୫ ଗ୍ରାମ ଚିନି ସାମିଲ କରାଯିବ । ମାହା ଶିଶୁରୋଗ ଆସୋସିଏସନ୍ ର ଅଧ୍ୟକ୍ଷ ଡା. ରାମଗୋପାଳ ଚେଜାରା କହିଛନ୍ତି ଯେ, ଆମକୁ ପ୍ରତିଦିନ ୨୫ ଗ୍ରାମ ଚିନିର ଆବଶ୍ୟକତା ରହିଛି । ଚିନି ୨ ପ୍ରକାରର ହୋଇଥାଏ । ଏକ ମିଶ୍ରଣ ଚିନି ହୋଇଥିବା ବେଳେ ଆଉ ଏକ ଖାଦ୍ୟ ପଦାର୍ଥରେ ପ୍ରାକୃତିକ ପଦ୍ଧତିରେ ସାମିଲ ରହିଥାଏ । ପିଲାମାନେ ଗୋଟିଏ ଦିନରେ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ ଖାଇଥାନ୍ତି । ଏହାଦ୍ୱାରା ସେମାନଙ୍କର ଚିନିର ମାତ୍ରା ବୃଦ୍ଧି ହୋଇଥାଏ ।

ଏହାପରେ ଡା. ଚେଜାରା କହିଛନ୍ତି ଯେ, ଏହି ଖାଦ୍ୟରେ ୨୫ ଗ୍ରାମ ଏବଂ ୪୫ ଗ୍ରାମ ଚିନି ମିଶାଇବା ଦ୍ୱାରା ପିଲାମାନେ ମଧୁମେହ ଏବଂ ମୋଟାପଣ ଭଳି ରୋଗର ଶିକାର ହୋଇପାରନ୍ତି । ତେଣୁ ସରକାରଙ୍କୁ ଡାକ୍ତରଙ୍କ ତରାଫରୁ ଆବେଦନ କରାଯାଇଛି ଯେ, ମଧ୍ୟାହ୍ନ ଭୋଜନରେ ଏହି ମିଠାଜାତୀୟ ଖାଦ୍ୟପଦାର୍ଥ ଦେବା ବନ୍ଦ କରନ୍ତୁ । ଶିବସେନା(ୟୁବିଟି) ନେତା ଅମ୍ବାଦାସ ଦାନବେ ମଧ୍ୟ ଏହି ସରକାରୀ ଗାଇଡଲାଇନକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

Get real time updates directly on you device, subscribe now.