fbpx

ବିମାନରେ ଲାଗିଲା କ୍ରୁ ସଦସ୍ୟ ଏବଂ ଯାତ୍ରୀଙ୍କ ମଧ୍ୟରେ ଝଗଡା, ଲଣ୍ଡନ ନ ଯାଇ ଫେରିବାକୁ ପଡିଲା ଦିଲ୍ଲୀ

ନୂଆଦିଲ୍ଲୀ: ଦିଲ୍ଲୀରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀ ଏକ ଝଗଡା ସୃଷ୍ଟି କରିଥିଲେ। ଉତ୍ତେଜନା ଏତେ ବଢିଯାଇଥିଲା ଯେ, ବିମାନଟି ଦିଲ୍ଲୀ ଫେରିବାକୁ ପଡିଥିଲା। ଏନେଇ ଦିଲ୍ଲୀ ବିମାନବନ୍ଦରରେ ଏୟାରଲାଇନ୍ସ ପୋଲିସ ପାଖେ ଅଭିଯୋଗ ଦାଖଲ କରିଥିଲେ। ଝଗଡା ସୃଷ୍ଟି କରୁଥିବା ଯାତ୍ରୀଙ୍କୁ ପୋଲିସ ଗିରଫ କରିଛି।

ଏୟାର ଇଣ୍ଡିଆ ବିମାନ ସୋମବାର (ଏପ୍ରିଲ ୧୦) ରେ ସକାଳ ୬.୩୫ ରେ ଦିଲ୍ଲୀରୁ ଲଣ୍ଡନ ଅଭିମୁଖେ ଯାତ୍ରା କରିଥିଲା। କିଛି ସମୟ ପରେ ଜଣେ ଯାତ୍ରୀ ବିମାନରେ ଝଗଡା ଆରମ୍ଭ କରିଥିଲେ। କ୍ରୁ ସଦସ୍ୟଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା ଯେଉଁଥିରେ ଦୁଇ ଜଣ ଆହତ ହୋଇଥିଲେ। ଯାତ୍ରୀଙ୍କୁ ନିୟନ୍ତ୍ରଣ ବାହାରେ ଦେଖି ପାଇଲଟ ବିମାନକୁ ଦିଲ୍ଲୀ ଫେରାଇ ଆଣିବାକୁ ସ୍ଥିର କରିଥିଲେ।

ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବା ପରେ ଯାତ୍ରୀଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ପୋଲିସ ଏଫଆଇଆର ପଞ୍ଜୀକୃତ କରିଛି ଏବଂ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ତେବେ ଆଜି ଅପରାହ୍ନରେ ବିମାନକୁ ପୁଣି ଚଳାଚଳ କରାଯାଇଛି । ଏହାସହ ବିବୃତ୍ତିରେ କୁହାଯାଇଛି ଯେ, ପୋଲିସ ନିକଟରେ ଏକ ଏଫଆଇଆର ମଧ୍ୟ ଦାଖଲ କରାଯାଇଛି। ଏୟାର ଇଣ୍ଡିଆରେ ଥିବା ସମସ୍ତଙ୍କ ସୁରକ୍ଷା ଏବଂ ସମ୍ମାନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆମେ ପ୍ରଭାବିତ କ୍ରୁ ସଦସ୍ୟମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରୁଛୁ। ଯାତ୍ରୀମାନଙ୍କ ପାଇଁ ହୋଇଥିବା ଅସୁବିଧା ପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ। ଆଜି ଅପରାହ୍ନରେ ବିମାନ ସମୟ ପରିବର୍ତ୍ତନ କରାଯାଇଛି ଏବଂ ପୁନଃ ସ୍ଥିର କରାଯାଇଛି।

Get real time updates directly on you device, subscribe now.