fbpx

ବିଳମ୍ବିତ ରାତିରେ ଚାଲିଥିଲା ଚୋରା ଗୋ-ଚାଲାଣ : ୨ଟି ପିକଅପ ଭ୍ୟାନକୁ ଜାଳିଦେଲେ ଦୁର୍ବୃତ୍ତ

ବାଲେଶ୍ୱର : ଓଡ଼ିଶାରୁ ପଶ୍ଚିମବଙ୍ଗକୁ ବିଳମ୍ବିତ ରାତିରେ ଚାଲିଥିଲା ଗୋ-ଚାଲାଣ। ଏହି ଘଟଣାଟି ବାଲେଶ୍ୱର ଜିଲ୍ଲାର ବାଲିଆପାଳ ସ୍ଥିତ କମର୍ଦା ରାସ୍ତାରେ ଘଟିଛି । ସ୍ଥାନୀୟ ଲୋକେ ଏହା ଦେଖି ୨ଟି ପିକଅପ ଭ୍ୟାନ ଗାଡ଼ିକୁ ଅଟକାଇଥିଲେ । ଏହାପରେ କମର୍ଦା ରାସ୍ତା ଉପରେ ଗାଡ଼ିକୁ ଭାଙ୍ଗି ନିଆଁ ଲଗାଇଛନ୍ତି ।

ସୂଚନା ଅନୁଯାୟୀ, ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ବାଲିଆପାଳ ସ୍ଥିତ କମର୍ଦା ରାସ୍ତା ଦେଇ ପ୍ରତ୍ୟେକ ଦିନ ଦୁଇଟି ପିକଅପ ଭ୍ୟାନ ଗାଡ଼ିରେ ଗୋରୁ ଭର୍ତ୍ତି ହୋଇ ପଶ୍ଚିମବଙ୍ଗକୁ ଚାଲାଣ ଚାଲୁଥିଲା । ଏନେଇ ପୋଲିସ ପାଖରେ ବାରମ୍ବାର ଅଭିଯୋଗ କରାଯାଉଥିଲା । କିନ୍ତୁ ପୋଲିସ ଏହି ଘଟଣା ଉପରେ ବିଶେଷ ଦୃଷ୍ଟି ଦେଇ ନଥିଲା । ଏହି ମାମଲାରେ ପୋଲିସ ନିରବ ରହିଥିବାର ସ୍ଥାନୟ ଲୋକ ଅଭିଯୋଗ ଆଣିଥିଲେ ।

ସ୍ଥାନୀୟ ଲୋକଙ୍କ କଥାକୁ ପୋଲିସ ଅଣ ଦେଖା କରିବାରୁ, ପରବର୍ତ୍ତୀ ସମୟରେ ସେମାନେ ନିଜେ ଗତକାଲି ବିଳମ୍ବିତ ରାତିରେ ଉଲୁଡା ତାରେଣୀ ଛକ ପାଖରେ ଚୋରା ଗୋଚାଲଣ ହେଉଥିବା ବେଳେ ୨ଟି ପିକଅପ ଭ୍ୟାନକୁ ଅଟକାଇଲେ । ଏହାପରେ ଗାଡିରୁ ଗୋରୁ ମାନଙ୍କୁ ତଳକୁ ଓହ୍ଲାଇ ଉଭୟ ଗାଡିରେ ନିଆଁ ଲଗାଇଦେଲେ । ଅନ୍ୟପଟେ ଏହି ଘଟଣାର ଖବର ପାଇ କମର୍ଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା । ସେଠାରେ ପୋଲିସ ପହଞ୍ଚି ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି ।

Get real time updates directly on you device, subscribe now.